ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ପତାକାକୁ ଅସମ୍ମାନ….

ଚୂନଭାଟି ପ୍ରାଥମିକ ବିଦ୍ୟାଳୟରେ ୧୬ ତାରିଖ ସକାଳେ ଖୋଲା ଗଲା ଜାତୀୟ ପତାକା 

ଧର୍ମଗଡ:୧୬/୮/୨୨ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତର ଚୂନଭାଟି ପଡା ନୂତନ ପ୍ରାଥମିକ ବିଦ୍ୟାଳରେ ଗତକାଲି ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ତେବେ ପତାକା ଉତ୍ତୋଳନ କରି ଶିକ୍ଷକ ମାନେ ଜେଝା ଘରକୁ ଚାଲି ଯାଇଥିବା ବେଳେ ସନ୍ଧ୍ୟା ରେ ଜାତୀୟ ପତାକା କୁ ଅବତରଣ କରି ନଥିଲେ । ଫଳ ରେ ଏହା ଆଜି ସକାଳ ଯାଏଁ ଉଡୁ ଥିଲା । ଆଜି୧୬ ଅଗଷ୍ଟ ଦିନ ସକାଳ ୯ ଘଟିକା ୨୨ ମିନିଟ ପ୍ରଯ୍ୟନ୍ତ ପତାକା ଖୋଲି ନ ଥିବା ଅଭିଯୋଗ ହେଉଛି । ଫ୍ଲାଗ ନିୟମ ଅନୁଯାୟୀ ସନ୍ଧ୍ୟା ୬ଘଟିକା ପୂର୍ବରୁ ଜାତୀୟ ପତାକା ଅବତରଣ (ଖୋଲିବା) ନିୟମ ଥିବା ବେଳେ ୨୬ ଘଣ୍ଟା ସମୟ ଧରି ସ୍କୁଲରେ ପତାକା ଉଡୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ କେଗାଁ ସିଆରସିସି ରଙ୍ଗାନାଥ ଛାତ୍ରୀଆ ଙ୍କୁ ଫୋନ ରେ ଯୋଗାଯୋଗ କରିବା ରୁ ଏହା ଏକ ବଡ ଅପରାଧ ନୁହେ ବୋଲି ଅତି ହାଲୁକା ଭାବେ ଉତ୍ତର ଦେଇଥିଲେ । ଗୋଲାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ନବ କିଶୋର ସାହୁଙ୍କୁ ଯୋଗାଯୋଗ କରିବା ରୁ ଏହା ଉପରେ ତଦନ୍ତ ପାଇଁ ସି ଆର ସି ଙ୍କୁ ପଠାଉଛି ବୋଲି ମତାମତ ଦେଇଥିଲେ । ଶିକ୍ଷାୟତନ ରେ ଜାତୀୟ ପତାକାକୁ ଏଭଳି ଅସମ୍ମାନ କୁ ବୁଦ୍ଧିଜୀବୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅବହେଳା କରିଥିବା ଶିକ୍ଷକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

 

Related posts

ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲ ରେ ପାଣି ଛାଡ଼ିବା କୁ ଦାବୀ କଲେ ଚାଷୀ

Sunil Chandra Nayak

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସର୍ବୋଦୟ ସମିତି, ଧର୍ମଗଡ ପକ୍ଷରୁ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା

Sunil Chandra Nayak

ରାସୋଳ ରେ ଶାନ୍ତି ଧାମ ଯାନ ଲୋକାର୍ପିତ: ଜନ ମଂଗଳ କୁ ଦିଆ ଗଲା ଦାୟୀତ୍ବ 

Sunil Chandra Nayak

Leave a Comment

error: Content is protected !!