ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ରେ ଭୁଶୁଡ଼ି ଗଲା କନକପୁର ପତରଫୋଡ଼ି

ଗୋଳାମୁଣ୍ଡା/୧୫/୮/ ମସିହା/ଚଳିତ ଲଘୁଚାପଜନିତ ପ୍ରବଳ ଭାବେ ଲଗାଣ ବର୍ଷାରେ ଅନେକ ଜାଗାରେ ଘର ଦ୍ବାର ,ରାସ୍ତା ଘାଟ ଭାଙ୍ଗି ଅନେକ କ୍ଷୟ କ୍ଷତି ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କେଗାଁ ରେଞ୍ଜ ଅଧିନସ୍ତ କନକପୁର ଗ୍ରାମର ପତରଫଡ଼ି ଭୁଶୁଡ଼ି ଯାଇଛି ।ଏହି ସମୟରେ କେନ୍ଦୁ ପତର ବାନ୍ଧିବା ଲୋକମାନେ, ପତର ବାନ୍ଧିବା କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ହଠାତ୍ ପାଟି ଭାଙ୍ଗିବା ସହିତ କାନ୍ଥ ଭୁଶୁଡ଼ି ଯାଇଥିଲା ।ଅନେକ ପତର ବନ୍ଧାଲି ଛାତ ତଳେ ଚାପି ହୋଇ ଥିବାରୁ କନକପୁର ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ଅନେକ ଲୋକ କ୍ଷତାକ୍ତ ରେ ଗୁରୁତ୍ବ ହୋଇଥିବା ଲୋକଙ୍କୁ ଗୋଲାମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ଲମ୍ବୁଧର ଜାଲ,ନରହରି ଯାଲ, କୁସୁମ ଭାଟି, ଦିନ ଚଣ୍ଡୀ, ଲାଲମୋହନ ବନ୍ଦୀଛୋଡ, ଅନୁ ସୁନା ଏବଂ ପତ୍ରଫଡିର ଚେକର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଉଦ୍ଧାର କରିଥିଲେ ଏବଂ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିଲା,ପ୍ରାପ୍ତ ସୂଚନାରୁ ଜଣା ଯାଉଛି ଯେ ଗୁରୁତ୍ବ ହୋଇଥବା ତିନି ଜଣ ମଧ୍ୟରୁ ୩୫ବର୍ଷିଆ ମହିଳା ଓ ଆଉ ଜଣେ ମହିଳା୧୪ବର୍ଷ ଥିବା ବେଳେ ଦେଡବର୍ଷର ଶିଶୁବୋଲି ଜଣା ଯାଉଛି, ଉକ୍ତ ଲୋକ ମାନେ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ରୁ ପ୍ରାୟ୨୫ଜଣପତ୍ର ବନ୍ଦାଲି ଆସି ପତ୍ର ବନ୍ଧା କାର୍ଯ୍ୟ କରୁଥିବା ବେଳେ ଅପରାହ୍ନ ୩ଟା ସମୟରେ ଘଟଣା ଘଟିଥିଲା,ବୋଲି ଜଣାପଡିଛି ,ଏପ୍ରଯ୍ୟନ୍ତ କେଗାଁ ରେଞ୍ଜ ପକ୍ଷରୁ କୌଣସି ଅଧିକାରୀ ଆସି ନ ଥିବାରୁ ଗ୍ରାମ ବାସୀ ଖୋଭପ୍ରକାଶ କରିଛନ୍ତି,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତି ମସିହା ପ୍ରତିନିଧି,

Related posts

ଏସଡିଜିଏମ ସ୍ମରଣିକା ପ୍ରଧାନଙ୍କ ଅକାଳ ଦୈବ ଦୁର୍ଘଟଣା ଜନିତ ମୃତ୍ୟୁରେ ରାଇରଙ୍ଗପୁର କୋର୍ଟରେ ଏବଂ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଗଭୀର ଶ୍ରଦ୍ଧାଞ୍ଜଳି

ଜ୍ୟୋସ୍ନା ରାଣୀ ଦେବୀ ଙ୍କ କବିତା – ଭୁଲି ନାହିଁ

Sunil Chandra Nayak

ଓଷ୍ଟା ତରଫରୁ ନୂତନ ନିଯୁକ୍ତି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!