ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଟିଏମ ଲୁଟ ହୋଇଥିବା ଟଙ୍କା ଜବତ

ନୂଆପଡା -: ନୂଆପଡା ଜିଲ୍ଲା ଖଡ଼ିଆଳ ମୁଖ୍ୟ ଷ୍ଟେଟ ବ୍ୟାଙ୍କରୁ ଗତ ୬.୭.୨୦୨୨ ତାରିଖ ୧୧.୩୦ ଘଣ୍ଟା ସମୟରେ ଅସ୍ଥାୟୀ ଭେନ ଡ୍ରାଇଭର ଲବୁ @ ଜୟରାମ ମାଝୀ ସି ଏମ ଏସ କମ୍ପାନୀର ଗାଡ଼ିରେ ଲୋଡ ଥିବା ୫୭ ଲକ୍ଷ ଟଙ୍କା ଥିବା ଭେନକୁ ନେଇ ଫେରାର ହୋଇ ଯାଇଥିଲା । ଏନେଇ ତୁଳାଧର ମାଝୀ ସେହି ଦିନ ସନ୍ଧ୍ୟା ୫.୪୫ ମିନିଟ ସମୟରେ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଖଡ଼ିଆଳ ଥାନାରେ କେଶ ନଂ ୨୪୯/୨୨ ମାମଲା ରୁଜୁ ହୋଇଥିଲା । ଅଭିଯୋଗକୁ ଭିତି କରି ନୂଆପଡା ଏସ ଡି ପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ଖଡ଼ିଆଳ ଏସ ଡି ପିଓ ସନ୍ତକ ଜେନା, ଆଇ ଆସି ସି ଅନିରୁଦ୍ଧ ମୁଦୁଳି, ଆଇ ଆଇ ସି ଖଡ଼ିଆର ରୋଡ ଜୋଙ୍କ ଥାନା କୈଳାଶ ଚନ୍ଦ୍ର ସେଠି, ଲଖନା ଆଇ ଆଇ ସି ଗୁରୁଦେବ କର୍ମୀ, ଏସ ଆଇ ତାରାକାନ୍ତ ବିଶ୍ୱାଳ ଓ ଏସ ଆଇ ନବଘନ ଗଉଡ଼ଙ୍କ ନେତୃତ୍ୱରେ ଏକ ତଦନ୍ତ କାରୀ ଦଳ ଗଠନ କରି ତଦନ୍ତ ଆରମ୍ଭ କରି ଏକ ସପ୍ତାହ ମଧ୍ୟରେ ଅଭିଯୁକ୍ତକୁ ଧରିବା ସହିତ ନେଇ ଯାଇଥିବା ୫୭ ଲକ୍ଷ ଟଙ୍କା ମଧ୍ୟରୁ ୫୫,୭୬ ୭୫୦ ଟଙ୍କା ଉଦ୍ଧାର କରିଥିଲେ । ମୁଖ୍ୟ ଅଭିଯୁକ୍ତ ଲବୁ @ ଜୟରାମ ମାଝୀ (୩୩) ଗ୍ରାମ ଚିନ୍ଦ।ଗୁଡ଼ା, ଥାନା ଖଡ଼ିଆଳ, ଜିଲ୍ଲା ନୂଆପଡ଼ା, କୋମନା ଅଞ୍ଚଳରେ ଥିବାବେଳେ ସେଠାରୁ ତାର ପରିବାରକୁ ଧରି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଧରା ପଡିଛି । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଚାରି ଜଣ ସହଯୋଗୀ ସହିତ ନିଜ ଭଉଣୀ ବିଶାଖା ମାଝୀ (୪୦) ଗ୍ରାମ କନ୍ଦେଇ, ଥାନା ତୁରେକେଲା, ଜିଲ୍ଲା ବଲାଙ୍ଗୀର, ନେତ୍ର ମାଝୀ (୪୫) ଗ୍ରାମ କନ୍ଦେଇ, ଥାନା ତୁରେକେଲା, ଜିଲ୍ଲା ବଲାଙ୍ଗୀର, ଭୁଜବଳ ମାଝୀ (୨୮) ଗ୍ରାମ ଛତା ପତେଲ ପଡା, ଥାନା କୋମନା, ଜିଲ୍ଲା ନୂଆପଡା, ଈଶ୍ୱର ମାଝୀ (୨୮) ଗ୍ରାମ କନ୍ଦେଇ, ଥାନା ତୁରେକେଲା, ଜିଲ୍ଲା ବଲାଙ୍ଗୀର ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ଏ ଟି ଏମ ଭ୍ୟାନରୁ ନେଇଥିବା ୫୭ ଲକ୍ଷ ଟଙ୍କା ମଧ୍ୟରୁ ୫୫,୭୬, ୭୫୦ ଟଙ୍କା ଉଦ୍ଧାର କରିବା ସହିତ ସେମାନେ ବ୍ୟବହାର କରିଥିବା ସି ଏମ ଏସ ଭ୍ୟାନ ଓ ଆର ୦୨ ବି କିଉ ୬୨୯୦, ସ୍ୱିଫ୍ଟ ଡିଜାର କାର ଓ ଡି ୦୨ ବି ଏକ୍ସ ୫୧୬୩, ଅଟୋରିକ୍ସା ଓ ଡି ୨୯ ଏଫ ୧୫୧୭, ମୋଟର ସାଇକେଲ ସି ଡି ଡିଲକ୍ସ ଓଡ଼ି ୨୬ ସି ୯୭୮୭, ଗୋଟିଏ ସାଇକେଲ, ଛତା, ତିନୋଟି ମୋବାଇଲ ଫୋନ, ଗୋଟିଏ ଇଆର ବେଗ, ଗୋଟିଏ ଜରି ବେଗ, ଗୋଟିଏ ପିଅର ପେଣ୍ଟ ଟି ସାର୍ଟ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଏସ ପି ପ୍ରତ୍ୟୁଷ ଦିବାକର ପ୍ରକଶ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପିଡ଼ିଏସ ଚାଉଳ ଗଣ୍ଡକ ପାଇଁ ୪ ଟି ମୁଣ୍ତ ଗଡିଲା

ଇଣ୍ଡିଆ ଟୁଡେ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୁ ପୁରସ୍କାର

ସହରକୁ ପଲିଥିନ ମୁକ୍ତ ଓ ଅନ୍ୟାନ୍ୟ ସମସ୍ୟା କୁ ନେଇ ଧର୍ମଗଡ଼ ଏନଏସି ରେ ବ୍ୟବସାୟୀ ସଂଘର ବୈଠକ

Leave a Comment

error: Content is protected !!