ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା – ରାମ ନବମୀ

ରାମ ନବମୀ

 

 କବିତା ସାହୁ 

 

ତୈତୟା ଯୁଗ ପୁରୁଷ ହେ ବିଷ୍ଣୁଙ୍କ ଅବତାର 

ରଘୁବଂଶ କୂଳ ଗୌରବ ମଣ୍ଡନ କଲ

ହେ ପୁରୁଷୋତ୍ତମ। 

ଜପ ତପ ଧ୍ଯାନ ପୁତ୍ରେଷ୍ଟି ଯଜ୍ଞ କରି

ଅଯୋଧ୍ୟା ନରେଶ।

ତିନି ରାଣୀ ଗର୍ଭୁ ଚାରି ଭାଇ ଜନ୍ମ 

ହୋଇଲ ରଘୁକୂଳ ତିଳକ। 

କେତେ ପୂର୍ଣ୍ଣ୍ଯ ଫଳେ କୋଳ ମଣ୍ଡନ

କଲ କୌଶଲ୍ୟା ମାତର।

ଅଧର୍ମ ଅନିତି ଅତ୍ୟାଚାର ଦେଖି ଧରଣୀର

ଚୈତ୍ର ମାସର ଶୁକ୍ଳ ନବମୀରେ 

ଜନମିଲ ରଘୁବୀର। 

କୁଳଗୁରୁ ସାଥେ ଋଷି ମୁନୀ ଶ୍ରଦ୍ଧାରେ 

ନାମ ଶ୍ରୀରାମ ରଖିଲେ ।

ଯେ ନାମ ଧରିଲେ ପାପ ତାପ ହୁଏ ଦୂର

ମୁକତି ଲଭନ୍ତି ସକଳ ନର । 

ଦସ୍ୟୁ ରତ୍ନାକର ମରା ମରା ଜପି

ଋଷି ବାଲମିକ ହୋଇଲେ ପ୍ରସିଦ୍ଧି।

ଅହଲ୍ୟା ପାଷାଣୀ ଶାପରୁ ମୁକତି

ତୁମ ପାଦ ବାଜି ହୋଇଲା ତରୁଣୀ।

କୈବର୍ତ୍ତ ପାଦ ଧୋଇ ନାବେ ପାରି କଲା

ସାରା ସଂସାରେ ବିଖ୍ଯାତ ହୋଇଲା।

ବାଲ୍ୟ କାଳୁ ମାରି ଅସୁର ରାକ୍ଷସ 

ଶିବଧନୁ ଭାଙ୍ଗି ବିଭା ସୀତା ମାତ।

ପିତା ସତ୍ଯ ପାଳି ଚଉଦ ବରଷ 

ଅନୁଜ ଲକ୍ଷ୍ମଣ ସାଥେ ଜାନକୀ ମାତ।

ବନେ ମୁନୀ ଋଷି ହେଲେ ସୁରକ୍ଷିତ

ବିଶ୍ବାସ ଦୃଢ ଭକ୍ତିରେ କପିଶ୍ରେଷ୍ଠ ହନୁ

ହୃଦେ ଜପା ମାଳି ସୀତାରାମ ପ୍ରଭୁ। 

ପାପିଷ୍ଠ ରାବଣ ସୀତା ମାତାକୁ ହରିଲା 

ବାନର ମିତ୍ର ହୋଇ ସମୁଦ୍ରେ ସେତୁ ବାନ୍ଧିଲ। 

ରାବଣକୁ ମାରି ସୀତାଙ୍କୁ ଆଣିଲ

ବିଭୀଷଣକୁ ଲଙ୍କାରେ ରାଜା କରାଇଲ।

ଅଯୋଧ୍ୟାକୁ ଫେରି ସୀତାରାମ ଯେ ଲକ୍ଷ୍ମଣ 

ଅଭିଷେକ ହେଲେ ପ୍ରଜା ପାଳକ ପୁରୁଷୋତ୍ତମ। 

କୋଟି କୋଟି ଦଣ୍ଡବତ ଶ୍ରୀଚରଣେ ତବ 

କୃପା କରୁଥିବ ଆହେ ଦୀନବାନ୍ଧବ। 

ଯୁଗେ ଯୁଗେ ଅବତାର ହୋଇ

ସଂସାର ରକ୍ଷା କରିଛ ଜାନକୀ ସାଇଁ। 

ତୁମର ପବିତ୍ର ଜନ୍ମ ଦିବସରେ

ପାଳନ କରୁଛୁ ରାମନବମୀ ନିଷ୍ଠାରେ।

ଦେଇ ଭକ୍ତି ପୁଷ୍ପାଞଳୀ ଜାଳି ଶ୍ରଦ୍ଧାର ଦିପାଳୀ।

ଜୟ ପୁର

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ସମ୍ବାଦ ସାହିତ୍ୟଘର,ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳର ଆଲୋଚନା ଚକ୍ର ଅନୁଷ୍ଠିତ

ଲୁଟ ଅଭିଯୋଗ ରେ ଦୁଇ ଗିରଫ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!