ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ୱାଇଁ ଙ୍କ କବିତା – ଶ୍ରୀରାମ ନବମୀ

ଶ୍ରୀରାମ ନବମୀ

 

ମାନଗୋବିନ୍ଦ ସ୍ବାଇଁ

 

ଅଯୋଧ୍ୟା ନନ୍ଦନ ଦଶରଥ ସୁତ

ପିତୃସତ୍ୟ ପାଳନ ବନ ନିଶ୍ଚିତ।

ଚଉଦ ବରଷ କଲେ ପାଳନ

ଭରତ କଠଉ କଲେ ପୂଜନ।

ଭାଇ ଭାଇ ସ୍ନେହ ଭକ୍ତି ବନ୍ଧନ

ସିଂହାସନ ପାଇଁ ନୁହେଁ ଆସନ।

ଭାଇର କଠଉ ଆସନେ ପୂଜା

ଭାତୃ ପ୍ରେମ ରାଜ୍ୟେ ଉଡ଼ଇ ଧ୍ଵଜା।

ଚଉଦ ବର୍ଷ ବନ କାଟି ରାଜା

ଅଭିଷେକ ପର୍ବ ପ୍ରଜା କଲେ ପୂଜା।

ରାମ ସୀତା ଲକ୍ଷ୍ମଣ ସ୍ମୃତି ବାଣୀ

ଆଜି କହଇ ଅମୃତ କାହାଣୀ।

ରାମ ନବମୀ ମୋର ଭକ୍ତି ଅଞ୍ଜଳି

ଫୁଲ ଧୂପ ଦେଇ ଏ ପୁଷ୍ପାଞ୍ଜଳି।

ପବିତ୍ର ରାମ ନବମୀ ମଙ୍ଗଳ

ଅଯୋଧ୍ୟା ରାଜ ପ୍ରଜାପ୍ରଜାବତ୍ସଳ।

ପ୍ରକୃତି ପ୍ରେମୀ ରାମ ଲକ୍ଷ୍ମଣ

ସୀତାସତୀ ପ୍ରଜା କଲେ ପ୍ରମାଣ।

ପ୍ରଜା ଅନୁଗତ ଶ୍ରୀରାମ ରଜା

ଅଯୋଧ୍ୟା ବାସୀ ସର୍ବେ ତାଂକୁ ପୂଜା।

ଭାଇ ଭାଇ ମଧ୍ୟେ ସେନେହ ଭାବ

ପ୍ରୀତି ଭରା ନୀତି ଅଯୋଧ୍ୟା ସ୍ବଭାବ।

ଶ୍ରୀରାମ ମୋ ଭକ୍ତି ଅଯୋଧ୍ୟା ସୁତ

ଦଶରଥ ପିତା ଭାଷା ଅମୃତ।

ପ୍ରଜା ନୀତି ଗତି ରାଜ୍ୟ ମଙ୍ଗଳ

ପ୍ରଜା ଗଣଙ୍କୁ ଶାସନ ଦେ ସଫଳ।

ରାମଙ୍କୁ ଛାଡ଼ି ନୁହେଁ ରାମାୟଣ

ରାମ ହେଉଛି ସୂର୍ଯ୍ୟ ବଂଶ ପ୍ରମାଣ।

ରାମକୁ ନେଇ ଲେଖା ରାମାୟଣ

 ମଧ୍ୟେ ରହିଲା ପ୍ରଜା ରାଜ ଶାସନ।

ଅଯୋଧ୍ୟା ହେଲା ଏକ ଇତିହାସ

ରାଜ ଶାସନ ପ୍ରଜାଥିଲେ ବିଶ୍ବାସ।

ଯୁଗ ଅବତାର ଅଯୋଧ୍ୟା ଶାସନ

ସର୍ବେ ଜନ ଶ୍ରୀରାମ ଜନ୍ମ ପାଳନ।

ଗୋଜାବନ୍ଧ ମହାକାଳପଡ଼ା

 

କେନ୍ଦ୍ରାପଡ଼ା

Related posts

ଛାଇ

Sunil Chandra Nayak

ପ୍ରବନ୍ଧ ସାହିତ୍ୟ ଜଗତରେ ବୌଦ୍ଧିକ ଚେତନାର ମୂଳମନ୍ତ୍ର

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ପୁଣ୍ୟ ନୀଳାଚଳ

Sunil Chandra Nayak

Leave a Comment

error: Content is protected !!