ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢୀ ଙ୍କ କବିତା ଲୁହରେ ଲେଖୁଛି ଚିଠି

 ଲୁହରେ ଲେଖୁଛି ଚିଠି

ତ୍ରିଲୋଚନ ପାଢୀ

 (ଶିକ୍ଷକ )

ଲୁହରେ ଲେଖୁଛି 

ଚିଠି ମହାପ୍ରଭୁ 

ଲୁହରେ ଲେଖୁଛି ଚିଠି 

ଦେଖିଯାଅ ଥରେ 

କିପରି ଚାଲିଛି 

ତୁମ ହାତ ଗଢ଼ା ସୃଷ୍ଟି l

ବିଶ୍ୱ ଦେବତା 

ତୁମେ ଭାବଗ୍ରାହୀ 

ମହାପ୍ରଭୁ ଜଗନ୍ନାଥ 

ଗଡି ମରେ ଏଠି 

ତୁମରି ଭକତ 

ହୋଇ ଯାଏ ଟି ଅନାଥ l

ଅନ୍ତର୍ଯ୍ୟାମୀ ତୁମେ 

ଜାଣି ପାର ପରା

ଭକ୍ତ ଅନ୍ତର ବେଦନା

ତୁମରି ଭକତ 

ଭୋଗୁଅଛି ଏଠି 

ପ୍ରଭୁ ଅଶେଷ ଯାତନା l

ତୁମ ଭକତଙ୍କୁ 

ଉଦ୍ଧାର କରି 

ରକ୍ଷା କର ତୁମ ସୃଷ୍ଟି 

ଅନ୍ତର କୋହରେ 

ଆଖିର ଲୁହରେ 

ଲେଖୁଛି ପ୍ରଭୁ ମୁଁ ଚିଠି ll

ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ 

ସା, ପୋ :-ନନ୍ଦିଗ୍ରାମ , ଭାୟା :-ନାଉଗାଁ ହାଟ 

ଜିଲ୍ଲା :-ଜଗତସିଂହପୁର 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ବାହୁଡ଼ା ଯାତ୍ରା

କଙ୍ଗାଳୀ ଚରଣ ସେଠୀ ଙ୍କ କବିତା ସୁନୟନା

Sunil Chandra Nayak

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ  

Sunil Chandra Nayak

Leave a Comment

error: Content is protected !!