ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶକ୍ତିଦା ବିଷୋୟୀ ଙ୍କ କବିତା ଘର ପରିବାର ସରଗପୁର

ଘର ପରିବାର ସରଗପୁର

ଶକ୍ତିଦା ବିଷୋୟୀ

 

ଘର ପରିବାର ସରଗପୁର

ସ୍ନେହ ପ୍ରେମ ପ୍ରୀତି ବିଶ୍ବାସ ଝର

ରହିଥାଏ ଭାବ ଯଦି କର୍ତ୍ତବ୍ୟ

ସେବା ସମର୍ପଣ ସ୍ନିଗ୍ଧ ଆତ୍ମିୟ

ସେ ସ୍ଥାନତ ସ୍ବର୍ଗ ……..

ସୁଖ ସୈ।ହାର୍ଦ୍ଧରେ ଉଛୁଳୁ ଥିବ।।

 

ଦାୟିତ୍ଵ ରେ ବନ୍ଧା ଯଦି ଜୀବନ

ଅନୁଶାସନ କୁ କାର୍ଯ୍ଯେ ଧାରଣ

ଗୁରୁ ଗୁରୁଜନ ଦେଇ ସମ୍ମାନ

ଆଦେଶ ପାଳନ ଶ୍ରଦ୍ଧା ସୁମନ

ସେହି ଗୃହ ଶ୍ରେଷ୍ଠ………….

ହୋଇବେ ସନ୍ତାନ କର୍ତ୍ତବ୍ୟ ନିଷ୍ଠ।।

 

ଛୋଟଙ୍କୁ ସୁସ୍ନେହ କରି ଶାସନ

ଯଥା ଆବଶ୍ୟକ ତାଙ୍କ ପୁରଣ

ମିଛ ଋକ୍ଷ ବାକ୍ୟ ତାଙ୍କୁ ନ କହି

ସୁକୋମଳ ନେତ୍ରେ ଆବାଧେ ଚାହିଁ

ଆଦରରେ ଅତି…………

ଦେବ ନୀତି ଶିକ୍ଷା ଥିବା ସଂସ୍କୃତି।।

 

ପତି ପତ୍ନୀ ଦୁହେଁ ଏକତା ମନେ

ଆଦାନ ପ୍ରଦାନ ଭାବ ତରଙ୍ଗେ

ପ୍ରସୟ ନଦେଇ ମନମାଳିନ୍ଯ 

ପରଷ୍ପରରେ ହାର୍ଦ୍ଧିକ ସପ୍ରେମ

 ଶ୍ରଦ୍ଧା ରେ ସୁମନ………..

  ତପନ କିରଣେ ଯେସନେ ପଦ୍ମ।।

 

କିଞ୍ଚିତ ମାତ୍ରେ ବିମନା ନ ହୋଇ

ସମସ୍ଯରେ ଧୈ।ର୍ଯ୍ଯକୁ ନ ହରାଇ

ପର ଷଡ଼ଯନ୍ତ୍ରେ ଫସି ନ ଯାଇ

ବୁଦ୍ଧି ଜ୍ଞାନ ବଳେ ସଜାଗ ରହି

ଏହି ଗୁଣ ନେଇ…………

ଗୃହର ମର୍ଯ୍ୟାଦା ଦିଅ ବଢାଇ।।

 

ବ୍ୟବସ୍ଥିତ ସ୍ଥାନେ ଆସବା ପତ୍ର

ସଜା ସଜି କରି ସଫା ସୁତୁର

ଆବାସ ସୈ।ନ୍ଧର୍ଯ୍ଯ ପ୍ରସନ୍ନ ମନ

ଦୃଶ୍ୟ ମନୋହର ବଢେ ଦ୍ଵିଗୁଣ

ସେ ବାସ ଭବନ………..

ସରଗ ପୁର ନନ୍ଦନକାନନ।।

 

ସଦା କରିବ ସାତ୍ବିକ ଭୋଜନ

ଅତିଥି ସତ୍କାର ଘରେ ଭଜନ

ସ୍ୱାଧ୍ୟାୟ ସତ୍ ସଙ୍ଗ ବେଦ ପଠନ

ତୁଳସୀ ପୂଜନ ପ୍ରଦୀପ ଦାନ

ସୁନାର ସଂସାର………

ଗୃହ ପୂର୍ଣ୍ଣ ଆନନ୍ଦ ନିରନ୍ତର।।

 

   ସୋରଡ଼ା ,ଗଞ୍ଜାମ

 

Related posts

ବୈଦ୍ୟରାଜ ପବିତ୍ର ଶବର ସମ୍ମାନିତ

Sunil Chandra Nayak

ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବସୁମାତା ବାଣୀ

Sunil Chandra Nayak

Leave a Comment

error: Content is protected !!