ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଧନାପଣ୍ଡା ଙ୍କ କବିତା ଦଗ୍ଧ ବୈଶାଖ

ଦଗ୍ଧ ବୈଶାଖ

ସାଧନା ପଣ୍ଡା 

 

ବୈଶାଖେ ବଜ୍ରାହତ, ସ୍ତବ୍ଧ, ଅଗ୍ନିଦଗ୍ଧ

ଅରଣ୍ୟ ସାରା ଯାଏ ଛାଇ 

ମହୀ ଆଜି ସହି ଯାଏ 

ରୌଦ୍ରତାପ ମୁଣ୍ଡ ପାତିଦେଇ !

ବନସ୍ପତି ଜଳି ଯାଏ

ଚାଲି ଯାଏ ବଣ ଛାଡି ଦେଇ ….

ଲତାମାନେ ଝୁରୁଛନ୍ତି

ଆଉଜିବା ପାଇଁ !

ନିସ୍ତବ୍ଧ ପକ୍ଷୀଙ୍କ କାକଳି

ଆହତ ନୀଡ କିଛି 

କିଛି କୁଟା-କାଠି— 

ଶୁଖିଲା ପତର ଆଉ

ଜହ୍ନର ନିସ୍ତେଜ ଶରୀର 

ଜ୍ୱଳନରେ ଆଜି !

ଉତ୍ପୀଡନ ସହେ ରୌଦ୍ରତାପେ

ସ୍ତବ୍ଧତା ଚାରିଆଡେ ବିଛାଡି ପଡିଛି 

ଝୁଲିବେନି ଅନ୍ତରଦାହେ

ବ୍ୟର୍ଥ ପ୍ରେମ ଦୀର୍ଘ-ଶ୍ୱାସ

ଚନ୍ଦନ ବନରେ ଲାଗିଯାଏ ନିଆଁ 

ଲାଗିଛି ନିଆଁ ଗୋଧୂଳି ଦେହରେ

ମୁହଁ ଆଜି ଦିଶେ ଝାପ୍ ସା ଝାପ୍ସା  

ନିଦାଘର ଫଟା ଦର୍ପଣ ରେ !

ସ୍ମୃତି ସବୁ ବେଦନା ବିଧୁରା

ଫୁଟିଉଠେ ନିଷ୍ଠୁର ଭାବରେ

ସମୟର କ୍ଳେଦାକ୍ତ କ୍ଷତ

ଜଳି ଯାଏ ନିଦାଘର ଧାସେ ।

ଧାସରେ ତା’ ବାଜିଉଠେ

 ବିଦାୟ ରିଗିଣୀ 

ଗ୍ରୀଷ୍ମ ର ନିବିଡ ସ୍ପର୍ଶେ

ମଣିଷ ବିମର୍ଶ 

ସବୁକିଛି ଜଳି ଯିଏ 

ଦିଶେ ଭଗ୍ନସ୍ତୁପ ଭଳି !

ସବୁତ ଯାଉଛି ଜଳି

ତୀବ୍ର ଦାବାନଳେ ଛାତି

ଧୂସର ପୃଷ୍ଠାର ସମୂହ 

ଆଜି ନଷ୍ଟ ଭ୍ରଷ୍ଟ ହୋଇଛି 

ଉଠୁଛି ଫୁଟି ନିଦାଘର ଛବି

ଭୂଇଁ ଫାଟି ଆଁ କରିଛି !

ଜୀବନରୁ ବସନ୍ତ ବାହୁଡିଛି

କିନ୍ତୁ କ୍ୟାଲେଣ୍ଡର୍ ଜାବୁଡି ଧରିଛି

ଅଙ୍କାବଙ୍କା ଧୂଳିର ସାରଣୀ

ଦିଗନ୍ତକୁ ଲମ୍ବିଛି 

ଧୂସର ତା’ ସେଇ କିଆବୁଦା

ସେହି ପରିଚିତ ସୂର୍ଯ୍ୟାସ୍ତ 

ଭୂତକୋଠି ସାଜିଛି

ବୁଢିଆଣି ଜାଲ ସ୍ମୃତିର କଙ୍କାଳ

ସାଜି ଆଜି ଠିଆ ହୋଇଛି !

ନିଦାଘ ଧସେଇ ପଶିଛି

ଅନ୍ତିମ ପୃଷ୍ଠାରେ ସେହି 

ଅବିଚ୍ଛେଦ୍ୟ ରୌଦ୍ରତାପ

ଖିନ୍ ଭିନ୍ କରୁଛି !!

ଉଠେ ଝଡ ପୁଞ୍ଜା ପୁଞ୍ଜା

ମେଘ ଉହାଡରେ

ସ୍ମୃତି ସବୁ ଧୋଇଯାଏ

ଏଇ ମୁହୁର୍ତ୍ତରେ ।

ସାଧନାପଣ୍ଡା 

ଭୁବନେଶ୍ବର 

Related posts

ଅବିନାଶ ମହାପାତ୍ର ଙ୍କ କବିତା ଏଇତ ଜୀବନ ଖେଳ 

Sunil Chandra Nayak

ଲୋକ ପ୍ରତିନିଧି ଓ ଆମ ପୋଲିସ ଙ୍କ ଦ୍ବାରା ଦଶପୁର ଫାଣ୍ଡିରେ ବୈଠକ

Sunil Chandra Nayak

କେନ୍ଦ୍ରାପଡା ବାଲିଆ ବାଣ ବିସ୍ଫୋରଣ ରେ ଏତେ ବଡ଼ ଅଘଟଣ ଘଟିଲା ଜିଲ୍ଲା ପ୍ରଶାସନ କରୁଥିଲା କଣ ବୋଲି ଦାବୀ ରଖିଲେ ଆଇନ ଜୀବୀ ବିଦୁଭୂଷଣ ମହାପାତ୍ର 

Sunil Chandra Nayak

Leave a Comment

error: Content is protected !!