ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ଏ ମାଟିର କୀର୍ତ୍ତି ଆପାଶୋରା

ଏ ମାଟିର କୀର୍ତ୍ତି ଆପାଶୋରା

ବିଜୟ କୁମାର ଜେନା

 

ମଇନାକ ଶିଖରୀ ଚୂଳ

ପୂତ ମନ୍ଦାକିନୀ ଜଳ

ଗିରିବନ ଫୁଲ ଫଳ

କିବା ସଂଜ କି ସକାଳ

ଲାଗେ ମୋତେ ନିଆରା ନିଆରା

ପ୍ରକୃତିର ଛବି ଅପାସୋରା।

ସ୍ୱାଧୀନତା ପୂର୍ବ କାଳ

ଏ ମାଟି ମାଆର କୋଳ

ସଂଗ୍ରାମରେ ଉଦବେଳ

ମୁଖରିତ ପ୍ରଜାମେଳ

ଲାଗୁଥିଲା ନିଆରା ନିଆରା

ଶାନ୍ତ ଏବେ ମାଟି ମାଆ ପରା।

ଭକତି କବିତା ମାଳ

ଆହା ମଥୁରା ମଙ୍ଗଳ

ରାସ ସୁଆଙ୍ଗ ସକଳ

ପଟ୍ଟଯୋଶୀ ପାଲା ମେଳ

ଲାଗେ ମୋତେ ନିଆରା ନିଆରା

ଜନ୍ମିଥିଲେ ଗୁଣର ପସରା।

ରଘୁ ଦିବାକର ଦାନ

ଅର୍ଜ୍ଜୁନ ରାଉତ ମାନ

ରବୀନ୍ଦ୍ରର ଅବଦାନ

ମାଟି ମାଆର ଜୟ ଗାନ

ଲାଗେ ମୋତେ ନିଆରା ନିଆରା

କାଳଜୟୀ କୃତି ପତିଆରା।

ସାହିତ୍ୟ ସଂସ୍କୃତି କ୍ଷେତ୍ର

ଚଉଦିଗେ ପରିବ୍ୟାପ୍ତ

ଜଙ୍ଗଲ ସମ୍ପଦ ଯେତେ

ମଣିଷର ମିତ୍ର ଅଟେ

ଲାଗେ ମୋତେ ନିଆରା ନିଆରା

ଅତୀତ ଯେ ପଡେ ନାହିଁ ଧରା।

ଏ ମାଟିର ଜାତି ପ୍ରୀତି

ଇତିହାସ ମୁକ ସାକ୍ଷୀ

ସେ ସବୁ ପାଥେୟ କରି

ପ୍ରଗଲଭ ଜୀବନ ତରୀ

ଲାଗେ ଆଜି ନିଆରା ନିଆରା

ଆମେ ତାର ମୁକତି ପସରା।

ଏ ମାଟି ଜନତା ଆସ

ଭୁଲି ଯାଇ ରାଗ ରୋଷ

ଦେଇ ଆମେ ମନ ପ୍ରାଣ

କରୁଥିବା ଗୁଣ ଗାନ

ବାଣ୍ଟି ଦେବା ସୁଖର ପସରା

ଏ ମାଟିର କୀର୍ତ୍ତି ଆପାସୋରା।

 

 ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ଛାତି ଥରିଗଲା ଭଳି ଦୃଶ୍ୟ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଇଟାଭାଟି ମାଲିକ ଙ୍କ ର ମୃର୍ତ୍ତ ଦେହେ ଉଦ୍ଧାର ହତ୍ୟା କାଣ୍ଡର କାରଣ ଖୋଳ ତାଡ଼ ଚାଲିଛି

Sunil Chandra Nayak

ଦୁଇ ଅନାଥ ଝିଅଙ୍କୁ ଭେଟିଲେ ଶିଶୁ ମଙ୍ଗଳ ସମିତି ମେମ୍ବର ଓ ଶିଶୁ ସୁରକ୍ଷା ୟୁନିଟ କର୍ମକର୍ତ୍ତା

Sunil Chandra Nayak

ଗ୍ରାମ ପଂଚାୟତରେ ନାଏବ ସରପଂଚ ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!