ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତ ମହାବିଦ୍ୟାଳୟରେ +୨ ଛାତ୍ରୀଙ୍କ ଆତ୍ମ-ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ ଯାପିତ

ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଛାତ୍ରୀ ମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଥାଏ

ଧର୍ମଗଡ଼:୧୮/୪/୨୨ :  ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟରେ +୨ ପ୍ରଥମ ବାର୍ଷିକୀ ଛାତ୍ରୀଙ୍କ ଆତ୍ମ-ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍-ଯାପିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କାଳୀୟ ଗଞ୍ଜନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦ୍-ଯାପନୀ ଉତ୍ସବରେ ଧର୍ମଗଡ଼ ଉପଖଣ୍ଡ ପୋଲିସ୍ ଅଧିକାରୀ ଧୀରଜ କୁମାର ଚୋପଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ୍ ପାଇଥିବା କୌଶଳକୁ ନିୟମିତ ଭାବେ ଅଭ୍ୟାସ କରି ବାସ୍ତବ ଜୀବନରେ ଆସୁଥିବା ବିପଦକୁ ସାହସର ସହ ସାମ୍ନା କରିବା ସହ ସଞ୍ଜମପୂର୍ଣ୍ଣ ଜୀବନଶୈଳୀ ଆପଣାଇବାକୁ ଆହ୍ବାନ ଦେଇଥିଲେ ଓ ସାମାଜିକ ଗଣମାଧ୍ୟମ ବ୍ୟବହାର ର ଦୁରୁପଯୋଗ ନକରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର କଳାହାଣ୍ଡି ଜିଲ୍ଲା ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିବା ସହ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଛାତ୍ରୀ ମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଥାଏ ବୋଲି ମତ ଦେଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂଚାଳକ ଅଧ୍ୟାପକ ସରୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ମୋଟ ୧୦୩ ଜଣ ଛାତ୍ରୀଙ୍କୁ ମାଷ୍ଟର ପ୍ରଶିକ୍ଷିକା ମାଳତୀ ପଟେଲ୍ ଓ ହୀରା ନିଆଲ୍ ମୋଟ ଆଠ ଦିନ ଏହି ପ୍ରଶିକ୍ଷଣ ପ୍ରଦାନ କରିଥଲେ। ସମସ୍ତ ପ୍ରଶିକ୍ଷାର୍ଥିନୀଙ୍କୁ ତାଲିମ ପ୍ରମାଣ ପତ୍ର ଓ ଦୁଇ ପ୍ରଶିକ୍ଷିକାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ

Sunil Chandra Nayak

ଶହ ଶହ ଏକର ଜମି ଜଳମଗ୍ନ, ବ୍ଳକ ରେ ନାହିଁ ବନ୍ୟା ଆଶ୍ରୟ ସ୍ଥଳୀ

Sunil Chandra Nayak

ଦେବବ୍ରତଙ୍କୁ ମିଳିଲା ‘ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ – ୨୦୨୨

Leave a Comment

error: Content is protected !!