ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ଭବାନିପାଟଣା – : କୋଭିଡ ମହାମାରୀ ପରିସ୍ଥିତି ଯୋଗୁଁ ବନ୍ଦ ରହିଥିବା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍,ଆଇଏଏସ ଙ୍କ ଅଧକ୍ଷତାରେ ଆରକ୍ଷୀ ଅଧିକ୍ଷକ ଡ ଶ୍ରବଣା ବିବେକ ଏମ,ଆଇପିଏସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଓ ଶ୍ରୀ ସୁଶାନ୍ତ କୁମାର ପଟେଲ, ପିଡି, ଡି ଆର୍ ଡି ଏ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଉପ ଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ୍ ୫୩ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୪୨ ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୧୧ ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୭ ଟି ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇଥିଲା।ସେଭଳି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କର୍ଲାମୁଣ୍ଡା ବ୍ଲକର ଗଜବହାଲ ଅଞ୍ଚଳର ଆନନ୍ଦିନି ସୁନାଙ୍କ ୯ ବର୍ଷର ଝିଅ ର ମେଡିକାଲ ସହାୟତା (ପ୍ଲାଷ୍ଟିକ ସର୍ଜରୀ)ପାଇଁ ୫୦୦୦ ଟଙ୍କା ଅନୁମୋଦନ କରାଗଲା ।

ଜନଶୁଣାଣୀ ଶିବିର ପୂର୍ବରୁ ଜିଲ୍ଲାପାଳ ଡ଼ ଗାଭାଲି ସାମାଜିକ ଗଣମାଧ୍ୟମ, ମେଲ୍ ଓ ପତ୍ର ମାଧ୍ୟମରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ,ଜନଶୁଣାଣୀ ପୋର୍ଟାଲ ତଥା ଜିଲ୍ଲାପାଳଙ୍କ ଅଫିସ୍ କୁ ଆସିଥିବା ଆବେଦନ ର ଅଭିଯୋଗ ଓ ସମସ୍ୟା ସଂଯୁକ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀ ଠାରେ କେତେ କେଶ୍ ବାକି ଅଛି, କାହିଁକି ରହିଛି ଓ କେତେ ଦିନ ମଧ୍ୟରେ ସମାଧାନ ହେବ ଏହା ଉପରେ ପୁଙ୍ଖାନୁପୁଙ୍ଖ ସମିକ୍ଷା କରିଥିଲେ ଓ ସମସ୍ତ ଅଭିଯୋଗ ର ସମାଧାନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ପ୍ରତ୍ୟେକ ସୋମବାର ଜନଶୁଣାଣୀ ପୂର୍ବରୁ ଏଭଳି ସମୀକ୍ଷା କରିବେ ବୋଲି ପ୍ରକାଶ କରିଥିଲେ ।ଏହି ଜନ ଶୁଣାଣି ଶିବିର ମାସର ପ୍ରତ୍ୟେକ ସୋମବାର ହେବ ଏବଂ ଆସନ୍ତା ଶିବିର ନର୍ଲା ବ୍ଲକରେ ଅନୁଷ୍ଠିତ ହେବ। ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ କଳାହାଣ୍ଡି ସିଡ଼ିଏମଓ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

 ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଚୋରା ଚାଲାଣ ବେଳେ ପୁଣି ଜବତ ହେଲା  ବିପୁଳ ପରିମାଣର ଗଞ୍ଜେଇ

Sunil Chandra Nayak

ରାଇରଙ୍ଗପୁର ପୌରାଞ୍ଚଳର ୧୧,୧୨ ଏବଂ ୧୪ ନମ୍ଵୂ ଓ୍ବାର୍ଡରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ଜବାହର ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!