ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶବରପଡା ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଦାବୀ

ଚିଲିଗୁଡା ୧୮ /୦୪ (ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଦେଦର ଏକ ଆଦିବାସୀ ବହୁଳ ଅନଗ୍ରସର ପଞ୍ଚାୟତ ଅଟେ।ଏହି ପଞ୍ଚାୟତର ଗୋଳମୁଣ୍ଡା ଗ୍ରାମର ଏକ ପଡା ଶବର ପଡା।ଇନ୍ଦ୍ରାବତୀ ଦକ୍ଷିଣ କେନାଲ ପାଖରେ ରହିଛି ଶବର ପଡା ପ୍ରାଥମିକ ବିଦ୍ୟାଳୟ।ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚାଳିଶ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ ଅଛନ୍ତି ତିନିଜଣ ଶିକ୍ଷକ।୨୦୦୮ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଶ୍ରେଣୀଗୃହ ଗୁଡିକ ବିପଦସଂକୁଳ ଅବସ୍ଥାରେ ପହଂଚିଲାଣି।ଶ୍ରେଣୀ ଗୃହ ଗୁଡିକର ଛାତରେ ସିମେଣ୍ଟ ଢଳେଇ ଫାଟି ଆଁ କଲାଣି।ଶ୍ରେଣୀ ଗୃହରେ ପାଠ ପଢିବା ସମୟରେ ଶିକ୍ଷକ ଓ ଛାତ୍ରଛାତ୍ରୀ ବିପଦ ଆଶଙ୍କାରେ ରହୁଛନ୍ତି। ଇନ୍ଦ୍ରାବତୀ ଦକ୍ଷିଣ କେନାଲକୁ ଏହି ବିଦ୍ୟାଳୟଟି ଲାଗି ରହିଛି।କେନାଲରେ ଜଳ ପ୍ରଭାହିତ ସମୟରେ କୋମଲମତି ଛାତ୍ରଛାତ୍ରୀ ବିପଦର ସମ୍ମୁଖୀନ ହେବା ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ।ଏହି ପରିପ୍ରେକ୍ଷୀରେ ସ୍କୁଲ ଚାରିପଟେ ପାଚେରୀ ନିର୍ମାଣ ଅନିବାର୍ଯ୍ୟ ହୋଇ ପଡିଛି।ସ୍କୁଲର ବହୁବିଧ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନକୁ ଜଣାଇଥିଲେହେଁ ଅଦ୍ୟାବଧି ସୁଫଳ ପାଇ ପାରି ନାହାନ୍ତି। ଏହି ବିଦ୍ୟାଳୟର ଆନୁସଙ୍ଗିକ ଭିତ୍ତିଭୂମି ଯଥା ନୂତନ ସ୍କୁଲଗୃହ, ପାଚେରୀ, ଶୌଚାଳୟ ଆଦି ନିର୍ମାଣ ଦିଗରେ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରୁଛନ୍ତି। ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସସ୍ମିତେଶ ସାହୁ ଙ୍କ କବିତା ଓଁ ନମଃ ଗଣେଶାୟଃ

Sunil Chandra Nayak

ବାଲିଘାଟ ନିଲାମ ଘଟଣାକୁ କେନ୍ଦ୍ର କରି ଥାନା ଘେରିଲେ ଗ୍ରାମବାସୀ

ବାଲାଜି ସେଠୀ ଙ୍କ କବିତା ତୁମେ ଅଛ ବୋଲି 

Sunil Chandra Nayak

Leave a Comment

error: Content is protected !!