ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ଙ୍କ ଶବ ଉଦ୍ଧାର,ବାପା ଘରେ ଆଣିଲେ ହତ୍ୟା ଅଭିଯୋଗ

କୋକସରା୧୬/୦୭- (ମ ନି ସ ) କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଘୁମେରଗୁଡା ଗାଁରେ ଶୁକ୍ରବାର ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ରେ ମୃତଦେହ ଉଦ୍ଧାର କରିଛି ପୋଲିସ।ଗତ ୧ ମାସ ତଳେ ପ୍ରେମ ବିବାହ କରି ଯୁବକଙ୍କ ଘରେ ରହୁଥିବା ବେଳେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ବାପା ଘର ଲୋକ ଝିଅ କୁ ହତ୍ୟା କରିଥିବା ନେଇ କୋକସରା ଥାନା ରେ ଅଭିଯୋଗ ଆଣିଛନ୍ତି। ସୂଚନା ମତେ ଚାରବାହାଲ ପଞ୍ଚାୟତ ଘୁମେରଗୁଡା ଗ୍ରାମର ଯୁବକ ଧନଞ୍ଜୟ ଲହଜଳ (୨୮) ପୂର୍ବରୁ ଏକ ହତ୍ୟା ଘଟଣାରେ ଜେଲ ରୁ ପାରୋଲ ରେ ଆସିଥିବା ବେଳେ ଧର୍ମଗଡ ବ୍ଲକ ପର୍ଲା ଗାଁ ର ମଛିନ୍ଦ୍ର ଗୋପାଳ ଙ୍କ ଝିଅ ଲତା ଗୋପାଲ ସାଙ୍ଗରେ ପ୍ରେମ ସମ୍ପର୍କ ଯୋଡି ହୋଇଥିଲା। ଗତ ମାସେ ତଳେ ପ୍ରେମ ବିବାହ କରି ଲତା କୁ ନିଜ ଘରକୁ ନେଇ ଆସିଥିଲେ ପ୍ରେମିକ ଧନଞ୍ଜୟ। ତେବେ ଶୁକ୍ରବାର ମଧ୍ୟାହ୍ନରେ ଧନଞ୍ଜୟ ଲହଜଳ ଲତା ର ବାପ ଘର କୁ ଫୋନ କରି ତମ ଝିଅ ଆତ୍ମହତ୍ୟା କରିଛି ଓ ତାର ମୃତ୍ୟୁ ହୋଇଛି ବୋଳି କହିଥିବା ବେଳେ ଖବର ଶୁଣି ଲତା ର ବାପଘର ଲୋକେ ଆସି ଘଟଣା ସମ୍ପର୍କରେ ମୋଟେର ଫାଣ୍ଡି ରେ ଝିଅ କୁ ହତ୍ୟା କରାଯାଇଛି ବୋଳି ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ପଦକ୍ଷେପ ନେଇ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ଉଭୟ ପକ୍ଷ ଙ୍କ ବୟାନ ନେବାପରେ ଧନଞ୍ଜୟ ଲହଜଳ କୁ ଘଟଣା ରେ ପଚରାଉଚୁରା ପାଇଁ କୋକସରା ଥାନା ରେ ଆଣି ଅଟକ ରଖିଛନ୍ତି। ଶନିବାର ସକାଳୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ସହ ଆମପାଣି ପୋଲିସ ଆଇଆଇସି ଚତୁର୍ଭୁଜ ନାଏକ, ତଦନ୍ତକାରୀ ସବ ଇନିସ୍ପେକ୍ଟର ଗୋପବନ୍ଧୁ ନାଏକ, ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଶବ ଜବତ କରିବା ସହ ସାଇଣ୍ଟିଫିକ ଟିମ ର ତଦନ୍ତ ପରେ ଶବ କୁ ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲ କୁ ଆଣି ବ୍ୟବଚ୍ଛେଦ ପରେ ପରିବାର କୁ ଶବ ହସ୍ତାନ୍ତର କରିଛନ୍ତି। ଏନେଇ କୋକସରା ଥାନା ରେ ଏକ ଅପମୃତ୍ୟ ମାମଲା ୧୬୪/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଳି ତଦନ୍ତକାରୀ ପୋଲିସ ଅଧିକାରୀ ସୁଚନା ଦେଇଛନ୍ତି।

Related posts

ଲାଞ୍ଜିଗଡ଼ ବ୍ଲକ… ୨୫ପଞ୍ଚାୟତରେ ସରିଲା ନାଏବ ସରପଞ୍ଚ ନିର୍ବାଚନ, କାନକୁଟ୍ରୁରେ ନୋହିଲା

Sunil Chandra Nayak

ଗୋଲାମୁଣ୍ଡା ପୋଲିସର ବଡ ସଫଳତା – ଚୋରା ଚାଲାଣ ବେଳେ ୪୨ କିଗ୍ରା ଗଞ୍ଜେଇ ଜବତ,ଦୁଇଜଣ କୋର୍ଟ ଚାଲାଣ

Sunil Chandra Nayak

ଅରୂପ କୁମାର ବିଶ୍ବାଳ ଙ୍କ କବିତା ଘରେ ଘରେ ତ୍ରୀରଙ୍ଗା

Sunil Chandra Nayak

Leave a Comment

error: Content is protected !!