ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିନାସୂଚନା ଫଳକରେ ଚାଲିଛି ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ

କୋକସରା,୩/୬- ( ମ ନି ସ  ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ସାରସମାଲ ଗ୍ରାମର ବୁଢ଼ାବନ୍ଧ ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ ବିନାସୂଚନା ଫଳକରେ ଚାଲିଛି । ଫଳରେ କାର୍ଯ୍ୟ ପ୍ରତି ସଂଦେହ ସୃଷ୍ଟି ହେଉଛି । ନିୟମ ଅନୁଯାଇ ଯେକୌଣସି ସରକାରୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ନିର୍ମାଣ କରିବା ବାଧ୍ୟତା ମୂଲକ ରହିଛି । ଏମିତିକି ସୂଚନା ଫଳକ ନିର୍ମାଣ କରା ନଯିବା ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇପାରିବ ନାହିଁ । ମାତ୍ର ଏଠାରେ ସମସ୍ତ ନିତି ନିୟମର ଉଲ୍ଲଘଂନ କରାଯାଇ ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ କରାଯାଉଛି । ସୂଚନା ଫଳକ ନ ଥିବାରୁ କାର୍ଯ୍ୟର ସଠିକ ସୂଚନା ଲୋକେ ଜାଣିପାରୁ ନଥିବା ବେଳେ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖିବା କିଛି ଉଦ୍ଦେଶ୍ୟ ରହିଛି ବୋଲି ଆଲୋଚନା ହେଉଛି । ଏହି ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ ଏସ୍‌ଏଫସି ଯୋଜନାରେ ଚାଳିଥିବା ବିଭାଗୀୟ ସୁତ୍ରରୁ ଜଣାପଡିଛି । ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ କୁ ବିଭାଗୀୟ ସମ୍ପାଦନା ହେଉଥିବା କୁହାଯାଉଛି । ହେଲେ ବିଭାଗୀୟ ଯନ୍ତ୍ରୀ କିମ୍ବା ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହୁ ନାହାଁନ୍ତି । କାର୍ଯ୍ୟକୁ ସ୍ଥାନୀୟ ଜଣେ ଠିକାଦାର ମେସିନ ମାଧ୍ୟମରେ ଜୋରସୋରରେ କରୁଥିବା ଦେଖିବାକୁ ମିଲିଛି । ଠିକାଦାର ସହ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ବେଶ୍ ମୁନାଫା ଉଠାଇବା ଯୋଜନା କରୁଥିବା ଚର୍ଚ୍ଚା ହେଉଛି । କୋକସରା ବ୍ଲକରେ ଏକାଧିକ କାର୍ଯ୍ୟ ବିନାସୂଚନା ଫଳକ ଓ ଯନ୍ତ୍ରୀଙ୍କ ଅନୁପସ୍ଥତିରେ ଚାଲିବା କିଛି ନୂଆକଥା ନୁହେଁ । ଏହା ଚିରାଚରିତ ଭାବରେ ଅନେକ ଦିନରୁ ଚାଲି ଆସୁଥିବା ବେଳେ ଏଥିପ୍ରତି କାହାରି ନଜର ନାହିଁ । ଫଳରେ ଠିକାଦାରଙ୍କ ମର୍ଜିରେ କାର୍ଯ୍ୟ ଚାଲୁଥିବା ନେଇ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ନେଇ ଡହଗାଁ ପଞ୍ଚାୟତ ଜିପିଟିଏ ପଞ୍ଚାନନ ବିଷୋୟୀଙ୍କ ପ୍ରତିକ୍ରିୟା ନେବାରୁ ଏସ୍‌ଏଫସି ଯୋଜନାରେ କାମ ଚାଲିଛି । କାର୍ଯ୍ୟର କେତେ ଅଟକଲ ମୂଲ୍ୟ ରହିଛି ତାହାର ସଠିକ୍ ତଥ୍ୟ ଦେଇ ପାରିନଥିଲେ ଏବଂ ସୂଚନା ଫଳକ କଥା ପଚାରିବାରୁ ଲାଗିନଥିଲା ତୁରନ୍ତ ଲଗାଇ ଦିଆଯିବ ବୋଲି କହିଛନ୍ତି ।

Related posts

ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସାଙ୍ଗଠନିକ ବୈଠକରେ ବାଲେଶ୍ଵର

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଅଭୁଲା ଅତୀତ

Sunil Chandra Nayak

ବାସନ୍ତୀ ଲତା ଜେନା ଙ୍କ କବିତା କଳା ଜହ୍ନ

Sunil Chandra Nayak

Leave a Comment

error: Content is protected !!