ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୂଷାପାଳି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୧୯/୧୧-  (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଳି ଗ୍ରାମର ମା ମାଉଳି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜହ୍ନି ଓଷା ଉପଲକ୍ଷେ ରେକର୍ଡ ଡ଼୍ୟାନ୍ସ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟି ପକ୍ଷରୁ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ମୁଖ୍ୟ ବକ୍ତା ଭାବେ ଘନଶ୍ୟାମ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଅକ୍ଷୟ କୁମାର ନାଏକ, ସମିତି ସଭ୍ୟା ଅଞ୍ଜନା ଦୁର୍ଗା, ନାଏବ ସରପଞ୍ଚ କୃଷ୍ଣା ମଞ୍ଜରୀ ସୁନାନୀ, ତିଲୋତ୍ତମା ନାଏକ, ମହେଶ କୁମାର ଗୁପ୍ତା, ସନ୍ଥ ନାଏକ ବିଜେଡି ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼ ଉପସ୍ଥିତ ରହିଥିବା ବେଳେ ୨୨ ଗୋଟି ରେକର୍ଡ ଡ଼୍ୟାନ୍ସ ଦଳ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଅଲେଖ ଗୋପାଳ ପରିଚାଳନା କରିଥିବା ବେଳେ ପୁଜା କମିଟିର ଧନେଶ୍ୱର ଗୋପାଳ, ଅଖିଳ ନାଏକ, ଦୁଷ୍ମନ୍ତ ନାଏକ, ଛବିଲା ରାଉତ, ଭିକାରି ଦୁର୍ଗା, ରାଜୁ ଗୋପାଳ, ନମିତା ଦୁର୍ଗା, ଗଙ୍ଗେଶ୍ୱରୀ ଦୁର୍ଗା, ରିଙ୍କି ଗୋପାଲ, ରୁକ୍ମଣୀ ଗୋପାଳ, ପୂର୍ଣ୍ଣମୀ ଧରୁଆ, ମିଳି ରାଉତ, ପୂଜା ବାଗ ସଦସ୍ୟ ମାନେ ସହଯୋଗ କରିଥିଲେ।

Related posts

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆସନ୍ତା ୨୦ରେ

Sunil Chandra Nayak

ଧର୍ମଗଡ ରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ତିରୋଧାନ ଦିବସ

Sunil Chandra Nayak

କବିତା

Sunil Chandra Nayak

Leave a Comment

error: Content is protected !!