ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୁନାର ଦାସ ଙ୍କ କବିତା ମାୟା

ମାୟା

ମୂର୍ତ୍ତି ଟିଏ ଟାଣିନେଲା ମତେ
ନିଜ ଆଡ଼େ
ତା’ ଅନ୍ତର ଭିତରେ
କି ଉଷ୍ଣତା ଥିଲା କେଜାଣି
ଜାକି ଜୁକି ହୋଇ ଶୋଇ ପଡ଼ିଲି
ଯେମିତି କାହିଁ କେତେ ଯୁଗରୁ
ଶୋଇ ନଥିଲି ।
ମନ ଭିତରେ ପୋଡ଼ି ଯାଇଥିବା
କିଛି ଅଙ୍ଗାର ଥିଲା
ସେଥିପାଇଁ ଶବ ଭଳି ଦିଶୁଥିଲି 
ଅଜଣା ଥିଲି ଏ ମୃତ ଆତ୍ମା କୁ
ଜୀବିତ କରିବି ପୁଣି କେମିତି ?
ପାହାଡ଼ ଭଳି କୁଢ଼ ହୋଇଥିବା
ଅଵଲେପ ଅନ୍ଧାର କୁ ପୋଛି
ସଫା କରିବି କେମିତି??
ଆଗରେ ସ୍ୱଚ୍ଛ ନଇ ଥିଲା
ନିଜ ଅସ୍ତିତ୍ବ ଭିତରେ 
ବୁଡ଼ି ରହିଥିବା ପର୍ବତ ଥିଲା
ବାଘ ମୁହଁ ପରି
ବଡ଼ ବଡ଼ ପଥର ର
ଗୁମ୍ଫା ଥିଲା
ମୁଁ ଯେବେ ବୁଡ଼ିବାକୁ ଚାହିଁଲି
ସେ ସ୍ୱଚ୍ଛ ପାଣିରେ
ମୂର୍ତ୍ତି ଟିଏ ମୋ ବାଟ ଓଗାଳିଲା।
ଆଶ୍ଚର୍ଯ୍ୟ ରେ ଦେଖିଲି କ୍ଷଣିଏ
ଏ ମୂର୍ତ୍ତି ର ବି 
ଏତେ ଆତ୍ମୀୟତା ମୋ ପାଇଁ ?
କିଏ ଲାଗେ ମୁଁ
ସେହି ମାଟି ପିତୁଳାର ?
ମୂର୍ତ୍ତି ଟାର ଭାଷା ନଥିଲା
ଖାଲି ଏକ ଲୟରେ ହିଁ
ମୋତେ ଦେଖୁଥିଲା
କିଛି ଟା ମୁହୂର୍ତ୍ତ ରେ
ତା ବନ୍ଧନ ଟା ମୋତେ
ଖୁବ୍ ଆତ୍ମୀୟ ଲାଗିଲା
ଧୀରେ ଧୀରେ ତା’ ବାହୁ
ମୋତେ କବଳିତ କଲା ।
ଅଣ ନିଶ୍ୱାସୀ ହୋଇ
ମୃତ୍ୟୁ ପ୍ରାପ୍ତ ହେବା ପୂର୍ବରୁ
ତାକୁ ଧକ୍କା ଦେଇ
ଆଗକୁ ଧାଇଁଲି
ମୂର୍ତ୍ତି ଟା ତଳେ ପଡ଼ି
ଚୂର୍ଣ୍ଣ ହୋଇଗଲା ।
ତା’ ଭିତରେ ଅନେକ ଆବର୍ଜନା ଥିଲା
ସେ ଆବର୍ଜନା ଭିତରେ
ନାମ ଫଳକ ଟେ ତା’ର ପଡ଼ି ରହିଥିଲା
ସେଥିରେ ଲେଖା ଥିଲା “ମାୟା”…..।

ଲୁନାର ଦାସ

ମହୋଦଧି ନିଲାୟସ ଆପର୍ଟ ମେଣ୍ଟ

ତମାଣ୍ଡୋ, ଭୁବନେଶ୍ୱର

Related posts

ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଓ ସ୍କୁଲ ନିରାପତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଵହଳଦା ଥାନା ପରିସରରେ ପୋଲିସ ଏବଂ ବନ ବିଭାଗ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା କୃଷ୍ଣ ରୂପେ ଆସ ତୁମେ

Sunil Chandra Nayak

Leave a Comment

error: Content is protected !!