ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ଣ୍ଣଚନ୍ଦ୍ର ଭବନ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ସାଂଗଠନିକ ବୈଠକ

ମୟୂରଭଞ୍ଜ ୧୮/୬/୨୨(ମସିହା)  ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ର ପୂର୍ଣ୍ଣ ଚନ୍ଦ୍ର ଭବନ ପରିସରରେ ଶନିବାର ଦିନ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେଡି ସାଂଗଠନିକ ବୈଠକ ମୟୂରଭଂଜ ସଦର ବିଜେଡ଼ି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ବିଜେଡି ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ମୟୂରଭଞ୍ଜ ବିଜେଡି ଜିଲ୍ଲା ସଂଯୋଜକ ସୁବ୍ରତ ଛାଟୋଇ, ବିଜେଡି ରାଜ୍ଯ ସାଂଗଠନିକ ସଂପାଦକ ଡ଼ାଃ ଦେବାଶିଷ ମାରାଣ୍ଡି, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ସଂଯୋଜ ଗଣେଶ ମହାପାତ୍ର , ମୟୂରଭଞ୍ଜ ସଦର ବିଜୁ ଯୁବ ଜନତା ସଭାପତି/ପୌର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ମୟୂରଭଞ୍ଜ ସଦର ବିଜୁ ମହିଳା ସଭାପତି ତନୁଜା ମହାନ୍ତ ମୟୂରଭଞ୍ଜ ସଦର ବିଜୁ ଛାତ୍ର ଜନତା ସଭାପତି ଆନିସ ମାନା, ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ ପ୍ରମୁଖ ଯୋଗଦେବା ସହ ବିଜୁ ଯୁବ,ଛାତ୍ର ମହିଳାସଂଗଠନର‌କର୍ମକର୍ତା ,ସମସ୍ତ ବିଜେଡି ଜନପ୍ରତିନିଧି ଯୋଗ ଦେଇଥିଲେ । ଅତିଥି ଗଣ ପ୍ରଥମେ ବିଜେଡି କର୍ମୀ ଓ ଭୋଟର ଭାଇ ଭଉଣୀମାନଙ୍କୁ ସେମାନଙ୍କ ତ୍ୟାଗ,ଆନୁଗତ୍ୟ,ଲୋକ ସଂପର୍କ, ସରକାରଙ୍କ ଯୋଜନାକୁ ସାଧାରଣ ଜନତାଙ୍କ ପାଖରେ ସଠିକ୍ ଉପସ୍ଥାପନା, ଲୋକଙ୍କ ସୁଖ ଦୁଃଖର ସାଥୀ ଯୋଗୁଁ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ଏକ ଅଦ୍ଭୁତ ଐତିହାସିକ ବିଜୟ ଲାଭ କରିଛି । ତେଣୁ ସମସ୍ତ ଶ୍ରେୟ ସେହି ତୃଣମୂଳ ସ୍ତରର ବିଜୁ କର୍ମିମାନଙ୍କୁ ।ସେମାନଙ୍କୁ ସତ ସଲାମ୍ । ଆଗକୁ ସାଧାରଣ ନିର୍ବାଚନ ।ବେଳ ଥାଉଁ ଥାଉଁ ସାବଧାନ ।ବାହାଘର ବେଳେ ବାଇଗଣ ରୁଆ ଭଳି ଘଟଣା ଦଳ ଆଗକୁ ନ ଦେଖୁ ।ସମୟର ସଠିକ ବିନିଯୋଗ କରାଯାଉ । ପରସ୍ପର ମଧ୍ୟରେ ଅହଂଭାବ ଛାଡି ମନାନ୍ତର ଓ ମତାନ୍ତର ଠାରୁ ଦୂରରେ ରହି ଦଳଗତ କାମ କଲେ ଆଗକୁ ନିଶ୍ଚୟ ସଫଳତାର ଶୀର୍ଷରେ ପହଞ୍ଚିବ । ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ । ତେଣୁ ସମସ୍ତେ ସଜାଗ ହୋଇ ଦଳର ନିର୍ଦେଶକୁ ଅକ୍ଷରେ ଅକ୍ଷରେ ମାନିଲେ‌‌ ନିଶ୍ଚୟ ଭାବରେ ବିଜେଡି ହୃତ ଗୌରବକୁ ଫେରିପାଇବା ।ବିଜେଡି ଏକ ଶୃଙ୍ଖଳିତ ଦଳ । ଏଠାରେ ଗୋଷ୍ଠୀ କନ୍ଦଳକୁ ବ୍ରାହ୍ମ କରାଯିବ ନାହିଁ । ନିର୍ବାଚନ ସମୟରେ ଯାହାକିଛି ପ୍ରତି ଶ୍ରୂତି ଦିଆଯାଇଛି ସେଗୁଡିକ ସମାଧାନ ପାଇଁ ଶିଘ୍ର ଦଳ ତରଫରୁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଅତିଥି ଗଣ କହିଥିଲେ । ଦିର୍ଘ ୩ ମାସ ପରେ ବିଜେଡ଼ିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିବାରୁ କର୍ମି ମହଲରେ ସନ୍ତୋଷ ପ୍ରକାଶ ପାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ୨୦୨୨ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ

Sunil Chandra Nayak

ବିଶ୍ଵ ଓଜନ ଦିବସ ପାଳିତ

Sunil Chandra Nayak

ଫୁଟବଲ ଦଳକୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!