ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ମକ୍ ଡ୍ରିଲ୍ ଅଭ୍ୟାସ 

ଭବାନୀପାଟଣା  (ମ ନି ସ ) ତା ୧୮.୬.୨୦୨୨ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଟେବୁଲ ଟପ୍ ଅଭ୍ୟାସର ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଉପ ଜିଲ୍ଲାପାଳ,ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ରାଜ୍ୟ ପର୍ଯ୍ୟବେକ୍ଷକ ଡ ରାକେଶ ଠାକୁର,ସହକାରୀ ଜିଲ୍ଲାପାଳ ( ଜରୁରୀ) ସୁଶ୍ରୀ ପ୍ରଧାନ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାରେ ବାତ୍ୟା ଓ ବନ୍ୟା ଭଳି ପରିସ୍ଥିତି ଉପୁଜିଲେ ତାକୁ ଠିକ୍ ରୂପେ ସାମ୍ନା ଓ ପଦକ୍ଷେପ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗର ରାଜ୍ୟ ଜରୁରୀ ନିର୍ବାହ କେନ୍ଦ୍ରରୁ ଆସିଥିବା ଗାଇଡ ଲାଇନ୍ ଅନୁଯାୟୀ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ,ସତର୍କ ସୂଚନା ପ୍ରାପ୍ତି ଓ ପ୍ରେରଣ, ଅଗ୍ନିଶ୍ରମ ବିଭାଗର ସତର୍କତା, ଆର୍ ଏଣ୍ଡ ବି ତଥା ଆର୍ ଡି ବିଭାଗର ପଦକ୍ଷେପ,ସ୍ବାସ୍ଥ୍ୟ ବିଭାଗ ର ପଦକ୍ଷେପ, ପୋଲିସର ଭୂମିକା, ବନ୍ୟା ଆଶ୍ରୟ କେନ୍ଦ୍ର,୨୪ ଘଣ୍ଟିଆ ନିୟନ୍ତ୍ରଣ କେନ୍ଦ୍ର,ଗର୍ଭବତୀ ମହିଳା, ଶିଶୁ, ଅକ୍ଷମ, ବୃଦ୍ଧ ଲୋକଙ୍କୁ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତରଣ, ବନ୍ୟା ଆଶ୍ରୟ କେନ୍ଦ୍ରରେ ପାନୀୟ ଜଳ,ଖାଦ୍ୟ,ଔଷଧ,ଆସ୍କା ଲାଇଟ୍, ଜେନେରେଟର, ଶିଶୁ ଖାଦ୍ୟ ମହଜୁଦ ଉପରେ ସବିଶେଷ ବିବରଣୀ ଜରୁରୀ ଅଧିକାରୀ ସୁଶ୍ରୀ ପ୍ରଧାନ ସ୍ଲାଇଡ ମାଧ୍ୟମରେ ଦେଇଥିଲେ।

ଜିଲ୍ଲାରେ ୧୩ ଟି ବ୍ଲକରେ ବି ଡି ଓ ଏବଂ ତହସିଲଦାର,୪ ଟି ବହୁବିଧ ଆଶ୍ରୟ କେନ୍ଦ୍ରରେ ଏହି ଅଭ୍ୟାସ ପାଇଁ ସତର୍କ ଅଛନ୍ତି ଏବଂ ଆସନ୍ତା କାଲି ମକ୍ ଡ୍ରିଲ କୁ ସୂଚାରୁ ରୂପେ ପାଳନ କରିବା ପାଇଁ ନିଜ ନିଜ କେନ୍ଦ୍ରରେ ଉପସ୍ଥିତ ରହିବେ। ୪ ଟି ବୁଲେଟିନ ଯାହା ଏଲର୍ଟ, ୱାର୍ଣିଂ, ଲେଣ୍ଡଫଲ ଓ ଅନାଲିସିସ୍ ପର୍ଯ୍ୟାୟକ୍ରମେ ସମୟ ବ୍ୟବଧାନରେ ନକଲି ସୂଚନା ମିଳିବ ଓ ତଦନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜିଲ୍ଲା ସ୍ତରୀୟ,ବ୍ଲକ ସ୍ତରୀୟ ଓ କ୍ଷେତ୍ର ଅଧିକାରୀ ନେବେ ଏବଂ ଏହି ରିପୋର୍ଟ ଉଚ୍ଚ କତୃପକ୍ଷଙ୍କୁ ପଠାଯିବ ।ଜିଲ୍ଲାରେ ୬୭ ଟି ଗ୍ରାମ ପଞ୍ଚାୟତ ର ୧୧୭ ଟି ଗ୍ରାମ ବନ୍ୟା ଦ୍ବାରା ପ୍ରଭାବିତ ହେଉଥିବା ଆଶଙ୍କା କରାଯାଏ। ଜୟପାଟଣା ର ରସଡୁମେର, ଜୁନାଗଡ ର କୋଟେନ୍ ଗାଁ,କଲମପୁର ର ବାଲିଛଡା ଓ କେସିଙ୍ଗା ର ବେଲଖଣ୍ଡି ରେ ବହୁବିଧ ଆଶ୍ରୟ କେନ୍ଦ୍ର କରାଯାଇଛି।ସେଭଳି ଅଧିକାରୀ ବନ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ରାସ୍ତା, ପୋଲ, ବନ୍ଧ,ବେସରକାରୀ ଘର,ସରକାରୀ ଘର, ଶସ୍ୟପାଇଁ ଶୀଘ୍ର ରିପୋର୍ଟ ପ୍ରଦାନ ଓ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଶୀଘ୍ର କ୍ଷତିପୂରଣ ପାଇଁ ମଧ୍ୟ ଏହି ମକ୍ ଡ୍ରିଲ ଅଭ୍ୟାସରେ ପ୍ରଶିକ୍ଷଣ ନେବେ । ରାଜ୍ୟ ପର୍ଯ୍ୟବେକ୍ଷକ ଡ ଠାକୁର ସମସ୍ତଙ୍କୁ ମକ୍ ଡ୍ରିଲ ଅଭ୍ୟାସ ଉପରେ ନିଜ ନିଜ ର ଅଭିଜ୍ଞତା ତଥା ପଦକ୍ଷେପ ଉପରେ ପଚାରିଥିଲେ।ବୈଠକ ପରେ ସମସ୍ତ ୧୩ ଜଣ ନୋଡାଲ ଅଧିକାରୀ ନିଜ ନିଜ ସଂଲଗ୍ନ ବ୍ଲକ କୁ ପରିଦର୍ଶନ ରେ ଗଲେ। ସଭାରେ ପି ଏ, ଆଇ ଟି ଡି ଏ, ଡି ଏସ ଡବ୍ଳୁ ଓ, ସି ଡି ଏ ଓ, ଡି ଡବ୍ଲୁ ଓ, ଡି ଆଇ ପି ଆର୍ ଓ, ଡି ଏସ ଏସ୍ ଓ, ଏ ପି ଡି , ଡି ଆର୍ ଡି ଏ, ଡି ଡି , ପ୍ଲାନିଂ ପ୍ରମୁଖ ଉପସ୍ଥିତ ଥିଲେ।

Related posts

କବିତା – ନିଷ୍ଠା ଓ ଲକ୍ଷ୍ୟ

Sunil Chandra Nayak

କାଣିଗୁମା ଠାରେ ବାବା ଖଣ୍ଡୁଆଳ ଦେବଙ୍କ ଦଶହରା ପର୍ବ ଅନୁଷ୍ଠିତ

Sunil Chandra Nayak

ପୁଲିସ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

Leave a Comment

error: Content is protected !!