ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ସ୍ନେହ ମିଶ୍ର  ଙ୍କ କବିତା ଲୀଳାମୟ କୃଷ୍ଣ

ଲୀଳାମୟ କୃଷ୍ଣ

ଶ୍ରୀମତୀ ସ୍ନେହ ମିଶ୍ର 

ଅଷ୍ଟମୀ ତିଥିରେ ଅଷ୍ଟମ ଗର୍ଭରେ
ଧରାପୂଷ୍ଠେ ଅବତାର |
ଅଷ୍ଟାଙ୍ଗ ଯୋଗର ଅଷ୍ଟମ ଅବସ୍ଥା 
ତୁମେ ପ୍ରଭୁ ଯୋଗେଶ୍ଵର ||୧
ଦୈବୀ ଗୁଣକୁ ଆଶ୍ରୟ କରି
ବ୍ରହ୍ମଜ୍ଞାନ ପ୍ରକଟିତ |
ସଂସାର ସିଙ୍କୁଳି ଫିଟିଯାଏ ସବୁ
ଯମୁନାରେ ଭକ୍ତି ସ୍ରୋତ ||୨||
ସୃଷ୍ଟି ସ୍ଥିତି ଲୟ ତୁମରି ତ ଖେଳ
ସବୁରି ଭିତରେ ତୁମେ |
ଅଭେଦ ଦର୍ଶନେ ଭେଦଭାବ ନାହିଁ
କେବଳ ତୁମେ ହିଁ ତୁମେ ||୩||
ସଂସାର ରୂପକ ଅଶ୍ଵତ୍ଥ ବୃକ୍ଷର
ତୁମେ ମୂଳ ଅଗୋଚର |
ତୁମରି ସତ୍ତାରେ ମିଥ୍ୟା ସଂସାରଟି
ସତ୍ୟସଦୃଶ ଗୋଚର |୪||
ସମ ଭାବାପନ୍ନ ସର୍ବପ୍ରାଣୀମଧ୍ୟେ
କୃପାଦୃଷ୍ଟି ପ୍ରଦାୟକ |
ସାଧୁସନ୍ଥ ପାଇଁ ଆନନ୍ଦର ଜ୍ୟୋତି
ଖଳ ଦୁଷ୍ଟ ସଂହାରକ ||୫||
ଆହେ ମାୟାପତି ଦେବତା ଦାନବ
ତୁମରି ମାୟାର ସୃଷ୍ଟି |
କର୍ତ୍ତାପଣର ଅହଙ୍କାର ହେତୁ 
କର୍ମଫଳ ଭୋଗୁଥାନ୍ତି ||୬||
ଯୁଗେ ଯୁଗେ ତୁମେ ଅବତାର ଧରି
ଲୀଳା କରୁଅଛ ପ୍ରଭୁ |
ତୁମ୍ଭ ଗୁଣଗାନ ଭକ୍ତିଭାବେ ଗାଇ
ତରୁଚନ୍ତି ଭବର୍ଣବୁ ||୭||

Related posts

କାଳ ବୈଶାଖୀ ନେଇ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣି ଜାରି କଲା ପାଣିପାଗ ବିଭାଗ

Sunil Chandra Nayak

କବିତା – କହିବ କି ସତ?

Sunil Chandra Nayak

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ରୁପ୍ରାର ନୂତନ ପରିଚାଳନା କମିଟି ଗଠନ

Sunil Chandra Nayak

Leave a Comment

error: Content is protected !!