ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା_ଅଟୋ କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ : ଘଟଣା ସ୍ଥଳରେ ନାବାଳକ ସମେତ ୫ ମୃତ

ଢେଙ୍କାନାଳ,କାମାକ୍ଷାନଗର ତା-28/08/2022– ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ମୁକ୍ତାପଶି ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ଘଟଣା ସ୍ଥଳରେ ନାବାଳକ ପୁଅ ଓ ବାପ ସମେତ ୫ମୃତ l ମୃତକ ହେଲେ କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମର ଅଙ୍କୁର ସାମଲ ଓ ତାଙ୍କ ନାବାଳକ ପୁଅ କାଳିଆ ସାମଲ ।ଅନ୍ୟ ତିନିଜଣ ହେଲେ ଆଦିକନ୍ଦ ସାମଲ, ପହଲି ସାମଲ, ବଣ୍ଟି ସାମଲ |ସୂଚନା ମୁତାବକ ଏହି ୫ଜଣ ଏକ ଅଟୋରେ ବିଳମ୍ବିତ ରାତିରେ ମୁକ୍ତାପଶି ଗ୍ରାମକୁ ଟୋଲ ପେସେଇବା ପାଇଁ ଯାଉଥିବା ବେଳେ,ମୁକ୍ତାପଶି ଗାଁ ପୂର୍ବରୁ ତାଳଚେର ପଟୁ ଏକ କୋଇଲା ବୋଝେଇ ଟ୍ରକ ସାମ୍ନାପଟୁ ଧକ୍କା ଦେଇଥିଲା |ଫଳରେ ଘଟଣା ସ୍ଥଳରେ ହିଁ ୫ଜଣଙ୍କ ର ମୃତ୍ୟୁ ହୋଇ ଥିଲା |ତେବେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଅଛନ୍ତି |ସେପଟେ ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସ କୁ ଖବର ଦେବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ |ତେବେ ଘଟଣା ସ୍ଥଳରେ କାମାକ୍ଷା ନଗର ପୋଲିସ ଓ ପରିବାର ଲୋକ ପହଂଚି ଛନ୍ତି |ସେପଟେ କେଉଁ କାରଣରୁ ଏହିଭଳି ଦୁର୍ଘଟଣା ଘଟିଲା ସେ ନେଇ ସ୍ଥାନୀୟ ଲୋକ ଚାପା ଉତେଜନା ସୃଷ୍ଟି କରିଥିବା ବେଳେ ପୋଲିସ ବୁଝାସୁଝା ଜାରି ରଖିଛି |ତେବେ ମୃତକଙ୍କ ପରିବାର କୁ ୧୦ ଲକ୍ଷ୍ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି |

 କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

 

Related posts

ଦେଶରେ ପ୍ରଥମ ଥର ୫ଜି କଲ୍, ଆତ୍ମନିର୍ଭର ଦିଗରେ ଆଉ ଏକ ଯୁଗାନ୍ତକାରୀ ଉପଲବ୍ଧି

ଧର୍ମଗଡ ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

ବଜ୍ରକାପ୍ତା ଜବତ 3 ଗିରଫ

Sunil Chandra Nayak

Leave a Comment

error: Content is protected !!