ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାପଡାହାଣ୍ଡି ବ୍ଲକ ସଦର ମହକୁମା ସମସ୍ତ ସାହି ରାସ୍ତା ଅବସ୍ଥା ଶୋଚନୀୟ 

ପାପଡାହାଣ୍ଡି,15/07— ପଞ୍ଚାୟତର କେତେ ଜନ ପ୍ରତିନିଧି ଆସିଲେ କେତେ ଗଲେ | ନିର୍ବାଚନ ବେଳେ ସାହିବାସିନ୍ଦାଙ୍କୁ କେବଳ ପ୍ରତିଶୃତି ଦେଲେ | ପୁରୁଣା କଂକ୍ରିଟ ରାସ୍ତାର ନା ନବୀକରଣ ହେଲା ନା ମରାମତି ହେଲା | ଫଳରେ ସହରର ପ୍ରତେକ ସାହିର ରାସ୍ତାରେ ଭରିଗଲା ଖାଲ ଖମା | ବର୍ଷା ଆସିଲେ ଲୋକଙ୍କ ୟାତ ୟତ ସମସ୍ୟା ଅବସ୍ଥା ନ କହିଵା ଭଲ | ରାସ୍ତା ଗୁଡିକର ଜମି ରହିଥିବା ବର୍ଷା ପାଣି ଏବେ କୁତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି | ଶୀଘ୍ର ରାସ୍ତା ଗୁଡିକର ମରାମତି କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି | ଏ ହେଉଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ର ସମସ୍ତ ସାହି, ଗଳି ରାସ୍ତାର ଅବସ୍ଥା | ସବୁ ରାସ୍ତା ବର୍ତମାନ ଶୋଚନୀୟ ଅବସ୍ଥାରେ ରହିଛି କିଛି ସାହିର ରାସ୍ତା ମରଣଯନ୍ତା ପାଲୋଟିଥିବା ବେଳେ ଆଉ କିଛି ରାସ୍ତା ଶୋଚନୀୟ ଅବସ୍ଥାରେ ପଡିରହିଛି |

ପାପଡାହାଣ୍ଡି ପଞ୍ଚାୟତ ର ମୋଟ 13 ଗୋଟି ୱାର୍ଡ ରୁ ସଦର ମହକୁମା ରେ ମୋଟ 6 ଗୋଟି ୱାର୍ଡ ରହିଛି | ଏହି ଛଅ ଗୋଟି ୱାର୍ଡ ରେ ସତାନାମୀ ସାହି, ପାଇକ ସାହି, ବନ୍ଧ ଢ଼େପ ସାହି, ଘାସି ସାହି, ବଙ୍କା ସାହି, ବେଢ଼ା ସାହି, ପାତ୍ର ସାହି, ରୁଞ୍ଜି ସାହି, ଲୋହରା ସାହି, ନୁଆଁ ସାହି, ହରିଜନ ସାହି, ଗୋତି ସାହି, ଭିମ୍ହା ସାହି, ଆଉ କିଛି ଗୋଳି ସାହି ରହିଛି | ଆଜକୁ ପ୍ରାୟ 20 ବର୍ଷ ତଳେ ଏହି ସାହି ମାନଙ୍କ ରେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା | ବର୍ତ୍ତମାନ ଏହି ରାସ୍ତା ମାନଙ୍କ ଅବସ୍ଥା ପୁରା ଶୋଚନୀୟ ଅବସ୍ଥାରେ ରହିଛି | ଦୀର୍ଘ 20 ବର୍ଷ ପରେ ମଧ୍ୟ କୌଣସି ରାସ୍ତା ର ମରାମତି କିମ୍ୱା ଉନ୍ନତି କରାଯାଇ ନାହିଁ | ଯାହାଦ୍ୱାରା ଗ୍ରାମବାସୀ, ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଛନ୍ତି | ବର୍ଷା ହେଲେ ଏହି ରାସ୍ତା ମାନଙ୍କରେ ପାଣି ଜମିବା ସହ କାଦୁଅ ପଚ ପଚ ହୋଈ ରହୁଛି | ଦୀର୍ଘ ଦିନରୁ ନୁଆଁସାହି ରାସ୍ତା ମରାମତି ପାଇଁ ଦାବି ହୋଈ ଆସୁଛି |ଏହି ରାସ୍ତାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଆଦର୍ଶ ବିଦ୍ୟାଳୟ, ସ୍ବରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଅରବିନ୍ଦ ବିଦ୍ୟାଳୟ, ତହସିଲ କାର୍ଯ୍ୟଳୟ, ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ସହ ଅନେକ କାର୍ଯ୍ୟାଳୟ ରହିଛି | ଏହା ପାପଡାହାଣ୍ଡି ଗ୍ରାମ ର ମୁଖ୍ୟ ରାସ୍ତା ସହ ବାଇପାସ ରାସ୍ତା କିନ୍ତୁ ବହୁ ଶୋଚନୀୟ ଅବସ୍ଥାରେ ପଡିରହିଛି | ବହୁ ଗଣ ମାଧ୍ୟମ ରେ ଖବର ପ୍ରକାଶ ହେଲା ପରେ ମଧ୍ୟ ପ୍ରଶାସନ ର ଦୃଷ୍ଟି ପଡ଼ୁନାହିଁ | ବିଗତ 3 ବର୍ଷ ତଳେ ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ ଏହି ରାସ୍ତା କୁ ମରାମତି କରିବାକୁ କୁ ପ୍ରତିଶୁତି ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ହୋଇପାରିଲା ନାହିଁ | ବଙ୍କା ସାହି ରାସ୍ତା ସିମେଣ୍ଟ କଂକ୍ରିଟ ବାହାରି ଲୁହା ଝୋଡ଼ ବାହାରେ ରହିଛି | କେଉଁ ସମୟରେ ମଧ୍ୟ ଦୁର୍ଘଟଣା ଘଟି ପାରେ କହିହେବ ନାହିଁ | ପାତ୍ର ସାହି ଠାରୁ ଲୋହାରା ସାହି ରାସ୍ତା ବହୁତ ଖରାପ ଅବସ୍ଥାରେ ରହିଛି | ଘାସି ସାହି ରାସ୍ତା ପୁରା କାଦୁଅମୟ ହୋଈ ରହିଛି | ଗୋତି ସାହି ଠୁ ଭୀମା ସାହି ରାସ୍ତା ବହୁତ ଖାଲ ହେବା ସହ ପାଣି ଜମି ରହିଛି | ଶିଶୁ ମନ୍ଦିର ରାସ୍ତା ମରଣାଯାନ୍ତା ପାଲୋଟିଛି | ସେହି ପରି ପାପଡାହାଣ୍ଡି ଗ୍ରାମ ର ସମସ୍ତ ନାଳ ଭର୍ତ୍ତି ହୋଈ ରାସ୍ତା ଉପରେ ଖରାପ ପାଣି ବହୁଛି | ଏହି ରାସ୍ତା ଦେଇ ଦୈନିକ ଲୋକ ଯିବା ଆସିବା କରୁଥିବା ବେଳେ ଛାତ୍ରଛାତ୍ରୀ ବହୁ ହଇରାଣ ରେ ବିଦ୍ୟାଳୟ ଯାଉଛନ୍ତି | ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସି ଦାବି କରିଛନ୍ତି |

ସ୍ବପ୍ନଜିତ ପଟନାୟକ, ପାପଡାହାଣ୍ଡି ନବରଙ୍ଗପୁର |

Related posts

ମଧ୍ୟପ୍ରଦେଶ ସରକାର ପ୍ରତିନିଧି ଦଳ ଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା

Sunil Chandra Nayak

କଣ୍ଟାଗାଁ ମୌଜାରେ ଧାନ ଫସଲ ନଷ୍ଟ :କ୍ଷତିପୂରଣ ଦାବୀ

Sunil Chandra Nayak

ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!