ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା..ସୃଷ୍ଟିର ସମ୍ଭାର, ଏଗାର କେଜିଆ ଫୁଲ ଓ ଇଞ୍ଚେ ବହଳ ପାଖୁଡ଼ା

ସୁମାତ୍ରା ଓ ବୋର୍ଣ୍ଣିଓର ବର୍ଷାବଣରେ ଦେଖାଯାଏ ଏହି ଫୁଲ

ଫୁଲ କହିଲେ ଆମେ ସାଧାରଣତଃ ସୃଷ୍ଟିର ଏକ କୋମଳ ତଥା ହାଲୁକା ପାଖୁଡ଼ା ଖଚିତ ସୁଗନ୍ଧିତ ବସ୍ତୁକୁ ବୁଝିଥାଉ ଯାହାକୁ ଟିପ ଅଗରେ ଗଛରୁ ତୋଳି ହେଉଥିବ ଏବଂ ସହଜରେ ନେବା ଆଣିବା କରି ହେଉଥିବ। ମାତ୍ର ପୃଥିବୀର ବୃହତ୍ତମ ଫୁଲର ମାନ୍ୟତା ରଖିଥିବା ରାଫ୍ଲେସିଆ ନାମକ ଫୁଲର ଆକାର ଓ ଓଜନ ଶୁଣିଲେ କାନକୁ ବିଶ୍ବାସ କରିହେବନି। ସାଧାରଣତଃ ସୁମାତ୍ରା ଓ ବୋର୍ଣ୍ଣିଓର ବର୍ଷାବଣରେ ଦେଖାଯାଉଥିବା ଗାଢ଼ ଲାଲ୍‌ ରଙ୍ଗର ଏହି ଫୁଲର ବ୍ୟାସ ୩.୩ ଫୁଟ ଯାଏ ହୋଇଥିବା ବେଳେ ଏହାର ଓଜନ ୨୪ ପାଉଣ୍ଡ ବା ୧୧ କିଲୋଗ୍ରାମ୍‌ରୁ ଅଧିକ। ଏହାର କଢ଼ି ମଧ୍ୟ ଅବିଶ୍ବସନୀୟ ଭାବେ ଏକ ଫୁଟ ଓସାରର ହୋଇଥାଏ।

ଏହି ଫୁଲକୁ ଧାରଣ କରିବା ପାଇଁ କୌଣସି ମୂଳ, କାଣ୍ଡ କି ପତ୍ର ନଥାଏ। କେବଳ ପାଖୁଡ଼ା ମେଲି ଏହା ଭୂଇଁରୁ କିମ୍ବା କୌଣସି ବୃକ୍ଷରୁ ପ୍ରସ୍ଫୁଟିତ ହୋଇ ସିଧାସଳଖ ଉଠିଥାଏ। ଏହି ପରଜୀବୀ ଫୁଲର ପାଖୁଡ଼ାଗୁଡ଼ିକ ସମଭାବରେ ଚାରିପଟକୁ ଖେଳାଇ ହୋଇ ରହିଥିବା ବେଳେ କେନ୍ଦ୍ରସ୍ଥଳରେ ଏକ ଫମ୍ପା ଗର୍ତ୍ତ ଥିଲା ପରି ମନେହୁଏ। କଢ଼ିରୁ ଫୁଲ ହେବା ଲାଗି ଏହାକୁ ଅନେକ ମାସ ଲାଗିଯାଇଥାଏ, ମାତ୍ର ଫୁଲ ଫୁଟିବା ପରେ ଏହା ମାତ୍ର କେଇ ଦିନ ତାଜା ରହି ଝାଉଁଳିଯାଏ। ବନ୍ଧାକୋବି ଭଳି ଦେଖାଯାଉଥିବା କଢ଼ିର ମୁହଁ ଧୀରେ ଧୀରେ ଫିଟି ସେଥିରୁ ପାଖୁଡ଼ା ମେଲିଥାଏ। ପାଖୁଡ଼ାଗୁଡ଼ିକ ମଧ୍ୟ ଏକ ଇଞ୍ଚ ବହଳର ହୋଇଥାଏ। ଏହାର ଏପରି ବିଶାଳକାୟତା ଯୋଗୁଁ ତା’କୁ କେହି କେହି ରାକ୍ଷସ ପଦ୍ମ ବୋଲି କହିଥା’ନ୍ତି। ଏଭଳି ନିଆରା ପରିଚୟ ଥାଇ ମଧ୍ୟ ତାହା ପ୍ରତି କାହାର ଆଦର ନଥାଏ। କାରଣ ଉକ୍ତ ଫୁଲରୁ ପଚାଶଢ଼ା ମାଂସର ଦୁର୍ଗନ୍ଧ ବାହାରୁଥାଏ। ତେଣୁ ଏପରି ପଚା ଗନ୍ଧ ଲାଗି କେହି କେହି ତାହାକୁ ମଢ଼ ଫୁଲ ବୋଲି ମଧ୍ୟ କହିଥାନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମମତା ସାହୁ ଙ୍କ କବିତା ଆହେ ମହାଦେବ

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା ଫୁଲ ବଉଳବେଣୀ

Sunil Chandra Nayak

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, କଳାହାଣ୍ଡି ଏସପି ଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାମ୍ବାଦିକ

Sunil Chandra Nayak

Leave a Comment

error: Content is protected !!