ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ଗଛ ଗଣ୍ଡି ପଡି ପରିବାର ବାସହରା

ତେନ୍ତୁଳିଖୁଣ୍ଟି ୧୫/୭/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ମଞ୍ଚାଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଡାପଦର ଗ୍ରାମ ର କମୁଳୁ ହରିଜନ (୩୨) ତାଙ୍କ ଧର୍ମ ପତ୍ନୀ ଶାନ୍ତି ହରିଜନ (୩୦) ଙ୍କ ୨ ଝିଅ ଓ ୩ପୁଅ କମୂଳୁ ହରିଜନ ଙ୍କ ୭ ପ୍ରାଣୀ କୁଟୁମ୍ବ ଅସହାୟ ଅବସ୍ଥାରେ ଅତି ଦୁର୍ଦ୍ଦିନ ରେ ଆଜବେଷ୍ଟ ଗୃହ ଟି ନିର୍ମାଣ କରି ରହୁଥିଲେ।ଗତକାଲି ର ବର୍ଷା ରେ ନିକଟରେ ଥିବା ବିରାଟ ତେନ୍ତୁଳି ଗଛ ଗଣ୍ଡି ଘର ଉପରେ ପଡ଼ି ଯିବାରୁ ସମ୍ପୂର୍ଣ୍ଣ ଘରଟି ଭାଙ୍ଗିଯାଇଥିଲା । ସୂଚନା ମୁତାବକ ଗତ ରାତିରେ ଘର ଭିତରେ ଟିଭି ଲଗେଇ ୭ ଜଣ ଖାଇବସିଥିବା ସମୟରେ ଗଛ ଭାଙ୍ଗିବା ଶବ୍ଦ ଶୁଣି ପରିବାର ଲୋକେ ବାହାରକୁ ବାହାରି ଆସିଥିଲେ ।ବହୁ ବର୍ଷ ଧରି ରହିଥିବା ବିରାଟ ତେନ୍ତୁଳି ଗଛର ଏକ ଗଣ୍ଡିଭାଙ୍ଗି କମୁଳୁ ହରିଜନଙ୍କ ଘର ଉପରେ ପଡିଯାଇଥିଲା ।ଘରଟି ଭାଙ୍ଗି ଯିବାରୁ ୭ ପ୍ରାଣୀ ରାତି ଅନିଦ୍ରା ରେ ବର୍ଷା ଜଳରେ ଥରି ଥରି ପଡୋଶୀ ଘରେ ରାତି କଟାଇ ଥିଲେ । ଗ୍ରାମ ଲୋକେ ସକାଳ ହେଲା ପରେ ଦେଖିବାକୁ ଗଲା ବେଳକୁ ଘର ଉପରେ ଗଛପଡି ଘରଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା। ନିକଟସ୍ଥ ଅଗ୍ନିଶମ ବିଭାଗ କୁ ଫୋନ କରିଥିଲେ ଗ୍ରାମବାସୀ । ଅଗ୍ନିଶମ ବିଭାଗରୁ ଏଲ ଏଫ ଏମ ଲକ୍ଷ୍ମଣ ପ୍ରଧାନ,ଡି.ସାବର, ଏଲ. ମାଝୀ,ଟି.ମାଝୀ,ପି.କେ.ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଘର ଉପରେ ପଡିଥିବା ଗଛକୁ କାଟି ସଫା କରିଥିଲେ ଏବଂ ଘର ଭିତରେ ଥିବା ସରକାରଙ୍କ ତରଫରୁ ଗ୍ରାମ ପଞ୍ଚାୟତ ରେ ଯୋଗାଇ ଦେଉଥିବା ୧ଟଙ୍କା ଚାଉଳ ଲୁଗାପଟା ବାସନ, ଟିଭି,ଖଟ ସାମଗ୍ରୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗରୀବ ଆଦିବାସୀ ଙ୍କୁ ତୁରନ୍ତ ଆବାସ ଯୋଜନାରେ ନୂତନ ଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି । ପତି ପତ୍ନୀ କୁଲି କଲେ ଘରେ ନିଆଁ ଜଳୁଛି ନ ହେଲେ ନାହିଁ।ଏଣୁ ଏହି ପରିବାରଙ୍କୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।ଏ ନେଇ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ସଦା ସାନ୍ତା ଓ ଆରଆଇ ବଳରାମ ହରିଜନ ଆବଶ୍ୟକ ପଦକ୍ଷେପ ନେଇ ସହଯୋଗ କରାଯିବ ବୋଲି କହିଛନ୍ତି।

ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ 

Related posts

ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସାଙ୍ଗଠନିକ ବୈଠକରେ ବାଲେଶ୍ଵର

Sunil Chandra Nayak

କଳିଙ୍ଗ ଷ୍ଟାଡିୟମ୍‌ରେ ଉଦଘାଟିତ ହେଲା ଅଣ୍ଡର-୧୭ ଫିଫା ମହିଳା ବିଶ୍ୱକପ୍, ପ୍ରଥମ ଦିନରେ ଆମେରିକା ଠାରୁ ହାରିଲା ଭାରତ

Sunil Chandra Nayak

ବିଶ୍ଵ ଓଜନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!