ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମୋର ନିତ୍ୟ କାମ ଧନ୍ଦା ସବୁ ନିଜେ
    ସରଳେ ନେଉଛି କରି
ସେହି ଶକ୍ତି ଦିଏ ହୃଦୟ ମଧ୍ୟରେ
    ଦିନବନ୍ଧୁ ଦଇତାରୀ।
ଚାହିଁ ଦେଲେ ବାନା ଦୂରେଇ ଯନ୍ତ୍ରଣା
    ହସି କହ ପ୍ରଭୁ ମୋତେ
ତୋହରି ଦ୍ଵାରରେ ଭକ୍ତି ବାଢ଼ି ବସି
    ଦର୍ଶନ ମୋ ଜଗନ୍ନାଥେ।
ତୋ ଚକ୍ଷୁ ଯୁଗଳ ଦେଖିଲେ ନିର୍ମଳ
   ଭାବ ଦିଆ ମୋର ବନ୍ଧୁ
ଭାବରେ କହିବା ଗୀତେ ଅନୁଭବ
   କରୁଣା ପଡୁ ମୋ ବିନ୍ଦୁ।
ଦରିଆ କୂଳରେ ବସିଛ ମଉନ
     ଦେଖ ଜଗତର ନାଟ
ସୁଖ ଦୁଃଖ ସବୁ ବିଚାର କରୁଛ
   କାହାକୁ ଦେଖାଇ ବାଟ।
ସାଗର ଜଳକୁ ମାପି ଦେଇ ପାର
     ତୁମେ ନିରାକାର ହରି
ବିପଦ ଆସିଲେ ଦମ୍ଭ ଦେଇ ପାର
    ଶତ୍ରୁକୁ ଦେଇଛ ମାରି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ତୀର୍ଯ୍ୟକ

Sunil Chandra Nayak

ଦାବି ପୂରଣ ନହେଲେ ୭ରୁ କଳାବ୍ୟାଜ, ୧୪ ତାରିଖରୁ ଅସହଯୋଗ ଆନ୍ଦୋଳନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!