ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀରାମକୃଷ୍ଣ ଆଶ୍ରମ ରେ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

 ମ.ରାମପୁର, ୦୨/୧୦(ମସୀହା):  ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୌଜନ୍ୟରେ ମ.ରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଶନିବାର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ତହସିଲଦାର ସୁଚରିତା ମୁଗ୍ରି, ସରପଞ୍ଚ ବୀଣାପାଣି ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସ୍ଵାସ୍ଥ୍ୟ ଶିବିର କୁ ଉଦଘାଟନ କରିଥିଲେ। ଏହି ଶିବିର ରେ ଡାକ୍ତର ଭିକାରୀ ମିଶ୍ର, ଡାକ୍ତର ମହେନ୍ଦ୍ର ପରିମାଣିକ, ଡାକ୍ତର ଲୋକନାଥ ସାହୁ ଓ ଫାର୍ମାସିଷ୍ଟ ମହେନ୍ଦ୍ର ସାହୁ ବରିଷ୍ଠ ନାଗରିକ ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ l ସ୍ୱାସ୍ଥ୍ୟ ଯାଞ୍ଚ ପରେ ସେମାନଙ୍କୁ ମାଗଣାରେ ଓାୖଷଧ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଆଶ୍ରମ ର ସମ୍ପାଦକ ସ୍ବାମୀ ଆଶୋକାନନ୍ଦ ଜୀ , ସହ- ସମ୍ପାଦକ ସ୍ଵାମୀ ବିରେଶା ନନ୍ଦ ଜୀ, ଅନ୍ନଦା ପ୍ରସାଦ ପଟ୍ଟନାୟକ, ଯଶୋବନ୍ତ ଦାସ, ଉମାକାନ୍ତ ବେହେରା, ରଶ୍ମି କାନ୍ତ ପଟ୍ଟନାୟକ, ଗଗନ ସାହୁ ପ୍ରମୁଖ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଉକ୍ତ ଶିବିର ରେ ପ୍ରାୟ ଦୁଇ ଶହ ଜଣ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲ l

ମ. ରାମପୂରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କାଳିଆ ଦର୍ଶନ ନୋହିଲା ! ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର ଏଡିଜିଏମଙ୍କ ଦେହାନ୍ତ

Sunil Chandra Nayak

ରାଉରକେଲା ସ୍ପୋର୍ଟସଆସୋସିଏସନ୍ ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!