ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶରତ

      ଶରତ

ନଳିନୀ ପ୍ରଭା ମିଶ୍ର

ବରଷା ଶେଷରେ ଯେବେ
  ଆସ ଇ ଶରତ
ଶୋଭା ବିପଣି ରେ ହସି 
 ‌ ଉଠେ ଏ ମରତ।
ନାହିଁ ବର୍ଷାର ଦାଉ 
   କାଦୁଅର କଷ୍ଟ
ନିରିମଳ ଦିଶେ ଆଜି
  ଗାଁ ବାଟ ଘାଟ।
ପାଟେ ପାଟେ କାଶତଣ୍ଡି
  ଦୋଳାଏ ଚଅଁର
ଫୁଲେ ଫୁଲେ ଉଡ଼ି ଗୀତ
  ଗାଉଛି ଭଅଁର
ବନେ,ଉପବନେ ଫୁଟେ
  ଫୁଲ ଭଳି ଭଳି
ଟଗର, ଅପରାଜିତା,
  ମାଳତୀ, ଶେଫାଳୀ।
ଚାଇ ଚାଇଁ ଲାଗେ
  ଏହି ଶରତ ର ଖରା
ସବୁଜ ଶିରୀ କୁ ଧରି
  ହସି ଉଠେ ଧରା।
ପ୍ରଦୋଷ ରେ ବାରି ମାଳେ
  ଜହ୍ନି ଫୁଲ ହାଟ
ଜହ୍ନି ଓଷା ପୂଜା ହୁଏ
  ବୃନ୍ଦା ବତୀ ପୀଠ।
ଗଗନ ରେ ଭାସି ବୁଲେ
  ଧବଳ ଜୀମୂତ
ପ୍ରତେ ହୁଏ ସାଗର ରେ
   ଭାସେ କି ବୋଇତ।
କେଦାରେ କେଦାରେ
  ଧାନ୍ୟ ଲକ୍ଷ୍ମୀ ଙ୍କ ସମ୍ଭାର
କୃଷକର ମନେ ଆସେ
  ଆନନ୍ଦ ଅପାର।
ଦେବୀ ଦଶହରା ପୂଜା
  ଭସାଣି ମେଳଣ
ଧାଡ଼ି ଧାଡ଼ିସଜା ହୁଏ 
  ନାନାଦି ଦୋକାନ।
ରଜନୀ ରେ ତାରା ମେଳେ
  ହସି ଉଠେ ଚାନ୍ଦ
କୁମାରୀ ମାନଙ୍କ ମନ
  ହୁଅଇ ଆନନ୍ଦ
ନୂଆ ଲୁଗା ପରିଧାନ
  ନାନା ପିଠାପଣା
ହୁଳ ହୁଳି ଶବଦରେ
  କମ୍ପ ଇ ଅଗଣା।
ଋତୁ ଚକ୍ର ଆବର୍ତ୍ତନେ
  ଏକ ପରେ ଅନ୍ୟ
ବର୍ଷା ପରେ ଶରତ
  ବିଚିତ୍ର ବିଧାନ।
ଚାଲିଯିବ ଶରତ ଯେ
  ହେମନ୍ତ କୁ ଡାକି
ସ୍ମୃତି ପଟ୍ଟରେ କିନ୍ତୁ
   ତାହା ରହିଥିବ ଲାଖି।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବଡ଼ଭାଇଙ୍କ ଡାକରା

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ପ୍ରତାପ କିଶୋର ରାଉତ, ପୋଇପାଣି, କେନ୍ଦୁଝର  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!