Uncategorizedନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶରତ by Sunil Chandra NayakOctober 9, 2022October 9, 20220131 Share0 ଶରତ ନଳିନୀ ପ୍ରଭା ମିଶ୍ର ବରଷା ଶେଷରେ ଯେବେ ଆସ ଇ ଶରତ ଶୋଭା ବିପଣି ରେ ହସି ଉଠେ ଏ ମରତ। ନାହିଁ ବର୍ଷାର ଦାଉ କାଦୁଅର କଷ୍ଟ ନିରିମଳ ଦିଶେ ଆଜି ଗାଁ ବାଟ ଘାଟ। ପାଟେ ପାଟେ କାଶତଣ୍ଡି ଦୋଳାଏ ଚଅଁର ଫୁଲେ ଫୁଲେ ଉଡ଼ି ଗୀତ ଗାଉଛି ଭଅଁର ବନେ,ଉପବନେ ଫୁଟେ ଫୁଲ ଭଳି ଭଳି ଟଗର, ଅପରାଜିତା, ମାଳତୀ, ଶେଫାଳୀ। ଚାଇ ଚାଇଁ ଲାଗେ ଏହି ଶରତ ର ଖରା ସବୁଜ ଶିରୀ କୁ ଧରି ହସି ଉଠେ ଧରା। ପ୍ରଦୋଷ ରେ ବାରି ମାଳେ ଜହ୍ନି ଫୁଲ ହାଟ ଜହ୍ନି ଓଷା ପୂଜା ହୁଏ ବୃନ୍ଦା ବତୀ ପୀଠ। ଗଗନ ରେ ଭାସି ବୁଲେ ଧବଳ ଜୀମୂତ ପ୍ରତେ ହୁଏ ସାଗର ରେ ଭାସେ କି ବୋଇତ। କେଦାରେ କେଦାରେ ଧାନ୍ୟ ଲକ୍ଷ୍ମୀ ଙ୍କ ସମ୍ଭାର କୃଷକର ମନେ ଆସେ ଆନନ୍ଦ ଅପାର। ଦେବୀ ଦଶହରା ପୂଜା ଭସାଣି ମେଳଣ ଧାଡ଼ି ଧାଡ଼ିସଜା ହୁଏ ନାନାଦି ଦୋକାନ। ରଜନୀ ରେ ତାରା ମେଳେ ହସି ଉଠେ ଚାନ୍ଦ କୁମାରୀ ମାନଙ୍କ ମନ ହୁଅଇ ଆନନ୍ଦ ନୂଆ ଲୁଗା ପରିଧାନ ନାନା ପିଠାପଣା ହୁଳ ହୁଳି ଶବଦରେ କମ୍ପ ଇ ଅଗଣା। ଋତୁ ଚକ୍ର ଆବର୍ତ୍ତନେ ଏକ ପରେ ଅନ୍ୟ ବର୍ଷା ପରେ ଶରତ ବିଚିତ୍ର ବିଧାନ। ଚାଲିଯିବ ଶରତ ଯେ ହେମନ୍ତ କୁ ଡାକି ସ୍ମୃତି ପଟ୍ଟରେ କିନ୍ତୁ ତାହା ରହିଥିବ ଲାଖି। ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ