ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁଳସୀ ତୁଳସୀ ବାସେ

ତୁଳସୀ ତୁଳସୀ ବାସେ

ଉପେନ୍ଦ୍ର କୁମାର ବସ୍ତିଆ

    
ସଖି ଗୋ ଆଜି •••
ତୁଳସୀ ତୁଳସୀ ବାସେ 
ଚୁଆ ଚନ୍ଦନର ମହକ ଛୁଟଇ 
ଦେଖତ କିଏସେ ଆସେ 
ଆଜି ତୁଳସୀ ତୁଳସୀ ବାସେ ।
ଦୁରୁଦିଶୁଅଛି ବାଙ୍କ ଚୁଳିଆର 
ଛଇଳ ଛଟକ ଚାଲି 
ଗୁଣ୍ଠୁଣୀ ହାତୀଟି ଚାଲେ ଢଳି ଢଳି 
ସେତ ଆମ ବନ ମାଳୀ 
ସଖି ଅଳପ ଅଳପ ହସେ 
ଦଧିସର ଚୋର ସେ ନାଗର ବର
ବାନ୍ଧଇ ପୀରତି ଫାଶେ 
ସଖି ! ତୁଳସୀ ତୁଳସୀ ବାସେ ।
ତା ବାଙ୍କ ଚାହାଣୀ ରସିକିଆ ଠାଣି 
ନେଇଁଯାଏ କିଣି ମନ 
ରୁଣୁଝୁଣୁ ବାଜେ ତା ପାଦ ନୁପୁର 
ଶୁଭେ ମିଠା ବଂଶୀ ସ୍ଵନ 
ସଖି ଦେଖତ ଏ ଣିକି ଆସେ 
ରାଧାମନ ଚୋର ରସିକ ନାଗର 
କଳା କାହ୍ନୁ ପ୍ରାୟ ଦିଶେ 
ସଖି ! ତୁଳସୀ ତୁଳସୀ ବାସେ ।
ତା ପ୍ରେମ ପୀରତି ସକଳ ଯୁବତୀ 
ତା ପ୍ରେମେ ହୁଅନ୍ତି ବାଇ 
ହେଲେ କି କରିବୁ ତା ବଂଶୀ ଡାକୁଛି 
ସଦାବେଳେ ରାଇରାଇ 
ସଖି ! ରସିବାକୁ ତାର ରସେ 
ମନ ଛନଛନ ହୁଅଇ ଊଛନ 
ବହଇ ମଦନ ତ୍ରାସେ 
ସଖି !ତୁଳସୀ ତୁଳସୀ ବାସେ ।
ଚାଲଚାଲ ସଖି ଆଣିବା ପାଛୋଟି 
ବସାଇବା ରାସ କୁଞ୍ଜେ 
ଆଦରେ କରିବା ଭାବ ଦିଆନିଆ 
ପ୍ରୀତି ବେପାର ବାଣିଜେ 
ସଖି ! ମିଳିବା ଆଜି ତା ରସେ 
ଖୋଜିଲେ ମିଳେନା ସହଜେ ତା ସଙ୍ଗ 
ଏଦୀନ ଉପେନ୍ଦ୍ର ଭାଷେ 
ସଖି ! ତୁଳସୀ ତୁଳସୀ ବାସେ ।

ରାଉରକେଲା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରିଂ ରୋଡ ବିଏସଏନଏଲ ଛକ- ଡିଏଭି ପଲଟେକନିକ ଛକ ସଂଯୋଗ କେବେ ?

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!