ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

    ଜ୍ୟୋତ୍ସ୍ନା ରାଣୀ ଦେବୀ

ସପ୍ତ ରଙ୍ଗର ଉତ୍ତାଳ ଲହରୀ ଖେଳାଇଲ ନିଜ ଅଙ୍ଗେ
ତଡିତ୍ ନୀରଦ ଅପସରି ଗଲେ ଉଭା ହେଲ ବେଗେବେଗେ
    ଅପୂର୍ବ ଭଙ୍ଗିମା ଠାଣି
ଦୃଷ୍ଟି ପଥରେ ସୃଷ୍ଟି ରଥରେ ସରଜିଲା କିଏ ଆଣି ।
ଚିତ୍ରକରର ନିପୁଣ ହସ୍ତ ତୋଳିଲା ଅପୂର୍ବ ଛବି
ମେଘର ଉଛୁଳା ଯୌବନ ହଟିଲା ବତାସଟା ଗଲା ଦବି
    ମାର୍ତ୍ତଣ୍ଡ ରହିଲା ଚାହିଁ
କଳ୍ପନାଲୋକେ ଇନ୍ଦ୍ରକରରେ ସମର୍ପିଲା ଧନୁ ନେଇ ।
ଦିଶାରେ ଦେଖାଇ ନବୀନ ଆଲୋକ ହୃଦେ ପୁଲକ ଭରି
ଦେଇଗଲା ଦିଶା ହଟାଇଲା ନିଶା ପ୍ରଶାନ୍ତି ବାର୍ତ୍ତା ଭରି
       ତମିସ୍ର ମେଘ ଘୋର
ହଟିଲେ ଜୀବନୁ ଉକୁଟି ଉଠିବ ରଙ୍ଗୋଲି ସପ୍ତଧାର ।
ନୟନ କୋଣେ ଶୁଖିଯିବ ଧୀରେ ତପ୍ତ ଲୁହର ଧାର
ଇନ୍ଦ୍ରଧନୁର ରଙ୍ଗର ମାଧୁରୀ କାଟିବ ସହସ୍ର ଗାର
     ଜୀବନ ପଥ ପ୍ରାନ୍ତେ
ଫୁଟିବ କେତେଯେ ମଞ୍ଜୁଳ ପୁଷ୍ପ ପାଦପ ଶାଖାର ବୃନ୍ତେ ।
ଏଇତ ଆଶାର ଆଶାବରୀ ଖେଳୁ ଆମରି ଚିତ୍ତ କୁଞ୍ଜେ
ସମୟ ଗଡୁଛି କରୁନି ଅନିଶା କାହାକୁ ସକାଳ ସଞ୍ଜେ
     ହଟିବ ଅମା ନିଶି
ଜୀବନ ଆକାଶେ ଝଟକି ଉଠିବ ଇନ୍ଦ୍ରଧନୁ ତ ହସି ।

 ବ୍ରହ୍ମପୁର, ଗଂଜାମ

Related posts

ରାଉରକେଲା – ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ମାସିକ ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ

Sunil Chandra Nayak

ସାମ୍ବାଦିକ ଙ୍କୁ ଉପେକ୍ଷା ନେଇ ସାମ୍ବାଦିକ ସଂଘର  ତୀବ୍ର ପ୍ରତିବାଦ

Sunil Chandra Nayak

ପଲ୍ଲୀ ବିକାଶ ପକ୍ଷରୁ ମିଲେଟ ଖାଦ୍ୟ ପର୍ବ ପାଳିତ

Sunil Chandra Nayak

Leave a Comment

error: Content is protected !!