ଯେଉଁଠି ରାତି ସରେ
ତୁମ ଆଖିର କଜ୍ଜଳରେ
ସଜ୍ଜ ହୋଇ
ସ୍ବପ୍ନ ମାନେ ଯେଉଁଠି ମଗ୍ନ ହୁଅନ୍ତି
ସେଇଠି
କେତେ କେତେ ଅନ୍ତଃକରଣରୁ
ଆନ୍ତରିକତାର ନିର୍ବାପିତ ସ୍ୱର ନିର୍ଗତ ହୁଏ
କେତେ କେତେ ନିଷିଦ୍ଧ, ନିଃସଙ୍ଗ ଜୀବନ
ନିଶାପ ମାଗେ, ହିସାବ ମାଗେ
ନ୍ୟାୟର ଦେବତା ମାନଙ୍କ ଠାରୁ ll
ନ୍ୟାୟ ତ ଏଠି ନିଶ୍ଚଳ
ନାୟକର ନିୟନ୍ତ୍ରଣ ଭିତରେ
କେଉଁ ଏକ ଚାପର ନିର୍ଣ୍ଣୟ…
କେଉଁ ଏକ ନିଲାମୀ ଖବର କାଗଜ ବୋଧେ
ହଁ ଏଇ ଖବର କାଗଜ
ନୂଆ ସକାଳର କପେ ଚାହା ସହିତ
ପଢ଼ିବାର ଏକ ନିଆରା ନିଶା
ମୋଟା ଅକ୍ଷରର ହେଡ଼ ଲାଇନରେ
ସୁସଜ୍ଜିତ ଶବ୍ଦ ଝଙ୍କାର
ଦୁର୍ବୁତ୍ତ, ଦୁର୍ଘଟଣା, ଦହନ ଭିତରେ
ଦରଦୀ ମଣିଷର ଦାରୁଣ ଦୁଃଖ ହୁଏ
ହୁଏ ପୁଣି ନିଗିଡା ଲୁହ
ସେଇ ଲୁହ ଯେବେ ଗାଲକୁ ସ୍ପର୍ଶ କରେ
କେଉଁ ଏକ ଭାବନାର ଚମକ ପାଇ
ନିଦ ଭାଙ୍ଗିଯାଏ
ସ୍ବପ୍ନ ମରିଯାଏ
ବୋଧ ହୁଏ ରାତି ସରିଯାଏ….. Il
ନବ କୁମାର ଦାସ
ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର