ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଣ୍ଟୁ ମେହେର ଙ୍କ କବିତା ଦୀପାବଳି

     ଦୀପାବଳି

     
ବରଷକେ ଥରେ କାର୍ତ୍ତିକ ମାସରେ
     ଆସିଥାଏ କାଳୀ ପୂଜା ।
ଦୀପାବଳି ନାମେ ଜାଣେ ଜଗତ 
   କରୁଥାଏ ସାଜ ସଜା ।।
ମହିଶା ମର୍ଦିନି ମହାକାଳୀ ରୂପେ 
    ପୂଜା ପାଏ ସବୁଠାନେ ।
କରୁଣା ଦାୟିନୀ ମା ଦୁର୍ଗତି ନାସିନି
  ଭକ୍ତି ଥାଉ ପ୍ରାଣୀ ମନେ।।
ନିମନ୍ତ୍ରଣ କରି ପିତୃପୂରୁଷ ମାନଙ୍କୁ 
    କରିଥାନ୍ତି ତାଙ୍କୁ ପୂଜା ।
ପିଠାମଣ୍ଡା ସଙ୍ଗେ ଗଇଁଠା ତିଆରିକରି
   ଜଳାଇ ଦୀପ ଲାଗେ ମଜା ।।
ବାଣ ଫୁଟାଇ ଦୀପ ଲଗାଇ କେତେ
    ଚାରିଆଡେ ଆଲୁଅ ଦିସେ ।
ଖୁସିରେ ସମସ୍ତେ ପାଳନ କରନ୍ତି 
    ଦୀପାବଳି ଥରେ ଆସେ ।।
 ରାବଣ ପୋଡ଼ି ବହୁତ ମଜା ଲାଗେ
     ସାଜ ସଜା ହୁଏ ବୋଲି ।
ସମସ୍ତେ ମିଶି ସବୁ ପାଳନ କରିବା
     ଆସିଛି ଦୀପାବଳି ।।   

     ପିଣ୍ଟୁମେହେର

ବାଘପାଲି(ଫାଉପାଲି )ବୌଦ୍ଧ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ଅକ୍ଷରଙ୍କ ହରତାଳ

Sunil Chandra Nayak

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ,ଖରିଆର ଡିଭିଜନ କର୍ମକର୍ତ୍ତାଙ୍କ ଗୁରୁତ୍ବ ପୂର୍ଣ୍ଣ ବୈଠକ

Sunil Chandra Nayak

ଖୁଡୁ ଖୁଡି ଖେଳ ଉପରେ ପୋଲିସ ର ଚଢାଉ ୩ ଗିରଫ୍

Sunil Chandra Nayak

Leave a Comment

error: Content is protected !!