ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଣ୍ଟୁ ମେହେର ଙ୍କ କବିତା ଦୀପାବଳି

     ଦୀପାବଳି

     
ବରଷକେ ଥରେ କାର୍ତ୍ତିକ ମାସରେ
     ଆସିଥାଏ କାଳୀ ପୂଜା ।
ଦୀପାବଳି ନାମେ ଜାଣେ ଜଗତ 
   କରୁଥାଏ ସାଜ ସଜା ।।
ମହିଶା ମର୍ଦିନି ମହାକାଳୀ ରୂପେ 
    ପୂଜା ପାଏ ସବୁଠାନେ ।
କରୁଣା ଦାୟିନୀ ମା ଦୁର୍ଗତି ନାସିନି
  ଭକ୍ତି ଥାଉ ପ୍ରାଣୀ ମନେ।।
ନିମନ୍ତ୍ରଣ କରି ପିତୃପୂରୁଷ ମାନଙ୍କୁ 
    କରିଥାନ୍ତି ତାଙ୍କୁ ପୂଜା ।
ପିଠାମଣ୍ଡା ସଙ୍ଗେ ଗଇଁଠା ତିଆରିକରି
   ଜଳାଇ ଦୀପ ଲାଗେ ମଜା ।।
ବାଣ ଫୁଟାଇ ଦୀପ ଲଗାଇ କେତେ
    ଚାରିଆଡେ ଆଲୁଅ ଦିସେ ।
ଖୁସିରେ ସମସ୍ତେ ପାଳନ କରନ୍ତି 
    ଦୀପାବଳି ଥରେ ଆସେ ।।
 ରାବଣ ପୋଡ଼ି ବହୁତ ମଜା ଲାଗେ
     ସାଜ ସଜା ହୁଏ ବୋଲି ।
ସମସ୍ତେ ମିଶି ସବୁ ପାଳନ କରିବା
     ଆସିଛି ଦୀପାବଳି ।।   

     ପିଣ୍ଟୁମେହେର

ବାଘପାଲି(ଫାଉପାଲି )ବୌଦ୍ଧ 

Related posts

ନୁଆଁ ଖାଇଲେ ମହିମା ଧର୍ମାବଲମ୍ବୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ମାଓବାଦୀ ସଂଗଠନକୁ ସୁଦୃଢ କରିବା ଅଭିଯୋଗ: ୩ ଗିରଫ

Sunil Chandra Nayak

Leave a Comment

error: Content is protected !!