ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି

ନବରଙ୍ଗପୁର—(ମସିହା)ନବରଙ୍ଗପୁର ଜିଲ୍ଲାରେ ଆଜି ଖୋଲିଲା ଧାନ ମଣ୍ଡି, ନବରଙ୍ଗପୁର ସହରର ମୁଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ମଣ୍ଡିର ଉଦଘାଟନ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ସମେତ ପ୍ରଶାସନ ଅଧିକାରୀ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର , ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଚାଷୀଙ୍କୁ ମଣ୍ଡି ବାବଦରେ ସଚେତନ କରିବା ସହିତ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛନ୍ତି l ଚଳିତ ବର୍ଷ ନିର୍ଧାରିତ ସମୟ ରେ ମଣ୍ଡି ଆରମ୍ଭ ହୋଇଛି l ପୂର୍ବରୁ ଡିସେମ୍ବର ଦଶ ତାରିଖରେ ମଣ୍ଡି ଖୋଲିବା ସକାଶେ ନିଷ୍ପତି ନିଆଯାଇଥିଲା l ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ସିଧାସଳଖ ଚାଷୀ ଙ୍କ ଠାରୁ ଧାନ କିଣିବା ସକାଶେ ନିଷ୍ପତି ନେଇ ଆଜି ମଣ୍ଡି ଉଦଘାଟନ କରାଯାଇଛି l ନବରଙ୍ଗପୁର ଜିଲ୍ଲାର ୫୯ଟି ଜାଗାରେ ମଣ୍ଡି ଖୋଲି ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଚାଷୀଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଥିଲା । ଚାଷୀ, ଦଲାଲ ପ୍ରଲୋଭନରେ ନ ପଡି ମଣ୍ଡିକୁ ଏଫଏକ୍ୟୁ ମାନର ଧାନ ଆଣି ସରକାର ମୂଲ୍ୟରେ ଉଚିତ ଦର ପାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଚଳିତ ବର୍ଷ ୪୩ ହଜାର ୭୫୭ଜଣ ଚାଷୀ ରେଜିଷ୍ଟେସନ କରିଥିବାବେଳେ କେବଳ ୪୨୬୪୨ ଜଣ ଚାଷୀ ଧାନ ବିକ୍ରି କରିପାରିବେ ଓ ୧୧୧୧ ଜଣ ଚାଷୀ ରେଜିଷ୍ଟ୍ରସନ ରୁ ବିଭିନ୍ନ କାରଣ ବର୍ତ୍ତମାନ ସୁଦ୍ଧା ବାଦ ପଡିଛନ୍ତି l ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଳସେଚିତ ଜମି ପାଇଁ ଏକର ପିଛା ୧୯ କ୍ବିଣ୍ଟାଲ ଏବଂ ଅଣଜଳସେଚିତ ଜମି ପାଇଁ ୧୩ କ୍ବିଣ୍ଟାଲ ଧାନ କ୍ରୟ କରିବା ପାଇଁ ନିର୍ଦ୍ଧାରିତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ରେ ୧୫ ଲକ୍ଷ ୫୫ ହଜାର ୯୭୦ କ୍ବିଣ୍ଟାଲ ଧାନ କିଣାଯିବ ବୋଲି ସୂଚନା ମିଳିଛି lଏହି ଆୟାଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ମିଲ ମାଲିକ, ଏସ୍ ଏସ୍ ଜି ଗ୍ରୁପ ଓ ଚାଷୀ ମାନେ ଉପସ୍ଥିତ ଥିଲେ l   

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ପାଣିରେ ବୁଡ଼ି ବୃଦ୍ଧ ମୃତ

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଭଜନ

Sunil Chandra Nayak

ସାମ୍ବାଦିକ ଅ6ର୍ଦ୍ଦନ୍ଧୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ସଭା, ରାଲି ଓ ଦାବୀ ପତ୍ର ପ୍ରଦାନ

Leave a Comment

error: Content is protected !!