ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭ୍ରମର ବାଗ ଙ୍କ କବିତା ଯନ୍ତ୍ରଣା… ନିରପେକ୍ଷ ବାଦୀର

ଯନ୍ତ୍ରଣା… ନିରପେକ୍ଷ ବାଦୀର

ନିରପେକ୍ଷ ବାଦୀ !
ଦୁଇଟି ଅବୁଝା ପକ୍ଷର କନ୍ଦଳ ମଧ୍ୟରେ
ଅନୁଭବ କରେ
ଯେଉଁ ଯନ୍ତ୍ରଣା….!
ସେ ଯନ୍ତ୍ରଣା
ତା’ ଛଡା ଯିଏ ବୁଝିବ
ସିଏତ ସେ ଗୋଷ୍ଠୀର…
ତା’ ଯନ୍ତ୍ରଣାର ଅନୁଭବୀ…
ସେବି ଛଟ୍ ପଟ୍ ସେ ଯନ୍ତ୍ରଣାରେ…
ସେ କଣ ବୁଝିବ ?
ବିଡମ୍ବନା…
ଆଉ ଗୋଟେ,
ଛଟ୍ ପଟ୍ ହେଉଥିବା ମଣିଷବି
ବୁଝି ପାରିବନି
ଛଟ୍ ପଟ୍ ହେଉଥିବା ମଣିଷର
ସେ ଯନ୍ତ୍ରଣାକୁ….
ଆଉ ଯିଏ ବୁଝିବ
ସିଏତ ତା’ର ବିପକ୍ଷ…
ଦୁଇ ପକ୍ଷ !!
ଅବଶୋଷ !
ସେ କହିପାରେନି
କର୍ଣ୍ଣ ମଲେ ପାଞ୍ଚ କି
ଅର୍ଜ୍ଜୁନ ମଲେ ପାଞ୍ଚ….
ଅବା,
ମିଳେନାହିଁ କି,
ଚାହିଁବି ସେ ପାରେ ନାହିଁ 
ସେ ଯୁଦ୍ଧରୁ ବିରତି ପାଇଁ
‘ବଳରାମ ତୀର୍ଥ ଯାତ୍ରା’ ତାକୁ !!

ଭ୍ରମର ବାଗ,

କୋଦୋବେଡ଼ା, ନୂଆପଡ଼ା

Related posts

ରାସନ ଲାଗି କଡ଼ାକଡି ହେଲା ସରକାରୀ ନିୟମ

ଟ୍ରେନ ଯାତ୍ରୀଙ୍କ ପାଇଁ ସୂଚନା – ଟ୍ରେନ୍‌ରେ ଅଧିକ ଲଗେଜ୍ ନେଲେ ଜରିମାନା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!