ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା କାଶତଣ୍ଡୀ ଶୋଭା

କାଶତଣ୍ଡୀ ଶୋଭା

     

ପ୍ରଶାନ୍ତ କୁମାର ନାଥ

ହସିଲାଣି ଚାରୁ ଚିତ୍ରପଟ ଖୋଲି
     ଶୁଭ୍ର କେଶୀ କାଶତଣ୍ଡୀ
ନଦୀ ପଠା ଧାର ହେଲାଣି ଉନ୍ମାଦ
     ସେ ଧରା ଧାମକୁ ମଣ୍ଡି। 
ନୀଳ ଆକାଶରେ ଧଳାର ବାଦଲ
    ନାହିଁ ତ ମେଘର ମାଳ
ସୁନିଳ ଆକାଶ ଭାସୁଅଛି ରହି
     କେଡେ ସୁନ୍ଦର ନିର୍ମଳ। 
ମଥା ନତ କରି କାଶ ତଣ୍ଡୀ ଫୁଲ
    ଧିର ସମୀରଣେ ଝୁଲେ
ପଥିକ ମନକୁ କରୁ ଆନମନା
     ପଥିକ ତା ପଥ ଭୁଲେ। 
ଅପରୂପ ଶୋଭା କରେ ମନ ଲୋଭା
     ସୁଗନ୍ଧ ତୁ ନାହୁଁ ମାଖି
ତଥାପି ତୋ ରୂପେ ସଭିଏଁ ଆକ୍ରୃଷ୍ଟ
      ତୋ ଶୁଭ୍ର ବେଶକୁ ଦେଖି। 
ସଂଞ୍ଜ ନଇଁ ଗଲେ ଜ୍ୟୋଚ୍ଛନା ରାତିରେ
    ଗାଉଥାଉ ମଧୁ ଗୀତି
ସକାଳ ସଂନ୍ଧ୍ୟାରେ ପ୍ରକୃତି ପରାଣେ
     ଭରୁଥାଉ ଶୁଭ୍ର ପ୍ରିତି। 
ଅବଶ ମନକୁ କରୁ ତୁ ବିବଶ
     ମହୀ ମଣ୍ଡଳକୁ ଆସି
ପ୍ରଗଳ୍ଭା ତଟନୀ ହେଇଥାଏ ତୁନି
   ତୋ ରୂପ ରଙ୍ଗରେ ଵେଶି। 
କି ଯାଦୁ ରଖିଛୁ ତୋହରି ପାଖରେ
     ସଭିଙ୍କୁ କିମିଆଁ କରୁ
ଅଳପ ସମୟେ ବିମୋହିତ କରି
     ରୂପ ରଙ୍ଗ ତୋର ହାରୁ।।

ପ୍ରଶାନ୍ତ କୁମାର ନାଥ

 (ଜୁଣଗଡି) ରାଜନଗର କେନ୍ଦ୍ରାପଡ଼ା

Related posts

ଗଅଁଲିଆ କବି ସୁଧୀର ପଂଡ଼ା ଙ୍କ କବିତା ପ୍ରେମ୍‌ ଅଢ଼େ ଅକ୍ଷର୍‌ 

Sunil Chandra Nayak

ପୁରୁଷୋତ୍ତମ ମିଶ୍ର ଙ୍କ ପରଲୋକ 

ଅପର୍ତ୍ତି ସେଠୀ ଙ୍କ କବିତା ଯଦି ସୁନ୍ଦରୀଟି‌ ହୋଇଥାନ୍ତି

Sunil Chandra Nayak

Leave a Comment

error: Content is protected !!