ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଶିକ୍ଷାଜୋନ ଶିକ୍ଷକ ପୁରସ୍କାର ପାଇଲେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା 

ରାଇଘର (ମ ନି ସ )୦୬/୦୯- ମଙ୍ଗଳ ବିଭାଗର ୩ଟି ଜିଲ୍ଲାକୁ ନେଇ ଗଠିତ କଳାହାଣ୍ଡି ଶିକ୍ଷାଜୋନ ଶିକ୍ଷକ ପୁରସ୍କାର ୨୦୨୨ ନିମନ୍ତେ ମୋଟ ୧୧ ଜଣ ଶିକ୍ଷକ ସମ୍ମାନିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଜୋଡିଙ୍ଗା କନ୍ୟାଶ୍ରମ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା ମୋଟ ୧୧ ଜଣଙ୍କ ମଧ୍ୟରେ ରହିଛନ୍ତି l ମଙ୍ଗଳ ବିଭାଗ ଅଧିନରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକଙ୍କ ମାନଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନୀତ କରିବା ନିମନ୍ତେ ଏକ ତାଲିକା ପ୍ରସ୍ତୁତ ହୋଇଥିଲା l ରାଜ୍ୟ ସ୍ତରୀୟ ଠାରୁ ଆରମ୍ଭ କରି ଜିଲ୍ଲା ଓ ବ୍ଲକ୍ ସ୍ତରରେ କିଭଳି ଜଣେ ଶିକ୍ଷକ କାର୍ଯ୍ୟ କରିଛନ୍ତି ସମସ୍ତ ତଥ୍ୟ ସଂଗ୍ରହ କରି ନବରଙ୍ଗପୁର,କଳାହାଣ୍ଡି ଓ ନୂଆପଡ଼ା ତିନି ଗୋଟି ଜିଲ୍ଲାକୁ ନେଇ ଏକ ଜୋନ ଗଠନ କରାଯାଇ ଥିଲା l ଏହି ଜୋନ ସ୍ତରରେ ମୋଟ ୧୧ ଜଣ ଶିକ୍ଷକ ସାମିଲ୍ ଥିଲେ l ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳନ ଅବସରରେ ମିଶନ୍ ଶକ୍ତି ସମ୍ବିଳନୀ କକ୍ଷ ଠାରେ ନବରଙ୍ଗପୁର ଜିଲ୍ଲାପାଳ ଡ.କମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୋଡିଙ୍ଗା କନ୍ୟାଶ୍ରମ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନାଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ l    ଜୋଡିଙ୍ଗା କନ୍ୟାଶ୍ରମ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା ରାଇଘର ବ୍ଲକ ସମେତ ଜିଲ୍ଲା ଓ ରାଜ୍ୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ମାନିତ ହୋଇଛନ୍ତି l ବିଶେଷ କରି ରାଇଘର ବ୍ଲକ ଭଳି ଉପାନ୍ତ ଇଲାକାରେ ଅନେକ ସମାଜ ସେବା କାର୍ଯ୍ଯ ଜାରୀ ରଖିଛନ୍ତି l ପ୍ରତି ବର୍ଷ ଜୋଡିଙ୍ଗା କନ୍ୟାଶ୍ରମକୁ ଶତ ପ୍ରତିଶତ ରେଜଲ୍ଟ କରି ସ୍ବତନ୍ତ୍ର ରେକର୍ଡ କରିଛନ୍ତି l ଜୋଡିଙ୍ଗା କନ୍ୟାଶ୍ରମ ସହ ଦୁର୍ଗମ ଟିମନପୁର ହାଇସ୍କୁଲର ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି l କଳାହାଣ୍ଡି ଶିକ୍ଷାଜୋନ ଶିକ୍ଷକ ପୁରସ୍କାର ୨୦୨୨ ରେ ସମ୍ମାନିତ ହେବା ପରେ ସବୁ ମହଲରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

 

Related posts

ତରବୋଡ ସମ୍ଭବ ଗୃହ ପରିସର ରେ ଜିଲ୍ଲା ସାମ୍ୱାଦିକ ସମନ୍ବୟ ସମିତି ର ଜରୁରୀ ବୈଠକ

Sunil Chandra Nayak

ପେଟ୍ରୋଲ-ଡିଜେଲ ପରେ ୪୦ଟଙ୍କା କମିଲା ଘଣା ସୋରିଷ ତେଲ ଦର

କୁସୁମି ତହସିଲ ତରଫରୁ ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ କିସମ ଜମିରେ ପରିବର୍ତ୍ତନ କରିବା ପାଇଁ ଘୁସୁରିଆ ହିଲ୍ ପ୍ରାଙ୍ଗଣରେ ୪ଟି ଗ୍ରାମକୁ ନେଇ ପଲ୍ଲୀସଭା

Sunil Chandra Nayak

Leave a Comment

error: Content is protected !!