ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ହଷ୍ଟେଲସ ପକ୍ଷରୁ ବିଶ୍ବ ବ୍ୟାଘ୍ର ଦିବସ ପାଳିତ

 ରାଉରକେଲା / ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଆନୁକୁଲ୍ୟରେ ବିଶ୍ବ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି। ପରିବେଶ ର ସନ୍ତୁଳନ ରକ୍ଷା ଉଦ୍ଦେଶ୍ୟରେ ରେ ଆୟୋଜିତ ଏହି ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଯୁବ ହଷ୍ଟେଲସ ରାଉରକେଲା ଶାଖା ର ଅଧ୍ୟକ୍ଷ ବୁଦ୍ଧ ଦେବ ବାସୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ହଷ୍ଟେଲସ ର ପ୍ରାକ୍ତନ ଅଧ୍ୟକ୍ଷ ତଥା ଆର୍ ଏସ ପି ର ପ୍ରାକ୍ତନ ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି କହିଲେ ଯେ ଆମ ମାନଙ୍କୁ ପରିବେଶ ସୁରକ୍ଷା ନେଇ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହିତ ପରିବେଶ ର ସନ୍ତୁଳନ ରକ୍ଷା ନ ହେଲେ ଏହା ଜୀବଜଗତ ପ୍ରତି ବିପଦପୂର୍ଣ୍ଣ ହେବା ନେଇ ଆଶଙ୍କା ପ୍ରକଟ କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଯୁବ ହଷ୍ଟେଲସ ର ଜାତୀୟ ପରିଷଦ ସଭ୍ୟ ନିରଞ୍ଜନ ବେହେରା ପରିବେଶ ସୁରକ୍ଷା ନେଇ ଯୁବ ହଷ୍ଟେଲସ ଧାରାବାହିକ ଭାବରେ ସଚେତନତା ଜାଗ୍ରତ କରିଆସୁଛି ଏବଂ ଆଗାମୀ ପିଢ଼ି ଏ ଦିଗ ପ୍ରତି ଯତ୍ନବାନ ହେବାକୁ ମତବ୍ୟକ୍ତ କରିଥିଲେ। ପରେ ମୁଖ୍ୟଅତିଥି ବିଦ୍ୟାଳୟର କୃତି ପ୍ରତିଯୋଗୀ ଅନନ୍ୟା ପ୍ରିୟଦର୍ଶନୀ,ଦୀପାଶୁ ସାହୁ, ସମୀକ୍ଷା ଜେନା,ଇସନ ନାୟକ ଏବଂ ମହାବିଦ୍ୟାଳୟ ର କୃତି ପ୍ରତିଯୋଗୀ ଗୁରୁଦୀପ ବେହେରା, କାବ୍ୟା ଶ୍ରୀ ଚଇନି, ପ୍ରତିଶ୍ରୁତି ମହାପାତ୍ର ଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀ ମାନେ ମତ ବିନିମୟ କରିଥିଲେ।ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ଲେଙ୍କା,ସରୋଜ କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ମିଶ୍ର, ରୁଷି ଦାସ,ପଙ୍କଜ କୁମାର ପାଢ଼ୀ,ସୁଚିତ୍ରା ମଲ୍ଲିକ, ସୁଲୋଚନା ମିଶ୍ର,ପ୍ରଣତୀ ପାଢ଼ୀ,ଅମିତା ଜୈନ, ମିନତୀ ମହାନ୍ତି, ଅରୁନ୍ଧତୀ ସ୍ବାଇଁ, ଶାନ୍ତା କୋଲା, ଶାନ୍ତି ଦାସ,ବିଦିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଅଧ୍ୟକ୍ଷ ବୁଦ୍ଧ ଦେବ ବାସୁ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ନିରଞ୍ଜନ ସାମଲ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଆଶିଷ ବିଶ୍ରା ହେମ୍ରମ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

 

Related posts

ସାହିତ୍ୟ ଅଗଣା

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ଆମଦେଶ ସ୍ୱାଧୀନ

Sunil Chandra Nayak

ଅମୂଲ ତରଫରୁ ଜାତୀୟ ଦୁଗ୍ଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!