ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚକ୍ରାନ୍ତକାରୀଙ୍କ ବଲୟରେ ପ୍ରସିଦ୍ଧ ହାବସପୁରୀ ଶାଢୀର ଏନ୍ତୁଡିଶାଳ ଆଜି ବିପର୍ଯ୍ୟସ୍ତ

କଳାହାଣ୍ଡି ତା. ୧୪.୦୬.୨୦୨୨ ସମଗ୍ର କଳାହାଣ୍ଡି ଜିଲ୍ଲା କାହିଁକି ସାରା ରାଜ୍ୟରେ ହାବସପୁରୀ ଶାଢୀର ଚାହିଁଦା ବୃଦ୍ଧିପାଇବାରେ ଲାଗିଥିବା ବେଳେ ଏବେ ରାଜ୍ୟ ବାହାରେ ମଧ୍ୟ ଏହାର ସୁନାମ ବଢିବାରେ ଲାଗିଛି । ହେଲେ ଦୁଃଖର ବିଷୟ ଏହିଯେ ଏହି ହାବସପୁରୀ ଶାଢୀର ଏନ୍ତୁଡି ଶାଲ କୁହାଯାଉଥିବା ହାବସପୁର ଗ୍ରାମର ବୁଣାକାର ମାନେ ଆଜି ଅବହେଲିତ ହେବାରେ ଲାଗିଛନ୍ତି । ହାବସପୁର ଠାରେ ଥିଭା ବୁଣାକାର ମାନେ ଆଜି ଅବହେଲିତ ହେଉଥିବା କୁହାଯାଉଛି । ସ୍ଥାନୀୟ କୁଜିନେତାମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଜନିତ ଚକ୍ରାନ୍ତରେ କବଳିତ ହୋଇ ରାଜନୈତିକ ଉଦାସୀନତା ଯୋଗୁଁ ବହୁ ପ୍ରସିଦ୍ଧ ହାବସପୁରୀ ଶାଢୀ ଆଜି ଲୋପ ପାଇବାକୁ ବସିଥିବା ହେତୁ ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି ।

ରାଜାରାଜୁଡା ସମୟରୁ ଓଡିଶାର ସମ୍ବଲପୁର, ବରଗଡ, ବୌଦ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବସବାସ କରୁଥିବା ଏବଂ କଳାହାଣ୍ଡି ଜିଲ୍ଲାର ହାବସପୁର, ଚିଚୈଗୁଡା, ବଳଦିଆମାଳ, ପଳାସ ଆଦି ଗ୍ରାମ ଗୁଡିକରେ ବସବାସ କରୁଥିବା ମେହେର ସଂପ୍ରଦାୟର ବୁଣାକାର ମାନେ ହାତରେ ବିଭିନ୍ନ କିସମର କପଡା ବୁଣୂଥିଲେ ଏବଂ ସେସବୁର ବେଶ ଚାହିଁଦା ଥିଲା । ଆଜି ମଧ୍ୟ ସମ୍ବଲପୁରୀ ଶାଢୀର ଦେଶ ବିଦେଶରେ ବେଶ ସୁନାମ ତଥା ଚାହିଁଦା ରହିଛି । ଠିକ ସେହିପରି କଳାହାଣ୍ଡିର ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଗ୍ରାମରେ ବସବାସ କରୁଥିବା ମେହେର ସଂପ୍ରଦାୟର ବୁଣାକାର ମାନେ ବିଭିନ୍ନ ଶୈଳିରେ ବୁଣୁଥିବା ଶାଢୀର ଚାହିଁଦା ବୃଦ୍ଧି ପାଇବା ସଂଗେ ସଂଗେ ସେହି ଶାଢୀକୁ ହାବସପୁରୀ ଶାଢୀ ବୋଲି କ୍ରମଶଃ ମାନ୍ୟତା ମିଲିସାରିଥିଲା । କାଳକ୍ରମେ ହାବସପୁର ଠାରେ ଏକ ତନ୍ତୁବାୟ ସମିତି ଗଠନ କରାଯାଇ ସମସ୍ତ ବୁଣାକାର ପରିବାରଙ୍କୁ ଏକଯୁଟ କରିବାକୁ ପ୍ରୟାସ କରାଯାଇ ହାବସପୁରୀ ଶାଢୀର ପ୍ରଚାର ପ୍ରସାର କରାଯିବାର ବ୍ୟବସ୍ଥା କରାଯାଇଥିଲା ।

ଦୀର୍ଘ ଦିନ ପରେ ଏହି ହାବସପୁରୀ ଶାଢୀର ପୁନଃ ଚାହିଁଦା ବଢିବାରେ ଲାଗିଛି ହେଲେ ଏହାର ଏନ୍ତୁଡି ଶାଳ କୁହାଯାଉଥିବା ହାବସପୁର ଠାରେ ତନ୍ତୁ କାମ କରୁଥିବା ମେହେର ସଂପ୍ରଦାୟ ମାନଙ୍କ ଅବସ୍ଥା କ୍ରମଶଃ ଶୋଚନୀୟ ହେବାରେ ଲାଗିଛି । ପ୍ରାୟତଃ ସେମାନେ ଆଉ ତନ୍ତୁ କାର୍ଯ୍ୟ କରିପାରୁ ନଥିବା ବେଳେ ଚିଚୈଗୁଡା ଓ ବଳଦିଆମାଳ ଠାରେ ଥିବା ମେହେର ମାନେ ହାବସପୁରୀ ଶାଢୀ ବୁଣୁଥିବା ଜଣାପଡିଛି ।

  ରାଜନୈତିକ ଉଦାସୀନତା ଏବଂ ସ୍ଥାନୀୟ କୁଜି ନେତାଙ୍କ ଚକ୍ରାନ୍ତରେ ହାବସପୁର ଠାରେ ଥିବା ତନ୍ତୁବାୟ ସମିତି ଅପନ୍ତରା ହୋଇ ପଡିରହିଥିବା ବେଳେ ଏହାକୁ ବନ୍ଦ କରିଦେଇ ସେହି ସରକାରୀ ଜାଗାକୁ ଅକ୍ତିଆର କରିନେବାର ଭିତିରିଆ ଯୋଜନା କରାଯାଉଥିବାର ସାଧାରଣରେ ଅଭିଯୋଗ ହେଉଛି । ଏସଂପର୍କରେ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ସ୍ଥାନୀୟ ଜନପ୍ରତିନିଧି ତଥା ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଦାବୀ କରାଯାଇଥିଲେ ହେଁ ସ୍ଥାନୀୟ କୁଜିନେତା ମାନଙ୍କ ଦ୍ୱାରା ଭୂଲ ତଥ୍ୟ ଉପସ୍ଥାପନ କରାଯାଇ କ୍ଷମତାର ଅପବ୍ୟବହାର ମାଧ୍ୟମରେ ତନ୍ତୁବାୟ ସମିତିର ପୁନରୁଦ୍ଧାର ପାଇଁ ଦାବୀ କରୁଥିବା ନୀରିହ ମାନଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରାଯିବା ସହିତ ପୋଲିସର ଭୟ ଦେଖାଯାଇଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

ସୂଚନା ଯୋଗ୍ୟ ଯେ, ହାବସପୁର ଗ୍ରାମପଂଚାୟତ ଅଫିସ ପାଶ୍ୱର୍ରେ ଦୀର୍ଘ ବର୍ଷ ହେବ ତନ୍ତୁବାୟ ସମିତିର ଘର ନିର୍ମାଣ କରାଯାଇ ସେଠାରେ ବୁଣାକାରମାନଙ୍କ ଦ୍ୱାରା ବିଭିନ୍ନ କପଡା ବୁଣାଯାଉଥିଲା । ଏହାର ଦକ୍ଷିଣକୁ ସରକାରୀ ଡାକ୍ତରଖାନା ପାଇଁ କୋଠା ନିର୍ମାଣ ହେବା ପରେ ତନ୍ତୁବାୟ ସମିତିର ଘର ସାମନାରେ ଡାକ୍ତରଖାନାର ମୂଖ୍ୟ ରାସ୍ତା କରାଯାଇଥିଲା ।

  କ୍ଷମତାସୀନ ହେଭିୱେଟ ନେତାଙ୍କ ଆଂଚଳିକ ପ୍ରତିନିଧି ଭାବେ ନିଜକୁ ଏହି ଅଂଚଳର କିଙ୍ଗ ମେକର ବୋଲି ଦେଖାଇ ହେଉଥିବା ସଂପୃକ୍ତ କୁଜିନେତା ହାବସପୁର ଡାକ୍ତରଖାନା ଗେଟ ପାଶ୍ୱର୍ରେ ନିଜର ଔଷଧ ଦୋକାନ କରିବା ଲକ୍ଷ୍ୟ ନେଇ ଚକ୍ରାନ୍ତ କରିଥିବାର ଆଲୋଚନା ହେଉଛି ।ସଂପୃକ୍ତ କୁଜିନେତା କ୍ଷମତାର ଅପବ୍ୟବହାର କରି ହାବସପୁର ଆରଆଇଙ୍କୁ ଚାପ ପକାଇ ତନ୍ତୁବାୟ ସମିତି ଘର ର ରାସ୍ତା ସାମନାରେ ଏବଂ ଡାକ୍ତରଖାନା ଗେଟ ପାଶ୍ୱର୍ରେ ଥିବା ଖାଲି ଜାଗାକୁ ନିଜ ସମର୍ଥକଙ୍କ ନାମରେ କରାଇ ନେଇଥିବା ଅଭିଯୋଗ ହେଉଛି । ଜମିହୀନ ମାନଙ୍କୁ ସରକାରୀ ଯୋଜନାରେ ୪ଡିସମିଲ ଘରଡିହ ଯୋଗାଇଦେବାର ନିୟମ ଥିବା ବେଳେ ହାବସପୁରର ଖାତା ନଂ. ୫୬୦ ରେ ଥିବା ଉକ୍ତ ଜମିକୁ ସଂପୃକ୍ତ କୁଜିନେତା ନିଜ ସମର୍ଥକଙ୍କ ନାମରେ ଚଂଚକତା କରି ଖାତା ନଂ. ୫୫୬/୧୮ ଅନୁସାରେ ୪ ଡିସମିଲ ଜମି କରାଇ ନେଇ ତୁରନ୍ତ ସେହି ଜମିରେ ଔଷଧ ଦୋକାନ କରିବାକୁ ଘର  ନିର୍ମାଣ କରିଦେଇଥିବା ଜଣାପଡିଛି । ଏସଂପର୍କରେ ଗ୍ରାମବାସୀଙ୍କ ତରଫରୁ ଉଚ୍ଚ କର୍ତୃପକ୍ଷଙ୍କୁ ଲିଖିତ ଆପତି କରାଯାଇଥିଲେ ହେଁ ଶାସକ ଦଳର ଛତ୍ରଛାୟା ତଳେଥିବା ସଂପୃକ୍ତ କୁଜିନେତା ଙ୍କ ଷଡଯନ୍ତ୍ରରେ ଆପତିକାରୀଙ୍କୁ ଅନେକ ହଇରାଣ ହରକତ କରାଯାଇଥିବା କୁହାଯାଉଛି । ହାବସପୁରରେ ଖାତା ନଂ.୫୬୦ ରେ ଅନେକ ସରକାରୀ ଜମି ରହିଛି ଏବଂ ତନ୍ମଧ୍ୟରୁ କେତେକ ଜମି ହାବସପୁର ଗ୍ରାମପଂଚାୟତ ଅଂଚଳର ଅନେକ ଘରଡିହ ହୀନ ମାନଙ୍କୁ ଘରଡିହ ଆକାରରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି । ହେଲେ ତଥା କଥିତ ଶାସକ ଦଳର କୁଜିନେତାଙ୍କ ସମର୍ଥକ କେବଳ ଜଣେମାତ୍ର ହିତାଧିକାରୀଙ୍କୁ ତାଙ୍କର ପୈତୃକ ଘରଡିହ ଥିଲେ ହେଁ କିପରି ଓ କେଉଁ ଉଦ୍ଦେଶ୍ୟରେ ଉକ୍ତ ଡିହ ଯୋଗାଇ ଦିଆଯାଇଛି ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସଂପର୍କରେ ସଂପୃକ୍ତ କୁଜିନେତା ଚକ୍ରାନ୍ତ କରି ଜମି ହାତେଇଥିବା ଘଟଣାକୁ ଅସ୍ୱୀକାର କରିଥିଲେ ହେଁ ଅଧିକ ତଦନ୍ତ କଲେ ଆହୁରି ଅନେକ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ରିପୋର୍ଟ, କଳାହାଣ୍ଡି 

 

Related posts

ଖେଳ ପ୍ରେମୀଙ୍କ ମନରେ ବିଷାଦ: କେବେ ସଂପୂର୍ଣ୍ଣ ହେବ ନର୍ଲା ମିନି ଷ୍ଟାଡିୟମ ?

Sunil Chandra Nayak

କଳାହାଣ୍ଡି ବିଶ୍ବ ବିଦ୍ୟାଳୟରେ କ୍ୟାମ୍ପସ କମିଟି ଗଠନ କଲା ବିଜୁ ଛାତ୍ର ଜନତା ଦଳ

Sunil Chandra Nayak

ଡ଼.ଗୋପୀନାଥ ବାଗ ଙ୍କ ଓଡ଼ିଆ କବିତା ଇଂରାଜୀ ରେ ଉନ୍ମୋଚିତ, ବିଭିନ୍ନ ମହଲ ରୁ ଶୁଭେଚ୍ଛା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort