ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଜ୍ଜୀବନ ସା ଙ୍କ କବିତା ଧନ୍ୟ ବୀର ସୁବାଷ ନାୟକ 

ଧନ୍ୟ ବୀର ସୁବାଷ ନାୟକ 

ହେ ସୁବାଷ ନାୟକ 
ଧନ୍ୟ ତୁମେ
ଧନ୍ୟ ତୁମେ ବୀର ପୁତ୍ର
ତୁମକୁ ପାଇଁ ଗର୍ବିତ
ଏହି କଳାହାଣ୍ଡି,ନୂଆପଡା 
ମାଆ ମାଣିକେଶ୍ବରୀ ଦେଶ l
ଯେଉଁ ଦିନ ଏହି ଦେଶ
ସ୍ୱାଧୀନ ହେଲା ଭାରତ 
ଉଣେଇଶ ସତଚାଳିଶି 
ଅଗଷ୍ଟ ପନ୍ଦର
ଜନମିଲ ଏଇ ମାଟି କୁଳେ
ମାତା ରାଧା ଓ ପିତା ରଘୁନାଥଙ୍କ
ଔରସରୁ ଜାତ 
ଉଡାଇଲ ତୁମେ ତ୍ରିରଙ୍ଗା ନେତ l
ହେ ସୁବାଷ ନାୟକ 
ଧନ୍ୟ ତୁମେ
ଧନ୍ୟ ତୁମେ ବୀରପୁତ୍ର
ତୁମକୁ ପାଇଁ ଗର୍ବିତ
ଏଇ କଳାହାଣ୍ଡି, ନୂଆପଡାର ଲୋକ l
ଉଣେଇଶ ଏକନାବେ ରୁ
ଉଣେଇଶ ପଞ୍ଚାନବେ 
ଥିଲ ତୁମେ ଲୋକସଭା ସଦସ୍ୟ
କରିଥିଲ ଅର୍ଥ ମଂଜୁର 
ଲାଞ୍ଜିଗଡ ରୁ ଜୁନାଗଡ଼ ରେଳପଥ 
ପ୍ରଧାନମନ୍ତ୍ରୀ 
ପି ଭି ନରସିଂହ ରାଓଙ୍କ ଦ୍ୱାରା
କରିଥିଲ ସ୍ଥାପନ ଭିତ୍ତିପ୍ରସ୍ତର 
ଲାଞ୍ଜିଗଡ ଓ ଭବାନୀପାଟଣା ରେଳପଥ l
ହେ ସୁବାଷ ନାୟକ 
ଧନ୍ୟ ତୁମେ
ଧନ୍ୟ ତୁମେ ବୀରପୁତ୍ର
ତୁମକୁ ପାଇଁ ଗର୍ବିତ
ଏଇ ମାଣିକେଶ୍ବରୀ ଦେଶ l 
ଏ କି ସାହସ, ଶକତି ତୁମର
ସାଇକେଲ ଯୋଗେ ଯାଇଥିଲ
କଳାହାଣ୍ଡି ରୁ ଦିଲ୍ଲୀ ଲୋକସଭା
ପ୍ରଶଂସିତ ହେଲ ସେଠି
ସମ୍ବୋଧିତ କଲେ ତୁମକୁ
ଏମ ପି ଅଫ ଲେର୍ଟର
ରଖିଲ ଏଇ ମାଟିର ଟେକ l
ହେ ସୁବାଷ ନାୟକ
ଧନ୍ୟ ତୁମେ
ଧନ୍ୟ ତୁମ ଲୋକ ସମ୍ପର୍କ
ଯେଉଁ ଦିନ ନ ଥିଲା
ମୋବାଇଲ ଫୋନ ,ଦୂରଭାଷା
ଥିଲା କେବଳ ଡାକଘର
ନିତି ଚିଠି ପଠାଉଥିଲ ଲୋକଙ୍କୁ 
ଗାଁଗଣ୍ଡା, ସହର, ଦେଶବିଦେଶ l
ସେଇଦିନଠୁ ଆଜିକାଲି ବି 
ପଠାଉଥିଲ ମେସେଜ
ୱାଟ୍ସଅପ, ଟ୍ୱିର୍ଟର, ଟେଲିଗ୍ରାମରେ 
ଶେଷରେ
ତୁମ ଅନ୍ତିମ ସମୟେ ବି
ମେସେଜ ପଠାଉ ପଠାଉ
ଆରପାରିକୁ ଚାଲିଗଲ ହୃଦଘାତରେ l
ଧନ୍ୟ ତୁମେ
ଧନ୍ୟ ତୁମେ ବୀରପୁତ୍ର
ତୁମ ପାଇଁ ଗର୍ବିତ
ଏଇ କଳାହାଣ୍ଡି,ନୂଆପଡା 
ମାଆ ମାଣିକେଶ୍ବରୀ ଦେଶ l
ଆଜି ତୁମ ପାଇଁ ଢାଳନ୍ତି ଅଶ୍ରୁ
ଏଇ ଗାଁଗଣ୍ଡା, ସହର, ଦେଶ,ପ୍ରଦେଶ 
ମାଆ ମାଟିର ଲୋକବାକ l
      

       ଜଗଜ୍ଜୀବନ ସା

       କୁମ୍ଭାରୀ, ଗୋଲାମୁଣ୍ଡା
         କଳାହାଣ୍ଡି (ଓଡିଶା )

      

Related posts

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ବିଶ୍ଵ ହସ ଦିବସ

ଶରତ ଚନ୍ଦ୍ର ପଣ୍ଡା ଙ୍କ ଜଣାଣ ହେ ଗଜ ବଦନ

Sunil Chandra Nayak

ବେହେରା ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!