ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆତ୍ମ ସୁରକ୍ଷ ତାଲିମ ଶିବିର ଉଜ୍ଜାପିତ

ଗୋଳାମୁଣ୍ଡା ତା ୬/୪ ମସିହା ନ୍ୟୁଜ  ଗୋଳାମୁଣ୍ଡା ବ୍ଲକ ସାନଚେରଗାଁ ସ୍ଥିତ ଆଞ୍ଚଳିକ ବସ୍ତରେଣି ମହାବିଦ୍ୟାଳୟ ସାନଚେରଗାଁ କଳାହାଣ୍ଡି ଠାରେ ଅଷ୍ଟ ଦିଵସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଜ୍ଜାପିତ ହୋଇଯାଇଛି ।ଉକ୍ତ ଉଜ୍ଜାପନି ସଭାରେ ଅନୁଷ୍ଠାର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିଲୋଚନ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ଜୟନ୍ତ ଜେନା ଅଧ୍ୟକ୍ଷ ସର୍ବ ମଙ୍ଗଳା ମହାବିଦ୍ୟାଳୟ ଗୋଳାମୁଣ୍ଡା ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଶାନ୍ତନୁ ପରିଡା ଅଧ୍ୟାପକ ସର୍ବ ମଙ୍ଗଳା ମହାବିଦ୍ୟାଳୟ ଗୋଳାମୁଣ୍ଡା ଓ ଅନ୍ୟତମ ସମ୍ମାନୀୟ ଅତିଥି ଶ୍ରୀମତୀ ଅମୃତା ବଛା ସରପଞ୍ଚ ଗ୍ରାମ ପଞ୍ଚାୟତ କେଗାଁ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଓଡ଼ିଆ ବିଭାଗର ବରିଷ୍ଟ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗଦାନ ଦେଇଥିଲେ ।ଶ୍ରୀଯୁକ୍ତ ଅଗସ୍ତି ସୁନାନୀ କାର୍ଯ୍ୟକ୍ରମ ସଂଯୋଜକ ତଥା ଅଧ୍ୟାପକ ରାଜନୀତି ବିଜ୍ଞାନ ବିଭାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ସରପଞ୍ଚ ମହୋଦୟା ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଏବଂ ତାଲିମ ପ୍ରଦାନ କାରୀଙ୍କୁ ଅନୁଷ୍ଠାନ ତରଫରୁ ଉପଢ଼ୋକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ବରିଷ୍ଟ ଅଧ୍ୟାପକ କେଶବ ଲାଲ ସାହୁ ,ଅରବିନ୍ଦ ମୁଣ୍ଡ ,ଶିଶିର କୁମାର ସାହୁ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ତଥା ସଭାର ସଭାପତି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା

Related posts

ଉମାକାନ୍ତ ଦାସ ଙ୍କ କବିତା ବେଶୀ ବାଟଆଉ ନାହିଁ ଲୋ ମା”

Sunil Chandra Nayak

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

ପ୍ରେମ ର ନାଟକ ରେ ଗର୍ଭବତୀ ପରେ ଯୁବତୀ ଙ୍କୁ ପ୍ରତାରଣା କରି ହତ୍ୟା

Sunil Chandra Nayak

Leave a Comment

error: Content is protected !!