ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିଜୟା ଦଶମୀରେ ପ୍ରାର୍ଥନା 

ବିଜୟା ଦଶମୀରେ ପ୍ରାର୍ଥନା 

ଅମୃତ ଭାବନା ସୃଷ୍ଟି ହୋଇପାରେନା 
ବୋମା କିବା ବନ୍ଧୁକରେ 
ସୃଷ୍ଟି ହୋଇପାରେ ଏ ଦୁନିଆରେ ତ 
କେବଳ କଲମର ମାଧ୍ୟମରେ |୧|
ଧ୍ୱଂସ ଅବା ବିଲୟ ନୁହେଁ, ମୁଁ କରେ ବିଶ୍ୱାସ 
ଚିର ମଧୁମୟ ସୃଷ୍ଟିରେ 
ମଣିଷ ଜୀବନ, ସ୍ୱପ୍ନ ଓ ଗନ୍ତବ୍ୟସ୍ଥଳ ରହେ 
ଖୁସି ସଦା ଶାନ୍ତି ପରିସ୍ଥିତିରେ |୨|
ସମାଜେ ଶାନ୍ତି ସଦଭାବ ଚାଲିଯିବା ପରେ 
ସବୁ ସୁଖ ସ୍ୱପ୍ନ ସରିଯାଏ
ହୃଦୟ କମ୍ପିଯାଏ, ଅସରନ୍ତି କୋହ ଓ ଲୁହରେ 
ଛାତି ପରା ଫାଟି ଯାଏ |୩|
ଅନେକ ଦୁଃଖକୁ ଛାତି ଓ ମନରେ ଚାପି ଧରି 
ଯଦି ନିଜେ ହସିବା 
ଅନ୍ୟ ମାନଙ୍କୁ ହସେଇବା, ଏଇଟା ହିଁ ତ ଅଟଇ
ପ୍ରକୃତ ଜୀବନ ଜିଇଁବା |୪|
ଶରତର ଛିଟା ପଡି କାଶତଣ୍ଡୀ ଫୁଲରେ, ଜଳରେ 
ହସୁଛି କଇଁ ଫୁଲର ରଙ୍ଗଣୀ 
ବସୁଧାରେ ଶୁଭୁଛି ଚତୁର୍ଦ୍ଦିଗରେ ମାତୃ ଆବାହନୀ ,
ଘଣ୍ଟ ଘଣ୍ଟା ଶବଦରେ କମ୍ପୁଛି ଧରଣୀ |୫|
ବିଜୟା ଦଶମୀ ଶାରଦୀୟରେ ଦିଅ ହେ ମା ଶାନ୍ତ, 
ନମ୍ର, ମେଳାପି ଓ କର୍ମଠ ପ୍ରବୃତ୍ତି
ମାନବ ମଧ୍ୟରେ ଯେତେ ଦାନବ ପ୍ରବୃତ୍ତି ଦମନ କରି 
ଗୋ ମାତା ମହୀକୁ କର ଆଶ୍ବସ୍ତି |୬|

          ଚିତ୍ତ ରଞ୍ଜନ ନନ୍ଦ 

                       ଜଗତପୁର, କଟକ

Related posts

କଙ୍କାଳୁ ଗ୍ରାମରେ ସତ୍ୟ ନାରାୟଣ ଙ୍କ ପୁଜା ଅନୁଷ୍ଠିତ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଶ୍ରୀ ହୃଷୀକେଶ ଜାଲି , ମୁନିଗୁଡ଼ା, ରାୟଗଡ଼ା ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଧର୍ମରାଜ ପ୍ରଧାନ ଙ୍କ କବିତା ସ୍ବାଗତମ୍ ମାଁ

Sunil Chandra Nayak

Leave a Comment

error: Content is protected !!