ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ଆସ ମାଁ ଅବତରି ଧରା ଧାମେ

ଆସ ମାଁ ଅବତରି ଧରା ଧାମେ

              

    ଶ୍ରୀମତୀ କଲ୍ୟାଣୀ ନନ୍ଦ

     ଶାରଦୀୟ ପାର୍ବଣ ଋତୁ ଆଗମନ,
       ନବରସ ସମ୍ମିଳିତ, ନବ ରୂପ କରି ଧାରଣ,
       ମାଁ ଜଗତ୍ ଜନନୀଙ୍କ ମର୍ତ୍ତ୍ୟାବରୋହଣ,
       ଶଙ୍ଖ, ଘଣ୍ଟ ଧ୍ବନିରେ ଗୁଞ୍ଜରିତ ଗଗନ,ପବନ।
      ସିଂହବାହିନୀ, ମହିଷାସୁର ମର୍ଦ୍ଦିନୀ,
        ଦୁର୍ଗତି ନାଶିନୀ ଶଙ୍କର ଘରଣୀ,
     ଆସ ମାତା ଏ ଧରା ଧାମେ ଅବତରି।
      ଅଜ୍ଞାନ ଅନ୍ଧକାର ଦୂର କରି,
        ଅସତ୍ୟ,ଅନ୍ୟାୟ ଧ୍ବଂସ କରି,
     ବିତରଣ କର ମାତେ, ଶାନ୍ତି, ମୈତ୍ରୀ,
       ମାଁ ଶକ୍ତିରୂପିଣୀ, ଶାନ୍ତି ପ୍ରଦାୟିନୀ,
        ମାଁ କାତ୍ୟାୟନୀ,ନ୍ୟାୟରୂପିଣୀ,
        ଶୁଭଙ୍କରିଣୀ ମାତା କ୍ଷମା ରୂପିଣୀ,
       ଆଶିଷ ବାରି ବାରେ ଦିଅ ଝରାଇ,
    ମାଗୋ ଜ୍ଞାନ ପ୍ରଦାୟିନୀ,ଶକ୍ତି ରୂପିଣୀ,
        ମାତା ଶୈଳପୁତ୍ରୀ, ସୁଖ ଦାୟିନୀ।

      ସମ୍ବଲପୁର

Related posts

ଲାଞ୍ଚ ଖୋର କିରାଣୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Sunil Chandra Nayak

ଭାରତୀୟ ମାନବାଧିକାର ଆୟୋଗ ତରଫରୁ ଦାରିଙ୍ଗବାଡି ଠାରେ ବିଶ୍ୱ ମାନବାଧିକାର ଦିବସ ପାଳିତ

Sunil Chandra Nayak

ନିରୁପମା ପାଣି ଙ୍କ ଗଳ୍ପ ଅନୁତପ୍ତ ଧୃତରାଷ୍ଟ୍ର

Sunil Chandra Nayak

Leave a Comment

error: Content is protected !!