ଆସ ମାଁ ଅବତରି ଧରା ଧାମେ
ଶ୍ରୀମତୀ କଲ୍ୟାଣୀ ନନ୍ଦ
ଶାରଦୀୟ ପାର୍ବଣ ଋତୁ ଆଗମନ,
ନବରସ ସମ୍ମିଳିତ, ନବ ରୂପ କରି ଧାରଣ,
ମାଁ ଜଗତ୍ ଜନନୀଙ୍କ ମର୍ତ୍ତ୍ୟାବରୋହଣ,
ଶଙ୍ଖ, ଘଣ୍ଟ ଧ୍ବନିରେ ଗୁଞ୍ଜରିତ ଗଗନ,ପବନ।
ସିଂହବାହିନୀ, ମହିଷାସୁର ମର୍ଦ୍ଦିନୀ,
ଦୁର୍ଗତି ନାଶିନୀ ଶଙ୍କର ଘରଣୀ,
ଆସ ମାତା ଏ ଧରା ଧାମେ ଅବତରି।
ଅଜ୍ଞାନ ଅନ୍ଧକାର ଦୂର କରି,
ଅସତ୍ୟ,ଅନ୍ୟାୟ ଧ୍ବଂସ କରି,
ବିତରଣ କର ମାତେ, ଶାନ୍ତି, ମୈତ୍ରୀ,
ମାଁ ଶକ୍ତିରୂପିଣୀ, ଶାନ୍ତି ପ୍ରଦାୟିନୀ,
ମାଁ କାତ୍ୟାୟନୀ,ନ୍ୟାୟରୂପିଣୀ,
ଶୁଭଙ୍କରିଣୀ ମାତା କ୍ଷମା ରୂପିଣୀ,
ଆଶିଷ ବାରି ବାରେ ଦିଅ ଝରାଇ,
ମାଗୋ ଜ୍ଞାନ ପ୍ରଦାୟିନୀ,ଶକ୍ତି ରୂପିଣୀ,
ମାତା ଶୈଳପୁତ୍ରୀ, ସୁଖ ଦାୟିନୀ।
ସମ୍ବଲପୁର