ଖଡିଆଳ ସହରର ଅଞ୍ଜୁ କୁମାରୀ ବେହେରା ମିସ ୟୁନିଭର୍ସ ସମ୍ମାନରେ ସମ୍ମାନିତ ହେବା ପରେ ଆଜି ଗ୍ରାମବାସୀ ଓ ପରିବାର ସମ୍ପର୍କୀୟ ଖଡିଆଳ ଠାରେ ସ୍ବାଗତ ସମ୍ବନ୍ଧନା ଜ୍ଞାପନ କରିଛନ୍ତି । ଖଡିଆଳ ସହରର ସମଲେଶ୍ୱରୀ ମନ୍ଦିର ରୁ ବାହାରି ବ୍ଲକ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ପରେ ତାଙ୍କ ଘରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମୟରେ ଗ୍ରାମବାସୀ, ପରିବାର ଓ ସମ୍ପର୍କୀୟ ମାନେ ଯୋଗଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ମହାରାଷ୍ଟ୍ରର ପୁନେ ଠାରେ ଜୁଏଲ ଏଂଟରଟେମେଣ୍ଟ ଦ୍ଵାରା ଆୟୋଜିତ ଉତ୍ସବରେ ଅଞ୍ଜୁ କୁମାରୀ ମିସ ୟୁନିଭର୍ସି-୨୦୨୨ ମୁକୁଟ ପିନ୍ଧିଥିଲେ । ଏହି ସଫଳତା ପରେ ତାଙ୍କୁ ଆଜି ସ୍ୱାଗତ ସମ୍ବର୍ଜନା ଜ୍ଞାପନ କରାଯାଇଛି । ଏହାପୂର୍ବରୁ ମଧ୍ୟ ସେ ରାଉରକେଲାରେ ଓଡ଼ିଶା ବିଉଟି ଏକ୍ସପୋ-୨୦୨୦ ରେ ମିସ ବେଷ୍ଟ ୱାଲକ ବିଜେତା ଓ ରାୟପୁର ଠାରେ ମିସ ଟିଆରା କୁଇନ ଅଫ ଭାରତ-୨୦୨୧ ରେ ସମ୍ମାନୀତ ହୋଇ ସାରିଛନ୍ତି । ବାପା ସତ୍ୟ ନାରାୟଣ ବେହେରା ଓ ମାଁ ପ୍ରେମଶୀଳା ବେହେରାଙ୍କ ପ୍ରେରଣରେ ଅଞ୍ଜୁ ଏହି ସଫଳତା ପାଇଥିବା ପ୍ରକାଶ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post