ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିସ ୟୁନିଭର୍ସ ଅଞ୍ଜୁ କୁମାରୀଙ୍କୁ ଗ୍ରାମବାସୀ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

ଖଡିଆଳ ସହରର ଅଞ୍ଜୁ କୁମାରୀ ବେହେରା ମିସ ୟୁନିଭର୍ସ ସମ୍ମାନରେ ସମ୍ମାନିତ ହେବା ପରେ ଆଜି ଗ୍ରାମବାସୀ ଓ ପରିବାର ସମ୍ପର୍କୀୟ ଖଡିଆଳ ଠାରେ ସ୍ବାଗତ ସମ୍ବନ୍ଧନା ଜ୍ଞାପନ କରିଛନ୍ତି । ଖଡିଆଳ ସହରର ସମଲେଶ୍ୱରୀ ମନ୍ଦିର ରୁ ବାହାରି ବ୍ଲକ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ପରେ ତାଙ୍କ ଘରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମୟରେ ଗ୍ରାମବାସୀ, ପରିବାର ଓ ସମ୍ପର୍କୀୟ ମାନେ ଯୋଗଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ମହାରାଷ୍ଟ୍ରର ପୁନେ ଠାରେ ଜୁଏଲ ଏଂଟରଟେମେଣ୍ଟ ଦ୍ଵାରା ଆୟୋଜିତ ଉତ୍ସବରେ ଅଞ୍ଜୁ କୁମାରୀ ମିସ ୟୁନିଭର୍ସି-୨୦୨୨ ମୁକୁଟ ପିନ୍ଧିଥିଲେ । ଏହି ସଫଳତା ପରେ ତାଙ୍କୁ ଆଜି ସ୍ୱାଗତ ସମ୍ବର୍ଜନା ଜ୍ଞାପନ କରାଯାଇଛି । ଏହାପୂର୍ବରୁ ମଧ୍ୟ ସେ ରାଉରକେଲାରେ ଓଡ଼ିଶା ବିଉଟି ଏକ୍ସପୋ-୨୦୨୦ ରେ ମିସ ବେଷ୍ଟ ୱାଲକ ବିଜେତା ଓ ରାୟପୁର ଠାରେ ମିସ ଟିଆରା କୁଇନ ଅଫ ଭାରତ-୨୦୨୧ ରେ ସମ୍ମାନୀତ ହୋଇ ସାରିଛନ୍ତି । ବାପା ସତ୍ୟ ନାରାୟଣ ବେହେରା ଓ ମାଁ ପ୍ରେମଶୀଳା ବେହେରାଙ୍କ ପ୍ରେରଣରେ ଅଞ୍ଜୁ ଏହି ସଫଳତା ପାଇଥିବା ପ୍ରକାଶ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସମବାୟ ବ୍ୟାଙ୍କ ଡାଇରେକ୍ଟର ନିର୍ବାଚନ: ଟିକମନ ବାରିକ ନିର୍ଦ୍ବନ୍ଦ୍ୱ ରେ ନିର୍ବାଚିତ

Sunil Chandra Nayak

ଦୁର୍ଘଟଣା ପରେ ଚେତିଲା ପ୍ରଶାସନ, ଥୁଆମୂଳ ରାମପୁର ବାର୍ଷିକୋନା ର ଲୋକେ ପି ଡି ଏସ ପାଇବେ ଦାସିଗାଁ ପଂଚାୟତରେ , ୫୩ ପରିବାର ହେବେ ଉପକୃତ

Sunil Chandra Nayak

ରିମଝିମ୍ କମ୍ପାନୀରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରସଙ୍ଗ – ୨୦୨୩ ଜାନୁଆରୀ ଶେଷ ସୁଦ୍ଧା ସମସ୍ତଙ୍କୁ ମିଳିବ ଚାକିରୀ

Sunil Chandra Nayak

Leave a Comment

error: Content is protected !!