ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃପାସିନ୍ଧୁ ହାଇସ୍କୁଲ ଠାରେ ପୋଲିସ ଶହୀଦ ଦିବସ ପାଳିତ

 ଭବାନୀପାଟଣା (ମନିସ) – ସ୍ଥାନୀୟ ଚାରବାହାଲ କୃପାସିନ୍ଧୁ ହାଇସ୍କୁଲ ପ୍ରାଙ୍ଗଣରେ ଜାତୀୟ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କୋକସରା ଥାନା ଅଧିକାରୀ ପ୍ରଶନ୍ନ କୁମାର ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ୨୦୦୧ ମସିହାରେ ମାଲକାନଗିରି ଥାନାରେ ନକ୍ସଲ ଆକ୍ରମଣରେ ଶହୀଦ ସୋଇଥିବା ହାଇସ୍କୁଲର ପୁରାତନ ଛାତ୍ର ବିଭୂତି ଭୂଷଣ ମହାନନ୍ଦ ଙ୍କ ଫଟୋଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦେବରାଜ ଗହୀର, ଶହୀଦ ମହାନନ୍ଦ ଙ୍କ ବଡ଼ଭାଇ ସତ୍ୟନାରାୟଣ ମହାନନ୍ଦ, ମୋଟେର ଫାଣ୍ଡି ଅଧିକାରୀ ମନ ଆଚାର୍ଯ୍ୟ ତଥା ଚାରବାହାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସତ୍ୟଭାମା ପଣ୍ଡା ଯୋଗ ଦେଇ ଶହୀଦ ବିଭୂତି ମହାନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ। ମୂଖ୍ୟ ଅତିଥି ଶ୍ରୀ ବେହେରା ସତ୍ୟ ନାରାୟଣ ମହାନନ୍ଦ ଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ସମାଜସେବୀ ରଜନୀକାନ୍ତ ସମର୍ଲିଆ ମଧ୍ୟ ଏହି ଅବସରରେ ସ୍ମୃତି ଚାରଣ କରିଥିଲେ।କାର୍ଯ୍ୟକ୍ରମ ରେ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପଞ୍ଚାୟତ ପ୍ରତିନିଧି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ରିପୋର୍ଟ – ରଜନୀକାନ୍ତ ସମର୍ଲିଆ ମସିହା, ଭବାନୀପାଟଣା

Related posts

ସମବାୟ ନିର୍ବାଚନ କଲମପୁର ରେ ସରଗରମ

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ନୃସିଂହ ପ୍ରସାଦ ଷଡ଼ଙ୍ଗୀ , ଟାଙ୍କୁଆ, ଜୟପୁର  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସମସ୍ୟା ସମାଧାନ କରିବ କିଏ?

Sunil Chandra Nayak

Leave a Comment

error: Content is protected !!