ଧର୍ମଗଡ:- ୧୬/୩/୨୨: ମାଟିଲଗ୍ନା ସାହିତ୍ୟ ସଂସଦ, ଓଡ଼ିଶା ପକ୍ଷ ରୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିକ୍ଷକ ରାଜେନ୍ଦ୍ର ଦୁରିଆ ଙ୍କୁ ସମ୍ମାନଜନକ ମାଟିଲଗ୍ନା ସାହିତ୍ୟ ସଂସଦ ଯୁବପ୍ରତିଭା -୨୦୨୨ ସମ୍ମାନ ପ୍ରଦାନ କରାଯାଇଛି । ରାଜଧାନୀ ଭୁବନେଶ୍ୱର ଠାରେ ସାହିତ୍ୟ ସଂସଦ ର ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବ ରେ ଆୟୋଜିତ ରାଜ୍ୟସ୍ଥରିୟ ଐତିହାସିକ ମହିଳା ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୌଭାଗିନି ରାୟ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ସମ୍ପାଦକ ପ୍ରବୋଧ କୁମାର ରଥ , ସାହିତ୍ୟିକ ନୃସିଂହ ଚରଣ ନାୟକ ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତି ରେ ଶ୍ରୀ ଦୁରିଆ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କର ଯାଇଥିଲା । ଶ୍ରୀ ଦୂରିଆ ବଗାଡ ପ୍ରାଥମିକ ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ଦ୍ଵାରା ଲିଖିତ କବିତା ଓ ପ୍ରବନ୍ଧ ଗୁଡ଼ିକ ଅନେକ ସମୟରେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ଆଦୃତ ଲାଭ କରିଛି । ତାଙ୍କ ଲେଖନୀ ସଦାବେଳେ ବାସ୍ତବଧର୍ମୀ, ଲୋକଙ୍କ ସାଧାରଣ ଜୀବନ ଶୈଳୀ ଓ ସମାଜ ସଂସ୍କାର ସମ୍ପନ୍ନ ହୋଇଥାଏ । ତାଙ୍କର ଏହି ସଫଳତା ରେ ଶିକ୍ଷକ ତଥା ସହକର୍ମୀ ମହଲ ରେ ଖୁସି ପ୍ରକାଶ ପାଇଛି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।
previous post