ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟ ନିକଟରେ ଅଜଣା ମହିଳାଙ୍କ ବିଭତ୍ସ ମୃତଦେହ ଉଦ୍ଧାର

ମୟୂରଭଂଜ- ୧୮/୫/୨୨(ମସିହା) ଆଇନ ଯେତେ ସଶ୍ରମ କଠିନ ହେଲେ ମଧ୍ୟ ଅସାମାଜିକ ଲୋକଙ୍କ ଚେତା ପଶୁନାହିଁ ।ମଣିଷ ଯେତେ ସଭ୍ୟ ହେଲେ ମଧ୍ୟ ସେତେ କ୍ରୁର ହେଉଛି ।ଦିନକୁ ଦିନ ମହିଳାଙ୍କ ଉପରେ ଶାରିରୀକ,ମାନସିକ, ଆର୍ଥିକ ଶୋଷଣ,ଯୌନ ନିର୍ଯାତନା, ଯୌତୁକ ନିର୍ଯାତନା ବୃଦ୍ଧି ପାଉଛି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୨କିମି ଦୂର ଦୁବୁଲାବେଡା ଗ୍ରାମର ହେରମ୍ଵ ନାରାୟଣ ହାଇସ୍କୁଲ ପାଚେରୀ ପଛପଟ ଜଙ୍ଗଲ ବୁଦା ମଧ୍ୟରେ ଏକ ଅଜଣା ବିବାହିତ ମହିଳାଙ୍କୁ ନୃଶଂସ, ଅମାନବୀୟ,ଜଘନ୍ୟ ଭାବରେ ଦୁବୃର୍ତ୍ତ ମାନେ ହତ୍ୟାକରି ରାସାୟନିକ ପ୍ରକ୍ରିୟାରେ ପୋଡ଼ି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଛାଡ଼ି ପଳାଇଛନ୍ତି । ବୁଧବାର ସକାଳେ ଘୁସୁରି ଚରାଳି ବୁଦା ମଧ୍ୟରେ ମହିଳାଙ୍କ ମୃତଦେହ ଦେଖି ଭୟରେ ଚିତ୍କାର କରିବା ସହ ଗାଁ ବାଲା ଏବଂ ବିଦ୍ୟାଳୟ କତୃପକ୍ଷଙ୍କୁ ଖବର ଦେଇଥିଲେ । ରାଇରଙ୍ଗପୁର ଟାଉନ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ ଜମୁଛି ।ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଚାରିପଟେ ବିଦ୍ୟାଳୟ ପାଚେରୀ,ଖେଳପଡିଆ,ବଡ଼ ବଡ଼ ପ୍ରାସାଦ,ଗ୍ରାମୀଣ ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟାଳୟ,ଭାରତ ଗ୍ୟାସ ଗୋଡାଉନ ଘର, ଅଙ୍ଗନବାଡି କେନ୍ଦ୍ର,ଘରୋଇ ବିଦ୍ୟାଳୟ ଛାତ୍ରାବାସ ଅବସ୍ଥିତ ।ସକାଳେ ଖେଳ ପଡ଼ିଆରେ ଲୋକମାନେ ବ୍ୟାୟାମ ,ଖେଳ କସରତ କରନ୍ତି । କେଉଁ ପରିସ୍ଥିତିରେ କେତେବେଳେ ଏହି ଜଘନ୍ୟ ପିଶାଚମାନେ ମହିଳାଙ୍କୁ ହତ୍ୟା କଲେ ?ହତ୍ୟାକରି ପ୍ରମାଣ ହଜେଇବା ପାଇଁ ରାସାୟନିକ ପ୍ରକ୍ରିୟାରେ ପୋଡ଼ିଛନ୍ତି ? କେବେଠାରୁ ଆଣି ପକାଇଛନ୍ତି ତାହା ଚିନ୍ତାର ବିଷୟ ! ସ୍କୁଲର ଛାତ୍ରଛାତ୍ରୀ ଭୟ କରୁଛନ୍ତି ।ଏଭଳି ସ୍ଥାନରେ ଏଭଳି ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି ।ଘଟଣାଟି ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି । ପୋଲିସ ଟିମ ଏବଂ ବାରିପଦାର ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କଲେ ଆଗକୁ ସୂଚନା ମିଳିବ ?

ମୟୂରଭଂଜରୁ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ସାନ୍ତାଳ ଇଞ୍ଜିନିୟରସ ଓ୍ବେଲଫେୟାର ଏସୋସିଏସନ ପକ୍ଷରୁ ବୃକ୍ଷରୋପଣ ଓ ଆଦର୍ଶ ଗ୍ରାମ ପ୍ରତିଷ୍ଠା ନେଇ ବୈଠକ

Sunil Chandra Nayak

ମୋଟଙ୍ଗା ଗ୍ରାମ ପଞ୍ଚାୟତ ରେ ସ୍ଵାଧୀନତା ଦିବସ ପାଳିତ

Sunil Chandra Nayak

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୨ ପାଳିତ 

Sunil Chandra Nayak

Leave a Comment

error: Content is protected !!