ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡ଼ା ଜିଲ୍ଲା ସଦର ଟାନୱାଟ ଠାରେ ଯାଞ୍ଚ ବେଳେ ଅବକାରୀ ବିଭାଗ କୁ ବଡ଼ ସଫଳତା, ୩୦୦ କୁଇଣ୍ଟାଲ ମହୁଲ ସହ ଟ୍ରକ ଜବତ, ଡ୍ରାଇଭର ଗିରଫ, କୋର୍ଟ ଚଳାନ

 ନୂଆପଡା ଜିଲ୍ଲା ସଦର ଟାଉନ ର ଟାନୱାଟ ଠାରେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ପ୍ରତାଳ ଚାଲିଥିଲା। ଏହି ସମୟରେ ଏକ ସିଜି ନମ୍ବର ଟ୍ରକ ନୂଆପଡା ଦେଇ ରାୟପୁର ଯାଉଥିବା ବେଳେ ଅବକାରୀ ବିଭାଗ କାଗଜାତ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ବେଳେ କୌଣସି ରକମ ର କାଗଜାତ ଦେଖାଇବାକୁ ଟ୍ରକ ଚାଳକ ବିଫଳ ହୋଇଥିଲେ।ଚାଳକ ଠାରେ ପାସ ପ୍ରର୍ମିଟ ନଥିଲା। ପଡୋଶୀ ବଲାଙ୍ଗୀର ଜିଲ୍ଲା ର କଣ୍ଟାବାଞ୍ଜି ଠାରୁ  ୩୦୦ କୁଇଣ୍ଟାଲ ମହୁଲ ନେଇ ନୂଆପଡା ଦେଇ ରାୟପୁର ଯାଉଥିବା ବେଳେ ଧରାପଡିଅଛି। ମହୁଲ ଚୋରା ଚାଲାଣ ବେଳେ ଅବକାରୀ ବିଭାଗ କୁ ବଡ଼ ସଫଳତା ମିଳିଅଛି। ଏହି ଟ୍ରକ ରୁ ୩୦୦ କୁଇଣ୍ଟାଲ ମହୁଲ ଯାହାର ଅନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ଅଟେ। ବିଭାଗ ପକ୍ଷରୁ ୩୦୦ କୁଇଣ୍ଟାଲ ମହୁଲ ଜବତ ହୋଇଥିବା ବେଳେ ଟ୍ରକ କୁ ମଧ୍ୟ ଜବତ କରିଛନ୍ତି। ଗାଡି ଚାଳକ ବିକିନ୍ଦ୍ର ମାଝୀ ଙ୍କୁ ଗିରଫ କରି କୋର୍ଟ ଚଳାନ କରିଛନ୍ତି।ଯାଞ୍ଚ ବେଳେ ସଦର ଆଇ ଆଇ ସି ହୀରାବତୀ ଥାଟି, ଓଆଇସି ଗୁପ୍ତେଶ୍ଵର ପଟେଲ, ଏଏସଆଇ ହିଙ୍ଗୁଳା ଦାଶ, କନେଷ୍ଟେବଲ ଧୀରେନ୍ଦ୍ର କଟା, ସଞ୍ଜୀବ ସାହୁ , ମଳୟ କୁମାର ମହାଳିଙ୍ଗ ଉପସ୍ଥିତ ରହିଥିଲେ। ଏହି ଘଟଣା ରେ ଅବକାରୀ ବିଭାଗ ର ଅଧିକ୍ଷଣ ଅଧିକାରୀ ସଙ୍ଘମିତ୍ରା ପ୍ରଧାନ ତତ୍ବବଧାନ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଦର୍ଶ ପାଠାଗାର ରେ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳନ

Sunil Chandra Nayak

ନୂଆପଡା ଜିଲ୍ଲାପରିଷଦ ଅଧକ୍ଷା ରୂପେ ଡଲି ମାଝୀ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

କଲମପୁର ବ୍ଳକ ଠାରେ ନିଯୁକ୍ତି ଓ ପରାମର୍ଶ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!