ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

ରାଉରକେଲା / ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଓ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ର ମିଳିତ ଆନୁକୂଲ୍ୟରେ ଓଡିଆ ଶାସ୍ତ୍ରୀୟ ଭାଷା ଦିବସ ପାଳିତ ହୋଇଯାଇଛି। ସଂଘର ସମ୍ପାଦକ ରାଧାମୋହନ ନାୟକ ଓ ମଂଚ ର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରଶ୍ମିରଂଜନ ବୋଇତାଇ ମୁଖ୍ୟ ଅତିଥି ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡିଆ ଶାସ୍ତ୍ରୀୟ ଭାଷା ସଂପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ କହିଥିଲେ ଯେ ଶାସ୍ତ୍ରୀୟ ଗୌରବ ଅର୍ଜନ କରିବାରେ ଓଡିଆ ହେଲା ଷଷ୍ଠ ଭାଷା। ପୁଣି ଭାରତୀୟ ଆର୍ଯ୍ୟ ଭାଷା ପରିବାରର ପ୍ରଥମ ଭାଷା। ସ୍ବକୀୟ ମୌଳିକତା, ରକ୍ଷଣ ଶୀଳତା, ଆହରଣ କ୍ଷମତା, ସୃଜନ ଦକ୍ଷତା ଓ ପ୍ରସାରଣ ଶୀଳତା ଯୋଗୁଁ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। ସାଂପ୍ରତିକ ସାମାଜିକ କ୍ଷେତ୍ର, ଶିକ୍ଷା କ୍ଷେତ୍ର ଓ ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷା ବ୍ୟବହାର ହ୍ରାସ ପାଇବାରେ ଲାଗିଛି। ଯଦି ପ୍ରତ୍ୟେକ ଓଡିଆ ଭାଷା କୁ କଥିତ ଓ ଲିଖିତ ଭାବେ ବ୍ୟବହାର କରିବେ ତେବେ ଭାଷାର ସୁରକ୍ଷା ଓ ସମୃଦ୍ଧି ହୋଇପାରିବ। ଏହି ଅବସରରେ ମଂଚର ଶ୍ରୀ ମହାପାତ୍ର କହିଲେଯେ ଭାଷା ହେଉଛି ଏକ ଜାତିର ଆତ୍ମା। ଗୋଟିଏ ଭୂଖଣ୍ଡର ଅସ୍ମିତା। ମାତୃଭାଷା ହେଉଛି ମଣିଷର ରକ୍ତଗତ ସମ୍ପର୍କ। ଓଡ଼ିଶାରେ ଓଡ଼ିଆ ହେଉଛି ଆମ ମାତୃଭାଷା, ଆମ ରାଜ୍ୟର ଭାଷା, ଆମ ରାଷ୍ଟ୍ର ସ୍ବୀକୃତ ଶାସ୍ତ୍ରୀୟ ଭାଷା। ମାତୃଭାଷାର ଅପମାନ ମା’ର ଅପମାନ ସହିତ ସମାନ। ଯେଉଁ ଜାତିର ଭାଷା ଉନ୍ନତ ତା ଦେଶ ସେତେ ଉନ୍ନତ। ପରବର୍ତ୍ତୀ ପର୍ଯ୍ୟାୟରେ ଏକ ମନୋଜ୍ଞ କବିତାପାଠ କାର୍ଯ୍ୟକ୍ରମ କବୟିତ୍ରୀ ରଶ୍ମି ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା। ସଂଗୀତକାର ଶରତଚନ୍ଦ୍ର ପଣ୍ଡା ଭକ୍ତକବି ମଧୁସୂଦନ ରାଓଙ୍କ ସଂଗୀତ ପରିବେଷଣ କରିଥିଲାବେଳେ ବଳରାମ ରାଉଳ, ମୀନକେତନ ପଶାୟତ, ସୁସ୍ମିତା ଚିନ୍ତକ, ସୁପ୍ତି କର, ଉପେନ୍ଦ୍ର କୁମାର ବସ୍ତିଆ, ନିରୁପମା ପତି, ଗୀତାରାଣୀ ବେହେରା, ଅଙ୍ଗୁରବାଳା ପରିଡ଼ା, କୁଞ୍ଜବିହାରୀ ରାଉତ, ଅଶୋକ କୁମାର ପଟ୍ଟନାୟକ, ବ୍ରଜବିହାରୀ ଦାଶ, ପ୍ରଫୁଲ୍ଲ କୁମାର ସାମଲ, ତ୍ରିଲୋଚନ ସ୍ବାଇଁ, ଅଭିରାମ ପ୍ରଧାନ, ରଶ୍ମି ସାହୁ, ବସନ୍ତ ବିଶ୍ଵକର୍ମା ସ୍ବରଚିତ କବିତାମାନ ପାଠ କରିଥିଲେ। ଏହି ଶାସ୍ତ୍ରୀୟ ଭାଷା ଦିବସ ରେ ରାଉରକେଲା ର ବହୁ ଅନୁଷ୍ଠାନ ର କର୍ମକର୍ତ୍ତା ବୁଦ୍ଧିଜୀବୀ ପ୍ରଗତି ଉତ୍କଳ ସଂଘର ଅରବିନ୍ଦ ପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ପରୀକ୍ଷିତ ଗୁରୁ, ଲକ୍ଷ୍ମଣନାଥ ଦାସ, ଧରଣୀଧର ସାମଲ, ଶ୍ରୀଧର ସୁନା, ପ୍ରକାଶ ଚନ୍ଦ୍ର ସେଠୀ, ସତ୍ୟ ନାରାୟଣ ଦାସ, ଅର୍ଜୁନ ସ୍ବାଇଁ, ଭଗବାନ ପରିଡ଼ା, ଗଙ୍ଗାଧର ପୁହାଣ ଉପସ୍ଥିତ ଥିଲାବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଇନ୍ଦ୍ରମଣି ମହାପାତ୍ର, ପ୍ରସନ୍ନ କୁମାର ମହାନ୍ତି ଓ ଲକ୍ଷ୍ମଣନାଥ ଦାସ। ପ୍ରାରମ୍ଭରେ ଶ୍ରୀ ନାୟକ ସ୍ବାଗତ ଭାଷଣ ରଖିଥିବା ବେଳେ ଶେଷରେ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

 

 

Related posts

ଓୟୁଡବ୍‌ଲ୍ୟୁଜେ ପକ୍ଷରୁ ରାଜ୍ୟସ୍ତରୀୟ ସାମ୍ବାଦିକ ମହାଧିବେଶନ ଓ ୭ମ ପ୍ଲାନେରୀ ସେସନ୍ ଅନୁଷ୍ଠିତ

Sunil Chandra Nayak

କବିତା – ଘାଆ ଶୁଖିଯାଏ, ଚିହ୍ନ ସ୍ମୃତି ହୁଏ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଅନ୍ତୁଡ଼ିରୁ ଜୁଇ ଯାଏ

Sunil Chandra Nayak

Leave a Comment

error: Content is protected !!