ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି -୨୩୧ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ର ସୁବିଧା ନିମନ୍ତେ ବ୍ୟାପକ ଯୋଜନା ପ୍ରଣୟନ କରି ବହୁକୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ଲୋକଙ୍କୁ ହାତ ପାହାନ୍ତାରେ ଚିକିତ୍ସା ସୁବିଧା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଡ ଯୋଜନା ପ୍ରଣୟନ କରୁଥିଲେ ହେଁ ଜିଲ୍ଲାରେ ଭିତ୍ତିଭୂମି ର ଅଭାବ ଓ ପ୍ରଶାସକ କୃତ ଡାକ୍ତର ଅଭାବ ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡିଛି କଳାହାଣ୍ଡି ସ୍ୱାସ୍ଥ୍ୟ ସେବା। ଲୋକେ ଜୀବନ ବଞ୍ଚାଇବାକୁ ଯାଇ ନିଜର ଜମିବାଡି ସୁନା ବାସନ କୁସନ ବନ୍ଧକ ରଖି ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତ୍ତିଶଗଡ଼ ରାଜ୍ଯ କୁ ଚିକିତ୍ସା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି। ଓଡିଶା ର ବିଭିନ୍ନ ସହରାଞ୍ଚଳରେ ଆବଶ୍ୟକତା ରୁ ଅଧିକ ବିଶେଷଜ୍ଞ ଡାକ୍ତର ଥିଲେ ହେଁ ଆଞ୍ଚଳିକ ବୈଷମ୍ୟ ମନୋଭାବ ଯୋଗୁଁ କଳାହାଣ୍ଡି ରେ ଦେଖାଦେଇଛି ଡାକ୍ତର ମରୁଡି, ସ୍ୱାସ୍ଥ୍ୟ ଭଲି ଏକ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ସରକାର ଙ୍କ ଉପେକ୍ଷା ମୂଳକ ମନୋଭାବ ଚିନ୍ତାର କାରଣ ପାଲଟିଛି। ସୁଚନା ରୁ ଜଣାଯାଏ ଯେ କଳାହାଣ୍ଡି ଜିଲ୍ଲା ରେ ୧୭ ଟି CHC ୪୫ଟି PHC ଓ ଗୋଟିଏ ଯକ୍ଷ୍ମା ଡାକ୍ତରଖାନା ରହିଛି। ଉପରୋକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ପାଇଁ ସରକାର ୩୩୦ ଟି ବିଶେଷଜ୍ଞ ଡାକ୍ତର ପଦବୀ ମଞ୍ଜୁର କରିଛନ୍ତି, କିନ୍ତୁ ବହୁଦିନ ଧରି ଜିଲ୍ଲାର ୨୩୧ ଡାକ୍ତର ପଦବୀ ଖାଲି ରହିଛି। ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୫ ଜଣ ବିଶେଷଜ୍ଞ ଡାକ୍ତର ଙ୍କ ମଧ୍ୟରୁ ୫୧ ପଦବୀ ଖାଲି ରହିଅଛି ସେହିପରି ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ରେ ୧୮ ରୁ ୧୦ ଜଣ, ପାଷ୍ଟିକୁଡିCHC ରେ ୧୩ ରୁ ୮ଜଣ, କେସିଙ୍ଗା ପି ଏଚ୍ ସି ରେ ୧୭ ରୁ୯ ଜଣ, କର୍ଲାମୁଣ୍ଡା ସି ଏଚ୍ ସି ରେ ୮ ରୁ୪ ଜଣ, ଜୁନାଗଡ ସି ଏଚ୍ ସି ରେ ୨୦ରୁ ୧୧ଜଣ ଚିଲଗୁଡା ସି ଏଚ୍ ସି ରେ ୧୫ରୁ ୮ଜଣ, ବୋର୍ଡା ପି ଏଚ୍ ସି ରେ ୧୭ ରୁ୧୩ ଜଣ, ନର୍ଲା ପି ଏଚ୍ ସି ରେ ୧୫ ରୁ ୧୦ଜଣ, ନାରାୟଣପୂର ଯକ୍ଷ୍ମା ଡାକ୍ତରଖାନା ରେ୬ ରୁ ୩ଜଣ, ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ୧୫ ରୁ ୧୧ଜଣ ,ଥୁଆମୂଳ ରାମପୁର CHC ରେ୧୩ ରୁ ୮ଜଣ, ବିଶ୍ଵନାଥପୁର CHC ରେ ୧୮ ରୁ୧୪ ଜଣ, ଗୋଲାମୁଣ୍ଡା CHC ରେ ୧୦ ରୁ ୯ଜଣ, ଚପ୍ରିଆ CHC ରେ ୧୫ରୁ ୧୧ଜଣ, କଲମପୁର ପି ଏଚ୍ ସି ରେ୧୨ ରୁ୯ ଜଣ, ମଦନପୁର ରାମପୁର CHC ରେ୧୫ ରୁ୭ ଜଣ କୋକସରା CHC ରେ୧୭ ରୁ ୧୩ଜଣ, ଡାକ୍ତର ନିଯୁକ୍ତି ପାଇ ନାହାନ୍ତି, ଯାହାଦ୍ୱାରା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଜନସାଧାରଣ ଙ୍କୁ ମୌଳିକ ସୁବିଧା ପାଇଁ ସରକାର ତୁରନ୍ତ ଖାଲିଥିବା ଡ଼ାକ୍ତର ପଦବୀ ପୂରଣ ପାଇଁ ଦାବି ହେଉଛି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ତାମିଲନାଡୁରେ ବିଦ୍ୟୁତ୍ ଆଘାତରେ ଦାଦନଙ୍କ ମୃତ୍ୟୁ

Sunil Chandra Nayak

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କୁ ଯୁବ କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା 

Sunil Chandra Nayak

ପାୟୋନୀୟର ବିହନ କମ୍ପାନୀ ତରଫରୁ ଚାଷୀ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!