ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡ଼ିରେ ଯୋଗଦେଲେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର କୁମାର ପାଟ୍ଟଯୋଶୀ

ବିଜେଡ଼ିରେ ଯୋଗଦେଲେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର କୁମାର ପାଟ୍ଟଯୋଶୀ

କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଧର୍ମଗଡ ନିର୍ବାଚନମଣ୍ଡଳୀର ବିଜେପି ନେତା ତଥାପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର କୁମାର ପାଟ୍ଟଯୋଶୀଙ୍କ ସହ ଶତାଧ୍ଵକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଗତ କାଲି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ରବୀନ୍ଦ୍ର ପାଟ୍ଟଯୋଶୀଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ଵାଗତ କରିଥିଲେ। ଆଜି ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ଧର୍ମଗଡ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ରବୀନ୍ଦ୍ର କୁମାର ପାଟ୍ଟଯୋଶୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ,ସ୍ଵଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ଵ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ପ୍ରକାଶ କରିଥିଲେ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ସମିତିସଭ୍ୟ ବିଷ୍ଣୁପ୍ରସାଦ ବୈଶାଲ, ପୂର୍ବତନ ଜୋନ ସଭାପତି ପ୍ରମୋଦ କୁମାର ପଣ୍ଡା, ପୂର୍ବତନ ବିଜେପି ଉପସଭାପତି ଖୁସୀରାମ ରାଉତ ଓ ଖୁରସିନ୍ଧୁ ପ୍ରଧାନୀଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଏହାପରେ ଶ୍ରୀ ପଟ୍ଟଯୋଷୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କାର୍ତ୍ତିକ ପାଣ୍ଡିୟାନ ଙ୍କୁ ନବୀନ ନିବାସରେ ଭେଟି ଥିଲେ।

ସୂଚନାଯୋଗ୍ୟ ଯେ, ଶ୍ରୀ ପଟ୍ଟଯୋଶୀ ୧୯୯୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଲଗାତାର ୩ଥର ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ରହିଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଭାବେ ଧର୍ମଗଡ଼ ବିଧାନ ସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ି ୪୩,୭୭୩ ଖଣ୍ଡ ଭୋଟ ପାଇଥିଲେ। ତେବେ, ୨୦୧୯ ନିର୍ବାଚନରେ ଭାଜପା ତାଙ୍କୁ ଟିକେଟ ନଦେବାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୨୨,୮୩୯ ଖଣ୍ଡ ଭୋଟ ପାଇଥିଲେ। ସେ ଜଣେ ଦକ୍ଷ ସଂଗଠକ ହୋଇଥିବାବେଳେ ଅଞ୍ଚଳରେ ତାଙ୍କର ବିଶେଷ ପତିଆରା ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧର୍ମଗଡ ରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳିତ

masiha

“ବୌଦ୍ଧ ବିଜେପି ଜିଲ୍ଲା ତରଫରୁ ” ମୋ ମାଟି ମୋ ଦେଶ ,” ଜିଲ୍ଲା ସ୍ତରୀୟ ବୈଠକ ” 

Sunil Chandra Nayak

ବିଜେଡିର ମିଶ୍ରଣ ପର୍ବରେ ବହୁ ବିଜେପି କର୍ମୀ ହେଲେ ସାମିଲ         

masiha

Leave a Comment

error: Content is protected !!