ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ହେମ ପ୍ରସାଦ ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ କାର୍ଯ୍ୟକାରୀ ସଦସ୍ୟ ମନୋନିତ

ଚନ୍ଦାହାଣ୍ଡି -(ମ ନି ସ )ନବରଙ୍ଗପୁର ଜିଲ୍ଲା ଚନ୍ଦା ହାଣ୍ଡି ବ୍ଲକ୍ ର ଯୁବ କଂଗ୍ରେସ ନେତା ହେମ ପ୍ରସାଦ ଜଗତ ଇତିମଧ୍ୟରେ ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଟିମ୍ ର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।ଜାତୀୟ ଯୁବ କଂଗ୍ରେସ ର ସୋସିଆଲ ମିଡ଼ିଆ ମନୁ ଜୈନ୍ ଏ ନେଇ ଏକ ପ୍ରେସ ବିଜ୍ଞପ୍ତି ରେ ହେମ ପ୍ରସାଦ ଙ୍କୁ ନିଯୁକ୍ତି କରିଥିବା ଉଲ୍ଲେଖ କରିଛନ୍ତି।ଏହି ପରିପ୍ରେକ୍ଷୀରେ ତାଙ୍କୁ ଜିଲ୍ଲା ବ୍ୟାପି ଶୁଭେଚ୍ଛା ଜଣାଇବା ସହ ଯୁବ କଂଗ୍ରେସ କର୍ମୀ ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।ହେମ ପ୍ରସାଦ ସୋସିଆଲ ମିଡ଼ିଆ ସବୁ କ୍ଷେତ୍ର ରେ ଜଣେ କର୍ମଠ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁ ଥିବା ବେଳେ ବିଭିନ୍ନ ନିର୍ବାଚନ ରେ ରାଜ୍ୟ କଂଗ୍ରେସ ସୋସିଆଲ ମିଡ଼ିଆ ଟିମ୍ ରେ ରହି ସୁଚାର ରୂପେ କାର୍ଯ୍ୟ ନିର୍ବାହ କରଛନ୍ତି।ଏହି ଅବସରରେ ତାଙ୍କୁ ପିସିସି ଉପ ସଭାପତି ଦ୍ବୟ ଭୁଜବଳ ମାଝୀ ଓ ସଦନ ନାୟକ,ଜିଲ୍ଲା ସଭାପତି ମୁନା ତ୍ରିପାଠୀ,ପିସିସି ସମ୍ପାଦକ କ୍ଷେମରାଜ୍ ବାଘ,ଜିଲ୍ଲା ପରିଷଦ ସଭ୍ୟ ଡକ୍ଟର ଲିପିକା ମାଝୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ବାରିକା ମହାପାତ୍ର,ବରିଷ୍ଠ ନେତା ସନ୍ ରାଜ୍ ଗଣ୍ଡ,ଦିଲିପ୍ ବେହେରା,ପ୍ରମୁଖ ବରିଷ୍ଠ ନେତୃମଣ୍ଡଳୀ ଓ ଯୁବ କଂଗ୍ରେସ କର୍ମୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧିମଣ୍ଡଳୀ

ବହଳଦା ଏବଂ ତିରିଂ ରେ କଂଗ୍ରେସ ଦଳର ସାଂଗଠନିକ ବୈଠକ

Sunil Chandra Nayak

ରାଜ୍ୟରେ ବିଜେପି ସରକାର ଗଠନ ଖୁସିରେ ନର୍ଲା ବିଜେପି ସରିଆଁ ମଣ୍ଡଳ ର କାର୍ଯ୍ୟକର୍ତ୍ତା ମାନଙ୍କ ମିଠା ବଣ୍ଟନ 

masiha

Leave a Comment

error: Content is protected !!