ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ପଦବୀ ନିର୍ବାଚନ

ଶ୍ରୀମତୀ ଓ କମଳାଙ୍କ ମଧ୍ୟରେ କଡ଼ା ଟକ୍କର

ଲାଞ୍ଜିଗଡ଼,୧୨/୦୩-ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ପଦବୀ ପାଇଁ ଆଜି ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ନିର୍ବାଚନ ଅନୁଷ୍ଠିତ ହେଉଛି ! ଏଥିପାଇଁ ବ୍ଲକର ରାଜନୀତି ସରଗରମ ହୋଇଉଠୁଥିବାବେଳେ ଏଥର ଅଧ୍ୟକ୍ଷା ପଦବୀ ପାଇଁ ମଇଦାନରେ ରହିଛନ୍ତି ଦୁଇଜଣ ଦାବିଦାର ! ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପତ୍ନୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝୀ ଏଥର ପୁଣି ବ୍ଲକ ରାଜନୀତିକୁ ଫେରିବାକୁ ଯାଇ ବ୍ଲକ ଅଧ୍ଯକ୍ଷା ହେବାକୁ ଉଦ୍ୟମ ଜାରି ରଖିଛନ୍ତି ! ବ୍ଲକର କୁମଖାଲ ପଞ୍ଚାୟତର ସମିତିସଦସ୍ୟା ଭାବେ ନିର୍ବାଚିତ ହୋଇଛନ୍ତି ଶ୍ରୀମତୀ ! ଅପରପକ୍ଷରେ ପୂର୍ବତନ ଭୁର୍ଟିଗଡ଼ ସରପଞ୍ଚ ତଥା ବର୍ତ୍ତମାନ ପୋଖରୀବନ୍ଧ ପଞ୍ଚାୟତର ସମିତିସଦସ୍ୟା କମଳା ପାତ୍ର ବ୍ଲକ ଅଧ୍ୟକ୍ଷା ପଦବୀ ପାଇଁ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି ! ଉଭୟ ପ୍ରାର୍ଥିନୀ ନିଜ ନିଜର ସମର୍ଥକଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ଥିବାବେଳେ ସେମାନଙ୍କ ସମର୍ଥନରେ ଆବଶ୍ୟକ ସଂଖ୍ୟା ଥିବା ଦାବି କରିଛନ୍ତି ! ତେବେ ବ୍ଲକ ଅଧ୍ୟକ୍ଷା ନିର୍ବାଚନ ପାଇଁ ଛକାପଞ୍ଝା ଜାରି ରହିଥିବାବେଳେ ଉଭୟଙ୍କ ସମର୍ଥକ ମହଲରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ

Related posts

ଜଗଜ୍ଜୀବନ ସା ଙ୍କ କବିତା ତିନି ପଦୀ 

କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ଯବସ୍ଥାକୁ ନେଇ ଏକ ପରାମର୍ଶ ଶିବିର

Sunil Chandra Nayak

ଡୋକାରିଚଞ୍ଚରା ରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଦକ୍ଷିଣ ବନଖଣ୍ଡ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!